ETV Bharat / bharat

ଟୀକାକରଣରେ ହିମାଚଳ ପ୍ରଦେଶ ଚମ୍ପିଆନ: ମୋଦି - Himachal

ଆଜି(ସୋମବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ଟିକା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି । ଏହି ସମୟରେ ହିମାଚଳ ପ୍ରଦେଶକୁ ପ୍ରଶଂସା କରି ମୋଦି କହିଛନ୍ତି ଶତ ପ୍ରତିଶତ ଟୀକାକରଣ କରିବାରେ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟ । ଅଧିକ ପଢନ୍ତୁ...

୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Sep 6, 2021, 2:42 PM IST

ନୂଆଦିଲ୍ଲୀ: ଆଜି(ସୋମବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ଟିକା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି । ଏହି ସମୟରେ ହିମାଚଳ ପ୍ରଦେଶକୁ ପ୍ରଶଂସା କରି ମୋଦି କହିଛନ୍ତି ଶତ ପ୍ରତିଶତ ଟୀକାକରଣ କରିବାରେ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟ । ଏହି ରାଜ୍ୟ ମୋତେ ଗର୍ବିତ କରିବାକୁ ସୁଯୋଗ ଦେଇଛି ବୋଲି କହିଛନ୍ତି ମୋଦି ।

ସେ ଆହୁରି କହିଛନ୍ତି ଟୀକାକରଣରେ ହିମାଚଳ ପ୍ରଦେଶ ଚମ୍ପିଆନ ହୋଇଛି । ଜନସଂଖ୍ୟା ଅନୁସାରେ ରାଜ୍ୟରେ ସଫଳ ପ୍ରଥମ ଡୋଜ ଟୀକାକରଣ ହୋଇଛି । ଦ୍ବିତୀୟ ଡୋଜରେ ଏକ ତୃତୀୟାଂଶ ଟୀକାକରଣ ହୋଇଥିବା କହିଛନ୍ତି ମୋଦି । ସମସ୍ତ ହିତାଧିକାରୀଙ୍କୁ କୋରୋନାର ପ୍ରଥମ ଡୋଜ ଦିଆସରିଛି । ସଂକ୍ରମଣ ବିରୋଧରେ ଏହା ଏକ ମାଇଲଖୁଣ୍ଟ ତିଆରି କରିଛି ବୋଲି କହିଛନ୍ତି ମୋଦି ।

ମୋତେ ଗର୍ବିତ କରିବାର କାରଣ ଦେଇଛି ହିମାଚଳ ପ୍ରଦେଶ । ମୌଳିକ ସୁବିଧା ପାଇଁ ଏହି ରାଜ୍ୟ ସଂଗ୍ରାମ କରୁଥିବା ମୁଁ ଦେଖିଛି ହେଲେ ବର୍ତ୍ତମାନ ଏହି ରାଜ୍ୟର ସମସ୍ୟା ଦୂର ହୋଇଛି । ରାଜ୍ୟର ଏହି ପ୍ରୟାସ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ସମୟରେ ପ୍ରାକୃତିକ ସମସ୍ୟା ଦେଖା ଦେଉଛି ତଥାପି ସରକାର ଟୀକାକରଣ ସୂଚାରୁରୂପେ ପରିଚାଳନା କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.