ETV Bharat / bharat

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ, ୨୪ ଘଣ୍ଟାରେ ଗଲା ୧୦ ଜୀବନ

author img

By

Published : Sep 24, 2021, 12:26 PM IST

ମହାମାରୀ ସମୟରେ ଦାଉ ସାଧୁଛି ବର୍ଷା । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଗତ ୨୪ ଘଣ୍ଚା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା; 24 ଘଣ୍ଟାରେ ଗଲା ୧୦ ଜୀବନ

ସିମଲା: ମହାମାରୀ ସମୟରେ ଦାଉ ସାଧୁଛି ବର୍ଷା । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଗତ ୨୪ ଘଣ୍ଚା ମଧ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି । ଗତ 130 ଦିନ ମଧ୍ୟରେ 432 ଜଣଙ୍କର ମୃତ୍ୟୁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ 10 ଜଣଙ୍କର ଜୀବନ ଯାଇଛି । ଏହାସହ ୯ଟି ଗୋଶାଳାଙ୍କ ଭାଙ୍ଗି ଯାଇଥିବା ବେଳେ 16ଟି ଘର ନଷ୍ଟ ହୋଇଛି । କେବଳ ସେତିକି ନୁହେଁ ବର୍ଷା ଯୋଗୁଁ ରାଜ୍ୟର 123ଟି ରାସ୍ତା ବନ୍ଦ ରହିଛି ।

ଏହି ତଥ୍ୟରେ କୁହାଯାଇଛି ଯେ, ଜୁନ ୧୩ ଠାରୁ ରାଜ୍ୟରେ କୃଷି ଏବଂ ଉଦ୍ୟାନ କୃଷି ପାଇଁ 745 କୋଟି ଟଙ୍କା ସହ 1,108 କୋଟି ଟଙ୍କା କ୍ଷତି ହୋଇଛି । ଏହି ତଥ୍ୟରେ ଆହୁରି ମଧ୍ୟ କୁହାଯାଇଛି ଯେ ରାଜ୍ୟରେ ଗତ 130 ଦିନ ମଧ୍ୟରେ 12 ଜଣ ନିଖୋଜ ରହିଛନ୍ତି । 857 ଘର ଏବଂ 700 ଗୋଶାଳା ନଷ୍ଟ ହୋଇଯାଇଛି । ଏହାସହିତ ଗୁରୁବାର ରାତି ପ୍ରାୟ 10.15 ସମୟରେ ଶିମଲା ହୋମ ଗାର୍ଡ ଅଫିସ ନିକଟରେ ଏକ ଭୂସ୍ଖଳନ ଘଟିଥିଲା। ତେବେ, ଭୂସ୍ଖଳନ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି । କ୍ଷୟକ୍ଷତି ନେଇ କୈଣସି ସୂଚନା ମିଳିନାହିଁ । ପୁନଃଉଦ୍ଧାର କାର୍ଯ୍ୟ ଜାରି ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.