ETV Bharat / bharat

ହିଜାବ ଇସଲାମର ଜରୁରୀ ଅଂଶ ନୁହେଁ: କର୍ଣ୍ଣାଟକ ସରକାର - ହିଜାବ ବିବାଦ

ହିଜାବ ଇସଲାମର ଏକ ଜରୁରୀ ଧାର୍ମିକ ଅଂଶବିଶେଷ ନୁହେଁ । ହାଇକୋର୍ଟରେ ନିଜ ପକ୍ଷ ରଖି ଏଭଳି ଯୁକ୍ତି ବାଢିଲେ କର୍ଣ୍ଣାଟକ ସରକାର । ଅଧିକ ପଢନ୍ତୁ

ହିଜାବ ଇସଲାମର ଜରୁରୀ ଅଂଶ ନୁହେଁ: କର୍ଣ୍ଣାଟକ ସରକରା

author img

By

Published : Feb 19, 2022, 8:41 AM IST

ବେଙ୍ଗାଲୁରୁ: ଦିନକୁ ଦିନ ଘନେଇବାରେ ଲାଗିଛି ହିଜାବ ବିବାଦ । ଏହି ମାମଲା ଏବେ କର୍ଣ୍ଣାଟକ ହାଇକୋର୍ଟରେ ବିଚାରଧୀନ ଥିବାବେଳେ ଏନେଇ କୌଣସି ଚୂଡାନ୍ତ ରାୟ ପ୍ରକାଶ କରିନାହାନ୍ତି କୋର୍ଟ । କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ଷଷ୍ଠ ଦିନରେ ହିଜାବ ମାମଲାର ଶୁଣାଣି କରିଛନ୍ତି । ଏହି ସମୟରେ କର୍ଣ୍ଣାଟକ ସରକାର ନିଜର ପକ୍ଷ ରଖି ହିଜାବ ସଂକ୍ରାନ୍ତରେ ଯୁକ୍ତି ବାଢିଛନ୍ତି । ହିଜାବ ଇସଲାମର ଏକ ଜରୁରୀ ଧାର୍ମିକ ଅଂଶବିଶେଷ ନୁହେଁ । ହିଜାବ ବନ୍ଦ ଦ୍ବାରା ଧାର୍ମିକ ସ୍ବାଧୀନତା ଜନିତ ସାମ୍ବିଧାନିକ ଅଧିକାର ଉଲ୍ଲଙ୍ଘନ ହେଉନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନାଭଦଗି ହାଇକୋର୍ଟରେ କହିଛନ୍ତି, ହିଜାବ ଇସଲାମର ଅଂଶ ନୁହେଁ । ସମ୍ବିଧାନର ୧୯(୧) ଆଧାରରେ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାର ଅଧିକାର ନାହିଁ । ଏଥିସହ ଗତ ୫ ତାରିଖରେ କର୍ଣ୍ଣାଟକ ସରକାର ହିଜାବ କିମ୍ବା ଗେରୁଆ ବସ୍ତ୍ର ପରିଧାନ ନ କରିବା ନେଇ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିଥିବା କିଛି ମୁସଲିମ ଛାତ୍ରୀଙ୍କ ଆରୋପଙ୍କୁ ମଧ୍ୟ ଖାରିଜ କରିଛନ୍ତି ଆଡଭୋକେଟ ଜେନେରାଲ ।

କହିରଖୁଛୁ କି, ଗତ ସପ୍ତାହରେ କୋର୍ଟ ଶ୍ରେଣୀଗୃହରେ ହିଜାବ ସମେତ ଅନ୍ୟ ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ୍ ଲଗାଇଥିଲେ । ରାଜ୍ୟ ସରକାର ମଧ୍ୟ ଏହି ରାୟକୁ ସମର୍ଥନ ଜଣାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.