ETV Bharat / bharat

Army Hero canine Kent: ଦେଶର ସୁରକ୍ଷା ପାଇଁ ଟଳି ପଡିଲା ‘କେଣ୍ଟ’

author img

By ETV Bharat Odisha Team

Published : Sep 13, 2023, 9:57 PM IST

ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ଗୁଳିରେ ଟଳିଲା ଆର୍ମି କୁକୁର ‘କେଣ୍ଟ’ । ଗତକାଲି ରଜୌରୀ ଏନକାଉଣ୍ଟରରେ କରିଥିଲା ଅଂଶଗ୍ରହଣ । ନିପାତ ହୋଇଥିଲେ 2 ଆତଙ୍କୀ । ଅଧିକ ପଢନ୍ତୁ

Heroic Indian Army canine Kent: ଦେଶର ସୁରକ୍ଷା ପାଇଁ ଟଳି ପଡିଲା ‘କେଣ୍ଟ’

ଶ୍ରୀନଗର: ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ସେନାର ଯବାନ ସର୍ବୋଚ୍ଚ ବଳିଦାନ ଦେବାକୁ ପଛାନ୍ତି ନାହିଁ । ହେଲେ ଗତକାଲି ଦେଶ ସେବାରେ ପ୍ରାଣବଳୀ ଦେଇଛି ଭାରତୀୟ ସେନାର ଏକ ପ୍ରଶିକ୍ଷିତ କୁକୁର ‘କେଣ୍ଟ’ । ବିଶେଷ ଭାବେ ଆତଙ୍କୀ ଅପରେସନରେ ଅଂଶଗ୍ରହଣ କରି ସେନାକୁ ସହୟତା କରିବାକୁ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ନେଇଥିବା ଏହି ସାହାସି ଲାବ୍ରାଡର ପ୍ରଜାତିର କୁକୁର କେଣ୍ଟ ଗତକାଲି ରଜୌରୀ ଆଣ୍ଟି ଟେରର ଅପରେସନରେ ଆତଙ୍କୀଙ୍କ ଗୁଳିରେ ଟଳି ପଡିଛି ।

  • My heartfelt salute to you Brave Yodha Kent. As usual as a soldier and canine, you served beyond the call of duty and made the ultimate sacrifice. You will remain 'Man's best Friend' forever

    — Lt Gen PR Kumar (Retd) (@LtGenPRKumarRe1) September 12, 2023 " class="align-text-top noRightClick twitterSection" data=" ">

ଗତକାଲି ଅପରାହ୍ନରେ ରଜୌରୀରେ ଆତଙ୍କୀଙ୍କ ଆତ୍ମଗୋପନ ନେଇ ଇନପୁଟ ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ । ଆତଙ୍କୀ ଆଡ୍ଡା ଠାବ କରିବା ପାଇଁ ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ ଅପରେସନରେ ବାହାରିଥିଲେ । ଏହି ଅପରେସନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା କେଣ୍ଟ । ଆତଙ୍କୀଙ୍କ ଗୁପ୍ତ ଆଡ୍ଡା ଠାବ କରିବା ମିଶନରେ ସେନାର ଆଗରେ ରହି ବାଟ କଢାଉଥିଲା ଏହି କୁକୁର । ତେବେ ଅପରେସନରେ ସେନାକୁ ସଫଳତା ମଧ୍ୟ ମିଳିଲା । 2 ଆତଙ୍କୀଙ୍କୁ ସେନା ନିପାତ ମଧ୍ୟ କଲା । ହେଲେ କେଣ୍ଟ ଆତଙ୍କବାଦୀଙ୍କ ଗୁଳିରେ ଆଖି ବୁଜିଛି ।

ସର୍ବୋଚ୍ଚ ବଳିଦାନ ପରେ ସେନା ଏହି କୁକୁର ସାହାସିକତାକୁୁ ମନା ପକାଇ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛି । 21-ଆର୍ମି ଡଗ ୟୁନିଟର ଏହି ହିରୋ ଆତଙ୍କୀ ଅପରେସନରେ ସେନାକୁ ସହାଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରଶିକ୍ଷିତ ଥିଲା । ସେନାଅଧିକାରୀ ଓ ଯବାନଙ୍କ ପରି ତାର ଲମ୍ବା ସାମରିକ କ୍ୟାରିୟର ମଧ୍ୟ ରହିଛି । ପ୍ରଶିକ୍ଷଣ ଶେଷ କରିବା ପରେ ସେ ଗତ 5 ବର୍ଷ ମଧ୍ୟରେ ମୋଟ 8ଟି ସାମରିକ ଅଭିଯାନରେ ଅଂଶ ମଧ୍ୟ ଗ୍ରହଣ କରି ଗୁରୁ ଭୂମିକା ମଧ୍ୟ ନିଭାଇଛି ।

ଏହା ମଧ୍ୟ ପଢନ୍ତୁ:- Encounter in Anantnag: ସେନାର 2 ଓ ଜଣେ ପୋଲିସ ଅଧିକାରୀ ଶହୀଦ, ଘଟଣାସ୍ଥଳରେ ହାଇଆଲର୍ଟ

ଗତକାଲି ଅପରାହ୍ନରେ ଜମ୍ମୁ-କାଶ୍ମୀର ରଜୌରୀର ନର୍ଲା ଅଞ୍ଚଳରେ ଆରମ୍ଭ ହୋଇଥିବା ଆଣ୍ଟି ଟେରର ଅପରେସନରେ ଜଣେ ଆତଙ୍କୀ ନିହତ ହୋଇଥିଲା । ଆଜି ଆଉ ଜଣେ ଆତଙ୍କୀକୁ ମିଶାଇ ମୋଟ 2 ଆତଙ୍କୀ ଟଳିଛନ୍ତି । ସେହିପରି ଗତକାଲି ଅପରେସନରେ ସେନାର ତାଲିମପ୍ରାପ୍ତ କୁକୁର କେଣ୍ଟ ମୃତ୍ୟୁ ସାଙ୍ଗକୁ 2 ଯବାନ ଆହତ ହୋଇଥିବା ଜମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADGP) ଜଣ ମୁକେଶ ସିଂ ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.