ETV Bharat / bharat

ସମଲିଙ୍ଗୀ ବିବାହ ମାମଲା, କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

author img

By

Published : Apr 18, 2023, 3:08 PM IST

ଦେଶରେ ସମଲିଙ୍ଗୀ ବିବାହ ଆଇନ ସମ୍ମତ ଦେବା ଉଚିତ କି ନାହିଁ ତାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସମଲିଙ୍ଗୀ ବିବାହ ମାମଲାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅଧିକ ପଢନ୍ତୁ

Same sex marriage matter in SC
Same sex marriage matter in supreme court

ନୂଆଦିଲ୍ଲୀ: ଦେଶରେ ସମଲିଙ୍ଗୀ ବିବାହ କେତେ ଠିକ ? ସମଲିଙ୍ଗୀ ବିବାହ ଆଇନ ସମ୍ମତ ହେବା ଦରକାର କି ନାହିଁ । ଏହାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । 5ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ବିବାହକୁ ଆଇନ ମାନ୍ୟତା ପ୍ରଦାନ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରାକାର ଯୁକ୍ତି ବାଢିଥିଲେ । ସମଲିଙ୍ଗୀ ବିବାହକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିନିୟର ଅଡଭୋକେଟ କପିଲ ଶିବଲ କହିଛନ୍ତି ଏହି ମାମଲାରେ ରାଜ୍ୟ ଗୁଡିକରେ ଶୁଣାଣି ହେବା ଉଚିତ । ସଲିସିଟର ତୁଷାର ମେହେଟା ଏହାକୁ ବିରୋଧ କରିଛନ୍ତି ତାଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନ ବିଚାରପତି ।

ମାମଲାକୁ ନେଇ ସଲିସିଟର ତୁଷାର ମେହେଟା କହିଛନ୍ତି, ଏହି ମାମଲା ଶୁଣାଣିକୁ ନେଇ ଆମର ପ୍ରଥମ ଆପତ୍ତି ରହିଛି । କାରଣ ଏହା ସଂସଦ ଅଧିକାରର ବିଷୟ । ଏହି ପ୍ରସଙ୍ଗରେ 20ଟି ଆବେଦନ ହୋଇଥିବାବେଳେ ଏହା ଗ୍ରହଣଯୋଗ୍ୟ ନୁହେଁ । ସୁପ୍ରିମକୋର୍ଟ ଶୁଣାଣି କରିପାରିବେ ନାହିଁ । ଏଥିପାଇଁ ସଂସଦ ହିଁ ଫୋରମ ବୋଲି କହିଥିଲେ ତୁଷାର ମେହେଟା । ଏହା ଏକ ସମ୍ବେଦନଶୀଳ ମାମଲା ତେଣୁ ଦେଶବାସୀଙ୍କ ପରାମର୍ଶ ନେଇ ଏହି ମାମଲାର ଶୁଣାଣ କରାଯିବା ଉଚିତ । ଯାହାକୁ ନେଇ ବର୍ଷିଥିଲେ ସୁପ୍ରିମକୋର୍ଟ । ମାମଲାର ଶୁଣାଣି କରି କେନ୍ଦ୍ର ଉପରେ ବର୍ଷିବା ସହ ମାମଲାରେ କଣ କିପରି ଶୁଣାଣି ହେବ ସେ ବିଷୟରେ ଆମକୁ ଶିଖାଅ ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି ଆମେ କୋର୍ଟର ଦାୟିତ୍ବରେ ଥିବା ବେଳେ ଶୁଣାଣି ବି ଆମେ କରିବୁ । ଆପଣ କରୁଥିବା ଦାବି କେବଳ ଶୁଣାଣିକୁ ବନ୍ଦ କରିବା ପାଇଁ ଉଦ୍ଧିଷ୍ଟ । ତୁମ ଆପତ୍ତିକୁ ମଧ୍ୟ ଶୁଣିବୁ ।

ଏହା ବି ପଢନ୍ତୁ....Building Collapses in Karnal: ଭୁଶୁଡିଲା ରାଇସ ମିଲ , 4ମୃତ ଫସିଛନ୍ତି 25

ଧାରା 377କୁ ଅପରାଧ ମୁକ୍ତ କରାଯାଇଥିବାରୁ ଆବେଦନକାରୀ ଭାରତୀୟ ଆଇନ ଅଧୀନରେ ନିଜୟର ମୌଳିକ ଅଧିକାର କଥା କହି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇପାରିବ ନାହିଁ । ଭାରତୀୟ ସଂସ୍କୃତିରେ ଏହା ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କରକୁ ସମର୍ଥନ କରିଥିଲେ ସୁଦ୍ଧା ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ବିରୋଧରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.