ETV Bharat / bharat

CM di Yogshala: ପଞ୍ଜାବବାସୀଙ୍କୁ ମାଗଣା ଯୋଗ ପ୍ରଶିକ୍ଷଣ ଦେବ ମାନ ସରକାର - ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ

ପଞ୍ଜାବବାସୀଙ୍କୁ ମାଗଣା ଯୋଗ ପ୍ରଶିକ୍ଷଣ ଦେବ ମାନ ସରକାର । ମୁଖ୍ୟମନ୍ତ୍ରୀ ମାନ କହିଲେ ସୁସ୍ଥ ଓ ସମୃଦ୍ଧ ପଞ୍ଜାବ ପାଇଁ ଏହି କ୍ୟାମ୍ପେନ । ଅଧିକ ପଢନ୍ତୁ

ପଞ୍ଜାବବାସୀଙ୍କୁ ମାଗଣା ଯୋଗ ପ୍ରଶିକ୍ଷଣ ଦେବ ମାନ ସରକାର

author img

By

Published : Apr 3, 2023, 5:31 PM IST

ଚଣ୍ଡିଗଡ: ପଞ୍ଜାବବାସୀଙ୍କୁ ଦେୟମୁକ୍ତ ଯୋଗ ଶିକ୍ଷା ଦେବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛି ମାନ ସରକାର । ଯାହର ନାମ ରଖାଯାଇଛି ‘ସିଏମ ଦି ଯୋଗଶାଳା’ (CM di Yogshala) । ଏନେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ନିଜେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି । ରାଜ୍ୟରେ ଲୋକଙ୍କୁ ଯୋଗ ପ୍ରତି ଆକର୍ଷିତ କରିବା, ରାଜ୍ୟକୁ ସୁସ୍ଥ ଓ ସମୃଦ୍ଧ କରିବା ପାଇଁ ଏହି କ୍ୟାମ୍ପେନ ହାତକୁ ନିଆଯାଇଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି ।

ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ମାନ ଯୋଗର ଏକାଧିକ ଉପାଦେୟତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଭାରତୀୟ ପରମ୍ପରାରେ ଯୋଗର ଭିନ୍ନ ଏକ ସ୍ଥାନ ରହିଛି । ଏହି କ୍ୟାମ୍ପେନ ରାଜ୍ୟବାସୀଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବ । ତେବେ ଏହି କ୍ୟାମ୍ପେନ ରାଜ୍ୟରେ ପାଇଲଟ ପ୍ରୋଜେକ୍ଟ ଭାବେ ଲାଗୁ କରାଯିବ । ଅମ୍ରିତସର, ଫଗଓ୍ବାରା, ପଲିଆଲା, ଲୁଧିଆନା ପରି ସହରରେ ଏହା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଉଚ୍ଚ ପ୍ରଶିକ୍ଷିତ ଯୋଗ ପ୍ରଶିକ୍ଷକମାନେ ଲୋକମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେବେ । ବିଭିନ୍ନ ସାର୍ବଜନୀନ ସ୍ଥାନରେ ଏହି ଯୋଗ କ୍ଯାମ୍ପଗୁଡିକ ବ୍ୟବସ୍ଥା କରାଯିବା ନେଇ ଭିଡିଓରେ ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ।

ପଞ୍ଜାଗକୁ ସୁସ୍ଥ ରଖିବା ପାଇଁ ଏହି ଜନ ଆନ୍ଦୋଳନ ସରକାର ହାତକୁ ନେଉଛି । ସୁସ୍ଥ ଶରୀର ଓ ସନ୍ତୁଳିତ ମନ ପାଇଁ ଯୋଗର ଆବଶ୍ୟକତା ନିତ୍ୟାନ୍ତ ରହିଛି । ସେହିପରି ସେ ନିଜେ ମଧ୍ୟ ପ୍ରତ୍ୟେହ ନିୟମିତ ଯୋଗ କରନ୍ତି ବୋଲି ମାନ କହିଛନ୍ତି । ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ନିଜ ଦୈନଦିନ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଭ୍ୟାସ ଭାବେ ଅଭ୍ୟସ୍ତ ହେବାର ଆବଶ୍ୟକତା ରହିଥିବା ମାନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମାନ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି, ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ହେବ । ଲୋକଙ୍କ ମନରେ ଯୋଗକୁ ନେଇ ଏକ ଜନ ସଚେତନତା ସୃଷ୍ଟି କରାଯିବା ସହ ସୁସ୍ଥ ଓ ସମୃଦ୍ଧ ପଞ୍ଜାବ ଗଠନ କରିବା ଦିଗରେ ଏହି କ୍ୟାମ୍ପେନକୁ ବ୍ୟାପକ କରାଯିବ । ତେବେ ଭାରତୀୟ ପରମ୍ପରାରୁ ସୃଷ୍ଟି ହୋଇଥିବା ଯୋଗ ଏବେ ସାରା ବିଶ୍ବରେ ଆଦୃତ ହୋଇ ସାରିଲାଣି । ବିଶ୍ବ ଯୋଗ ଦିବସରେ ପ୍ରାୟ ସମସ୍ତ ଦେଶ ଯୋଗାଭ୍ୟାସ କରୁଥିବାର ମଧ୍ୟ ଦେଖାଯାଏ । ପ୍ରଥମେ ଭାରତରୁ ଏହାର ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.