ETV Bharat / bharat

Covid Scare: ଦେଶରେ ପୁଣି ଉପରମୁହାଁ କୋରୋନା, ୮ ରାଜ୍ୟକୁ କେନ୍ଦ୍ରର ଚିଠି - କୋରୋନା ସଂକ୍ରମଣ

ଦେଶରେ ପୁଣି ଉପରମୁହାଁ କୋରୋନା ସଂକ୍ରମଣ । କୋଭିଡ ଟେଷ୍ଟ ବୃଦ୍ଧି କରିବା ସହ ସତର୍କ ରହିବା ପାଇଁ ୮ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଅଧିକ ପଢନ୍ତୁ

Covid Scare
Covid Scare
author img

By

Published : Apr 22, 2023, 7:13 AM IST

ନୂଆଦିଲ୍ଲୀ: ଦେଶରେ ଲୁଚକାଳି ଖେଳୁଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । କିନ୍ତୁ ଗତ କିଛି ଦିନ ହେବ ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଛି । ଯାହାକି କେନ୍ଦ୍ର ସରାକାରଙ୍କ ପାଇଁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । ଏହାରି ଭିତରେ କେନ୍ଦ୍ର ସରକାର ୮ ରାଜ୍ୟକୁ ଚିଠି ଲେଖିଛନ୍ତି । ଏହି ରାଜ୍ୟମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ନଜର ରଖିବାକୁ ଚିଠିରେ ପରାମର୍ଶ ଦିଆଯାଇଛି ।

ଉତ୍ତରପ୍ରଦେଶ, ତାମିଲମାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ହରିୟାଣା ଏହଂ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କେନ୍ଦ୍ର ପକ୍ଷରୁ ଆଗୁଆ ଚିଠି ଲେଖି ସତର୍କ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ ଏହା କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ମହାମାରୀ ସରିନି । ମାର୍ଚ୍ଚ ମାସରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସଂକ୍ରମଣ ହାରରେ ମଧ୍ୟ ବୃଦ୍ଧି ଘଟିଛି । ଏପ୍ରିଲ 19 ସଂକ୍ରମିତ ହାର 5.5 ପ୍ରତିଶତ ଥିବାବେଳେ ପୂର୍ବ ସପ୍ତାହରେ ଏହା 4.7 ପ୍ରତିଶତ ଥିଲା । ତେଣୁ କୌଣସି ବି ସ୍ଥିତିରେ ହେଳା କରିବା ଠିକ ନୁହେଁ । ସଂକ୍ରମଣ ବଢୁଥିବାରୁ ଅଧିକ ସତର୍କ ରହିବାକୁ ହେବ । ଯଦିଓ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା କମ୍ ରହିଛି, ତଥାପି ସତର୍କ ରହିବା ଆବଶ୍ୟକ । ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ସହ ପଦକ୍ଷେପ ନେବା ଆବଶ୍ୟକ ।"

ଏହା ମଧ୍ୟ ପଢନ୍ତୁ: Popularity of PM Modi: ମୋଦିଙ୍କ କଟଆଉଟରେ ଲାଗିଥିବା ପାଣିକୁ ଗାମୁଛାରେ ପୋଛିଲେ ବୃଦ୍ଧ, ଭିଡିଓ ଭାଇରାଲ

ସେ ଆହୁରି କହିଛନ୍ତି, "ଉତ୍ତରପ୍ରଦେଶ, ତାମିଲମାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ହରିୟାଣା ଏହଂ ଦିଲ୍ଲୀରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହୁଛି । ଏହିସବୁ ରାଜ୍ୟରେ ଅଧିକରୁ ଅଧିକ ନମୁନା ସଂଗ୍ରହ କରିବା ସହ ଜିନୋମ ସିକ୍ବେନ୍ସିଂ ନିମନ୍ତେ ପଠାଇବା ଆବଶ୍ୟକ । "

ପ୍ରକାଶଥାଉ କି, ଗତକାଲି(ଶୁକ୍ରବାର) ଦେଶରେ ୧୧,୬୯୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଭାରତରେ ସମୁଦାୟ କୋରୋନା ଆକ୍ଟିଭ ମାମଲା ଏବେ ୬୬,୧୭୦କୁ ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଶୁକ୍ରବାର ଦିନକରେ ପୁଣି ୨୮ ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଥିଲା । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫,୩୧,୨୫୮ରେ ପହଞ୍ଚିଛି । ତେବେ ୨୮ଜଣ ମୃତକଙ୍କ ମଧ୍ୟରୁ ୯ଜଣ କେରଳର ହିଁ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.