ETV Bharat / bharat

ଦେଶରେ ବଢୁଛି COVID ସଂକ୍ରମଣ, ଅପରାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

author img

By

Published : Jun 23, 2022, 11:19 AM IST

ଦେଶରେ ବଢୁଥିବା ସଂକ୍ରମଣକୁ ନେଇ ଆଜି ଅପରାହ୍ନରେ ଏକ ବିଶେଷଜ୍ଞ ଦଳ ସହ ଉଚ୍ଚସ୍ତରୀୟ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଅଧିକ ପଢନ୍ତୁ

ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଆଜି ବୈଠକ କରିବେ ମାଣ୍ଡଭିୟ
ଦେଶରେ ବଢୁଛି COVID ସଂକ୍ରମଣ, ଅପରାହ୍ନରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ କୋରୋନା ସଂକ୍ରମଣ । ସଂକ୍ରମଣ ଏବେ ୧୨ ହଜାର ପାର କରୁଥିବା ବେଳେ ଅନେକ ରାଜ୍ୟରେ ମଧ୍ୟ ସଂକ୍ରମଣ ଉପରମୁହାଁ ହୋଇଛି । ଯାହା ଏବେ ପୁଣି ଦେଶବାସୀଙ୍କୁ ଚିନ୍ତାରେ ପକାଇଛି । ବଢୁଥିବା ସଂକ୍ରମଣକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଆଜି ଅପରାହ୍ନରେ ଏକ ବିଶେଷଜ୍ଞ ଦଳ ସହ ଆଲୋଚନା କରିବେ ।

ଏହା ପୂର୍ବରୁ ଜୁନ ୧୩ରେ ସ୍ବାସ୍ଥ୍ୟମନ୍ତ୍ରୀ କୋରୋନା ସଂକ୍ରମଣ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିଲେ । ଦେଶରେ କେତକ ରାଜ୍ୟରେ ଏବେ ବି କୋରୋନା ସଂକ୍ରମଣ କମିନାହିଁ, ଏଥିପାଇଁ କୋଭିଡ କଟକଣା ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ରାଜ୍ୟ ଗୁଡିକୁ ପରାମର୍ଶ ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । କୋରୋନା ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ, ଟୀକାକରଣ ଓ କୋଭିଡ ନିୟମ ଜାରି ରଖିବା ସହ ଏଗୁଡିକ ତଦାରଖ କରିବାକୁ କହିଥିଲେ ।

ସେହିପରି ଜୁନ୍ ୧ରେ ଆରମ୍ଭ ହେଇଥିବା ହର ଘର ଦସ୍ତକ ୨.୦ ଅଭିଯାନର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲା । ଏଥିସହ ୧୨ରୁ ୧୭ ବର୍ଷ ବୟସ ବର୍ଗର ସମସ୍ତ ହିତାଧିକାରୀଙ୍କୁ ଟୀକାକରଣକୁ ତ୍ବରାନ୍ବିତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଯଦ୍ବାରା ସେମାନେ ବିଦ୍ୟାଳୟକୁ ସୁରକ୍ଷିତ ଭାବେ ଯାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.