ETV Bharat / bharat

କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ କଡା ତାଗିଦ, ଖୁବଶୀଘ୍ର ଦିଅ 490 MT ଅକ୍ସିଜେନ୍ - 490 MT oxygen supply direction to center

ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ କେନ୍ଦ୍ର ପ୍ରତି ପୁଣି କଠୋର ଆଭିମୁଖ୍ୟ ଦେଖାଇଲେ ଦିଲ୍ଲୀ ହାଇକୋର୍ଟ । କହିଲେ କୌଣସି ପରିସ୍ଥିତିରେ ଯୋଗାଣ କର 490 ମେଟ୍ରିକ ଟନ ଅକ୍ସିଜେନ । ଅଧିକ ପଢନ୍ତୁ...

କେନ୍ଦ୍ରକୁ ଦିଲ୍ଲୀ ହାଇକୋର୍ଟଙ୍କ କଡା ତାଗିଦ, କୌଣସି ପ୍ରକାର 490 ମେଟ୍ରିକ ଟନ ଅକ୍ସିଜେନ ଯୋଗାଣ କର

author img

By

Published : May 1, 2021, 4:54 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ନେଇ ପୁଣି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି । ଆବେଦନର ଶୁଣାଣି କରି କେନ୍ଦ୍ର ଉପରେ ବର୍ଷିଲେ ହାଇକୋର୍ଟ । ଖୁବଶୀଘ୍ର 490 ମେଟ୍ରିକ ଟନ୍ ଅକ୍ସିଜେନ୍ ଦିଲ୍ଲୀକୁ ଯୋଗାଇବାକୁ ନିର୍ଦ୍ଦେଶ । ଯୋଗାଣରେ ବିଫଳ ହେଲେ ଅଦାଲତ ଅବମାନନା ସାମ୍ନା କରିବ କେନ୍ଦ୍ର ।

ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ କେନ୍ଦ୍ର ସରକାର ପ୍ରତି ପୁଣି କଠୋର ଆଭିମୁଖ୍ୟ ଦେଖାଇଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଖୁବଶୀଘ୍ର 490 ମେଟ୍ରିକ ଟନ ଅକ୍ସିଜେନ ଆସନ୍ତା 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ତୁରନ୍ତ ଗଚ୍ଛିତ କରିବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କେନ୍ଦ୍ର ସରକାରକୁ ତୀବ୍ର ଭର୍ତ୍ସନା କରିବା ସହ ବର୍ତ୍ତମାନର ପରିସ୍ଥିତି ପାଇଁ ଦାୟୀ କରିଛନ୍ତି । କୋର୍ଟ କହିଛନ୍ତି ସ୍ଥିତି ଆୟତ ବାହରକୁ ଚାଲିଗଲଣି । ବର୍ତ୍ତମାନ ସମୟରେ କେନ୍ଦ୍ର ସମସ୍ତ ଅତ୍ୟାବଶକ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରୁ ।

ସେହିପରି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାରକୁ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.