ETV Bharat / bharat

ଦକ୍ଷତା ବିକାଶ ଘୋଟାଲା ମାମଲା: ଚନ୍ଦ୍ରବାବୁଙ୍କ ଜାମିନକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କଲା ଆନ୍ଧ୍ର ସରକାର - ଆନ୍ଧ୍ର ପ୍ରଦେଶ ଦକ୍ଷତା ବିକାଶ ଘୋଟାଲା ମାମଲା

ଚନ୍ଦ୍ରବାବୁଙ୍କୁ ନିୟମିତ ଜାମିନ ମିଳିବାର ମାତ୍ର 24 ଘଣ୍ଟା ମଧ୍ୟରେ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କଲା ଆନ୍ଧ୍ର ସରକାର । ଗତକାଲି ଅପରାହ୍ନରେ ରେଗୁଲାର ବେଲ୍‌ ଦେଇଥିଲେ ଆନ୍ଧ୍ର ହାଇକୋର୍ଟ । ଅଧିକ ପଢ଼ନ୍ତୁ

ଦକ୍ଷତା ବିକାଶ ଘୋଟାଲା ମାମଲା: ଚନ୍ଦ୍ରବାବୁଙ୍କୁ ଜାମିନ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଆନ୍ଧ୍ର ସରକାର

author img

By ETV Bharat Odisha Team

Published : Nov 21, 2023, 7:23 PM IST

ହାଇଦ୍ରାବାଦ: ବହୁଚର୍ଚ୍ଚିତ ଦକ୍ଷତା ବିକାଶ ଘୋଟାଲା ମାମଲାରେ ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଆନ୍ଧ୍ର ହାଇକୋର୍ଟ ପ୍ରଦାନ କରିଥିବା ନିୟମିତ ଜାମିନ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ଆନ୍ଧ୍ର ସରକାର । ପୂର୍ବରୁ ଏହି ମାମଲାରେ ଚନ୍ଦ୍ରବାବୁ ଅନ୍ତରୀଣ ଜାମିନ ପାଇଥିବା ବେଳେ ଗତକାଲି ଅପରାହ୍ନରେ ତାଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ନିୟମିତ ବେଲ୍‌ ପ୍ରଦାନ କରିଥିଲେ । ମାତ୍ର ବେଲ୍‌ ମିଳିବାର 24 ଘଣ୍ଟା ମଧ୍ୟରେ ଏହାକୁ ଆନ୍ଧ୍ର ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍‌ କରିଛନ୍ତି ।

  • VIDEO | "Regarding the regular bail that (Andhra Pradesh) High Court has granted to N Chandrababu Naidu, what they (TDP) are doing is... They are saying that truth has prevailed. But the truth is that a scam exists, truth is that N Chandrababu Naidu is the main culprit," says… pic.twitter.com/VztChxfGae

    — Press Trust of India (@PTI_News) November 21, 2023 " class="align-text-top noRightClick twitterSection" data=" ">

ଆବେଦନରେ ଆନ୍ଧ୍ର ସରକାର ଦର୍ଶାଇଛି ଯେ, ଏହି ଜାମିନ ପ୍ରଦାନ କରାଯିବା ଏକ ତଥ୍ୟାତ୍ମକ ଭାବେ ଏକ ତ୍ରୁଟି । ଆନ୍ଧ୍ର ସରକାରଙ୍କ ପରାମର୍ଶଦାତା କାମକ୍ରିଷ୍ଣା ରେଡ୍ଡୀ ଜାତୀୟ ଖବର ସରବରାହ ସଂସ୍ଥା ପିଟିଆଇକୁ କହିଛନ୍ତି, ‘‘ଗତକାଲି ଚନ୍ଦ୍ରବାବୁଙ୍କୁ ଜାମିନ ମିଳିବା ପରେ ତାଙ୍କ ଦଳ ଟିଡିପି କହିଛି, ସତ ସାମ୍ନାକୁ ଆସିଛି । ମାତ୍ର ସତ ଏହା ଯେ, ଏହି ଘୋଟାଲା ମାମଲାରେ ଚନ୍ଦ୍ରବାବୁ ହିଁ ମୁଖ୍ୟ ଅଭିଯୁକ୍ତ ।’’

ଗତକାଲି(ସୋମବାର) ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଚନ୍ଦ୍ରବାବୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର 31 ତାରିଖରେ ଚନ୍ଦ୍ରବାବୁଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ 4 ସପ୍ତାହ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚନ୍ଦ୍ରବାବୁଙ୍କୁ ମେଡିକାଲ ଗ୍ରାଉଣ୍ଡରେ ଲକ୍ଷେ ଟଙ୍କାର ମୁଚାଲିକା ଓ ଦୁଇ ଜାମିନଦାରଙ୍କ ବଦଳରେ 4 ସପ୍ତାହ ଅବଧି ବିଶିଷ୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ କୋର୍ଟ । ଚଳିତ 31 ତାରିଖରେ ତାଙ୍କର ଅନ୍ତରୀଣ ବେଲ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଗତକାଲି ତାଙ୍କୁ ନିୟମିତ ଜାମିନ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ:-ଦକ୍ଷତା ବିକାଶ ଦୁର୍ନୀତି ମାମଲା: ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ବେଲ

ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେପ୍ଟେମ୍ବର 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର 9 ତାରିଖ ଭୋର ସମୟରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ତେବେ ହାଇକୋର୍ଟରୁ ଦୀର୍ଘ ଦିନ ପରେ ବେଲ ପାଇଥିବା ଚନ୍ଦ୍ରବାବୁଙ୍କ ବିରୋଧରେ ରାଜ୍ୟ ସରକାର ସର୍ବୋଚ୍ଚ କୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.