ETV Bharat / bharat

ପିଶାଚ ପୁଅ: ମା'କୁ ହତ୍ୟା କରି ସୁଟକେସରେ ଭରି ଗଙ୍ଗାରେ ବିସର୍ଜନ ପାଇଁ ଯାଉଥିଲା...

author img

By ETV Bharat Odisha Team

Published : Dec 15, 2023, 8:20 PM IST

Haryana Youth killed her mother: ପିଶାଚ ପୁଅର ବର୍ବର କାଣ୍ଡ । ହରିୟାଣାରେ ମାଆକୁ ହତ୍ୟା କରି ସୁଟକେସରେ ଭରି ସଙ୍ଗମରେ ଗଙ୍ଗାନଦୀରେ ଫିଙ୍ଗିବାକୁ ଉଦ୍ୟମ । ପୋଲିସ ହାତରେ ଧରାପଡ଼ିଲା ହତ୍ୟାକାରୀ ପୁଅ । କାହିଁକି ମାଆକୁ ମାରିଲା ପୁଅ, ଆସନ୍ତୁ ଜାଣିବା,

ପିଶାଚ ପୁଅ : ମା'କୁ ହତ୍ୟା କରି ସୁଟକେସରେ ଗଙ୍ଗାରେ ଫିଙ୍ଗୁଥିବା ବେଳେ ପୋଲି ହାତରେ ଧରାପଡ଼ିଲା

ପ୍ରୟାଗରାଜ (ଉତ୍ତରପ୍ରଦେଶ): ହରିୟାଣାରେ ହତ୍ୟା, ପ୍ରୟାଗରାଜରେ ଗଙ୍ଗାରେ ଫିଙ୍ଗିବା ଯୋଜନା । ନିଜ ମାଆକୁ ହତ୍ୟା କରି, ସୁଟକେସରେ ଭରି ଗଙ୍ଗା ନଦୀରେ ମୃତଦେହ ଫିଙ୍ଗିବା ପାଇଁ ଯୋଜନା କରିଥିବା ପିଶାଚ ପୁଅକୁ ଧରିଛି ପୋଲିସ । ହତ୍ୟାକାରୀ ପୁଅ ମା’ଙ୍କ ମୃତଦେହକୁ ଏକ ସୁଟକେସରେ ରଖି ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଆସିଥିଲା । ଯୁବକକୁ ଦେଖି ପୋଲିସର ସନ୍ଦେହ ହେବା ପରେ, ତାକୁ ଅଟକାଇ ପଚରା ଉଚରା କରିଥିଲା। ପରେ ମହିଳାଙ୍କ ମୃତଦେହ ସୁଟକେସ ଭିତରୁ ମିଳିଥିଲା । ପୋଲିସ ଅଭିଯୁକ୍ତକୁ ଥାନାକୁ ନେଇ, ହତ୍ୟାକାଣ୍ଡ ସଂପର୍କରେ ଜେରା କରିଛି ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦରେ ସ୍ମୋକ୍ ଆଟାକ୍: ଗୃହମନ୍ତ୍ରୀଙ୍କ ଜବାବ ଦାବିରେ ହଙ୍ଗାମା, ସଂସଦୀୟ ପ୍ରକ୍ରିୟା ଠପ୍

କେମିତି ଧରାପଡ଼ିଲା ହତ୍ୟାକାରୀ: ଗୁରବାର ମଧ୍ୟରାତ୍ରୀରେ ସଙ୍ଗମ କୂଳରେ ଏକ ସୁଟକେସ ଧରି ବୁଲୁଥିଲା ଯୁବକ ଜଣକ। ପୋଲିସ ପେଟ୍ରୋଲିଂ କରୁଥିବା ବେଳେ, ଯୁବକ ଉପରେ ପଡ଼ିଥିଲା ନଜର । ଯୁବକ ହାତରେ ଥିଲା ଏକ ବଡ଼ ସୁଟକେସ୍ ଏବଂ ଦୁଇଟି ବ୍ୟାଗ । ଯେତେବେଳେ ପୋଲିସ ତାଙ୍କୁ ଅଟକାଇ ପଚାରେ, ସେତେବେଳେ ତାର ଉତ୍ତର ଥିଲା, ସଙ୍ଗମରେ ଗାଧୋଇବାକୁ ଆସିଛି । ମାତ୍ର ଯୁବକର ହାବ ଭାବ ଦେଖି ପୋଲିସ ସନ୍ଦେହ ବଢ଼ିଥିଲା ଏବଂ ତାର ଜିନିଷ ପତ୍ର ଯାଞ୍ଚ କରିଥିଲା । ବଡ଼ ସୁଟକେସ ଖୋଲିଲା ବେଳକୁ ଏଥିରୁ ମିଳିଥିଲା ଏକ ମହିଳାଙ୍କ ମୃତଦେହ । ଖୋଲତାଡ଼ ପରେ ଜଣାପଡ଼ିଲା ମୃତ ମହିଳା ହେଉଛନ୍ତି ଯୁବକର ନିଜ ମାଆ ।

ଏହା ମଧ୍ଯ ପଢ଼ନ୍ତୁ: ପୋଲିସ ପଞ୍ଝାରେ ମାଷ୍ଟରମାଇଣ୍ଡ ଲଳିତ ଝା, ରିମାଣ୍ଡରେ ନେଇ ମାରାଥନ ଜେରା

୫ ହଜାର ଟଙ୍କା ପାଇଁ ମାଆକୁ ହତ୍ୟା କଲା ପିଶାଚ ପୁଅ: ପୋଲିସ ଜେରା ପରେ ପଦାକୁ ଆସିଥିଲା ସତ କଥା । ଯୁବକର ଘର ହରିୟାଣାର ହିସାର ଜିଲ୍ଲା ହାଂସୀ ଥାନର ଆର୍ଯ୍ୟନଗର । ତାର ନାଁ ହିମାଂଶୁ । ତାର ମାଆଙ୍କ ନାମ ପ୍ରତୀମା । ପୋଲିସ ଆଗରେ ହତ୍ୟାକାଣ୍ଡର ପୁରା କାହାଣୀ କହିଥିଲା ହିମାଂଶୁ । ଗତ ୧୩ ତାରିଖର ଘଟଣା । ସେ ମାଆଙ୍କୁ ୫୦୦୦ ଟଙ୍କା ମାଗିଥିଲା । ମାଆ ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହା ପରେ ସେ ତାଙ୍କ ମା ସହିତ ପ୍ରବଳ ଝଗଡ଼ା କରିଥିଲା । ମାଆ ଟଙ୍କା ନଦେବାକୁ ଏଥିରେ ଉତ୍ତ୍ୟକ୍ତ ହୋଇ ପିଶାଚ ପୁଅ ହିମାଂଶୁ ମାଆର ଗଳା କାଟି ହତ୍ୟା କରିଥିଲା । ଆର୍ଯ୍ୟନଗରରେ ହିମାଂଶୁ ତାଙ୍କ ମାଆଙ୍କ ସହ ଭଡ଼ା ଘରେ ରହୁଥିଲା । ହତ୍ୟା ପରେ କଣ କରିବ ତାର ବୁଦ୍ଧି ହଜି ଯାଇଥିଲା । ଶେଷରେ ଯୋଜନା କଲା ଯେ, ମାଆର ଶବକୁ ଗଙ୍ଗାନଦୀରେ ବିସର୍ଜନ କରିବ । ତେଣୁ ମାଆର ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ସେ ବାହାରିଥିଲା ପ୍ରୟାଗରାଜ ।

ଏହା ମଧ୍ଯ ପଢ଼ନ୍ତୁ: ସଂସଦରୁ ବହିଷ୍କାର ମାମଲା: ମହୁଆଙ୍କ ଆବେଦନ ଗ୍ରହଣ କଲେ ସୁପ୍ରିମକୋର୍ଟ, ଜାନୁଆରି ୩ରେ ଶୁଣାଣି

ଟ୍ରେନରେ ନେଇଥିଲା ଡେଡ୍ ବଡି: ସୁଟକେସରେ ମାଆର ଶବ ଭର୍ତ୍ତି ପରେ ହିମାଂଶୁ ଏହାକୁ ଧରି ରେଳ ଷ୍ଟେସନ ଯାଇଥିଲା । ପ୍ରଥମେ ହିସାରରୁ ଗାଜିଆବାଦ ଷ୍ଟେସନରେ ପହଞ୍ଚିବା ପରେ, ଅନ୍ୟ ଏକ ଟ୍ରେନ ଧରି ପ୍ରୟାଗରାଜରେ ପହଞ୍ଚିଥିଲା । ପ୍ରୟାଗରାଜ ଜଙ୍ଗସନରେ ଓହ୍ଲାଇ ସଙ୍ଗମକୁ ଯାଇଥିଲା । ସେଠାରେ ନିରୋଳାରେ ଶବକୁ ପାଣିରେ ପକାଇବାକୁ ଯୋଜନା କରିଥିବା ବେଳେ, ପୋଲିସ ହାତରେ ଧରାପଡ଼ିଗଲା । ତେବେ ପ୍ରଶ୍ନ ଉଠୁଛି ହତ୍ୟାକାରୀ ହିମାଂଶୁ ମୃତଦେହକୁ ହରିୟାଣାର ହିସାରରୁ ପ୍ରୟାଗରାଜ ପର୍ଯ୍ଯନ୍ତ ନେବା ବେଳେ, କେହି କିପରି ଯାଣିପାରିଲେ ନାହିଁ । ବିଶେଷ କରି ରେଳବାଇ ପୋଲିସ RPF ଏବଂ GRP କେମିିତି କୌଣସି ସୁରାକ ପାଇଲେ ନାହିଁ ???

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.