ପାନିପଥ: ହରିୟାଣା ରାଜନୀତିରେ ଚାଲିଛି ପରସ୍ପର କାଦୁଅ ଫିଙ୍ଗିବା ଅଭିଯାନ। ଯାହାକୁ ନେଇ ଅନେକ ରାଜନୈତିକ ନେତା ମାନେ ପରସ୍ପରକୁ ସିଧାସଳଖ ଟାର୍ଗେଟ କରୁଛନ୍ତି। ଯେଉଁଥିରେ ମନହୋର ଲାଲ ଖଟ୍ଟରଙ୍କୁ ପାକିସ୍ତାନୀ ବୋଲି କହିଲେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ।
ପାନିପଥରେ ଦଳ ବିସ୍ତାର ପାଇଁ ଆମ୍ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ପ୍ରଥମେ ଆପ ପାର୍ଟିର ମୁଖପାତ୍ର କୋଭିଡକୁ ନେଇ ରାଜ୍ୟ ସରକାରଙ୍କ ନୀତି ବିଫଳ ହୋଇଥିବା କହିବା ସହ ମୁଖ୍ୟମନ୍ତ୍ରୀ ଖଟ୍ଟର ସରକାରଙ୍କୁ ପାକିସ୍ତାନୀ କହିଛନ୍ତି ।
ସେ କହିଛନ୍ତି ଯେ, ଯେତେବେଳେ ସେ କୃଷକମାନଙ୍କୁ ପାକିସ୍ତାନୀ ଏବଂ ଖଲିସ୍ତାନୀ ବୋଲି କହିପାରୁଛନ୍ତି, ତେବେ ଗଣତନ୍ତ୍ରରେ କହିବାର ଅଧିକାର ଅନୁସାରେ ସେ ତେବେ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ପାକିସ୍ତାନୀ ବୋଲି କହି ପାରିବେନାହିଁ ? ବୋଲି ପ୍ରଶ୍ନ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭବିଷ୍ୟତରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପାକିସ୍ତାନୀ ନାଁରେ ସମ୍ବୋଧିତ କରାଯିବ । ଯାହାର ଜବାବରେ ପାନିପଥ ବିଜେପି ଜିଲ୍ଲା ସଭାପତି ମଧ୍ୟ ଉତ୍ତର ଦେଇଛନ୍ତି , ତୁମେ ବି ଟିକେ ନିଜ ଆଡକୁ ଦେଖ । ଆପ ଏମିତି ହୀନ ମନ୍ତବ୍ୟ ଦେଇ ହରିୟାଣାରେ ସରକାର ଗଠନ କରିବା ଚକ୍ରାନ୍ତରେ ରହିଛି, ଏମିତି ନହେଉ କି ଦିଲ୍ଲୀରେ ବସିଥିବା ଆପ ସରକାର ଭାଙ୍ଗିଯାଉ ।
ସୂଚନାଯୋଗ୍ୟ ଯେ, ପାନିପଥର ସାନୋଲି ରୋଡରେ ଥିବା ଜିଲ୍ଲା କାର୍ଯ୍ୟାଳୟରେ ଆମ୍ ଆଦମୀ ପାର୍ଟିର ଏକ ବୈଠକ ଆୟୋଜିତ ହୋଇଥିଲା। ଯେଉଁଠାରେ ପାର୍ଟି ସଙ୍ଗଠନର ପ୍ରଚାର ପ୍ରସାର ପାଇଁ ନୂଆ ଦାୟିତ୍ବ ଦିଆଯାଇଛି।