ETV Bharat / bharat

ଦିଲ୍ଲୀ କନଷ୍ଟେବଳଙ୍କ ଗୁଳିରେ ହରିୟାଣା ସବ୍‌-ଇନ୍ସପେକ୍ଟର ମୃତ

author img

By

Published : Oct 10, 2021, 2:27 PM IST

Updated : Oct 10, 2021, 2:46 PM IST

ପୋଲିସକୁ ମାରିଲା ପୋଲିସ । ଦିଲ୍ଲୀ କନଷ୍ଟେବଳଙ୍କ ଗୁଳିରେ ହରିୟାଣା ପୋଲିସ ସବ୍‌-ଇନ୍ସପେକ୍ଟର ମୃତ । ଅଧିକ ପଢନ୍ତୁ...

ଦିଲ୍ଲୀ କନଷ୍ଟେବଳଙ୍କ ଗୁଳିରେ ହରିୟାଣା ପୋଲିସ ସବ୍‌-ଇନ୍ସପେକ୍ଟର ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ପୋଲିସ ବନିଛି ପୋଲିସର ଶତ୍ରୁ । ଟଙ୍କା ନେଣଦେଣକୁ ନେଇ ଦିଲ୍ଲୀ ପୋଲିସ କନଷ୍ଟେବଳ ହରିୟାଣା ପୋଲିସ ସବ-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

ରବିବାର ସକାଳ ପ୍ରାୟ ୮ଟା ସମୟରେ ଘଟିଛି ଏହି ଘଟଣା । ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦିଲ୍ଲୀ କନଷ୍ଟେବଳ ବିକ୍ରମ ହରିୟାଣା ସବ୍‌-ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୁଳିଟି ମୃତକ ହରିୟାଣା ପୋଲିସ ସବ୍‌-ଇନ୍ସପେକ୍ଟରଙ୍କ ମୁଣ୍ଡରେ ବାଜିଥିଲା । ବୀରେନ୍ଦ୍ର ରୋହତକ ଅଞ୍ଚଳରେ ରହୁଥିଲେ । ସେ ଗତ ୫ରୁ ୬ ଦିନ ଧରି ନିଜ ସମ୍ପର୍କୀୟଙ୍କ ସହିତ ରହୁଥିଲେ ।

ସେପଟେ ଅଭିଯୁକ୍ତ ବିକ୍ରମ ଦିଲ୍ଲୀ ପୋଲିସ କନଷ୍ଟେବଳ ଭାବେ ଦାୟିତ୍ବ ତୁଲାଉଛନ୍ତି । ସେ ଦକ୍ଷିଣ-ପୂର୍ବ ଜିଲ୍ଲାର ଗ୍ରେଟର କୈଳାଶ ଥାନା ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 10, 2021, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.