ETV Bharat / bharat

'ହର୍ଷବର୍ଦ୍ଧନଙ୍କ ଇସ୍ତଫା ପ୍ରମାଣ କରୁଛି ଦେଶର କୋଭିଡ ପରିଚାଳନାଗତ ତ୍ରୁଟି'

author img

By

Published : Jul 8, 2021, 10:00 AM IST

ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ହର୍ଷବର୍ଦ୍ଧନଙ୍କୁ ଦାୟୀ କରିବା ସହ ଢିଲା କୋଭିଡ ପରିଚାଳନା ପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡିଛି ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର । ଅଧିକ ପଢନ୍ତୁ..

'ହର୍ଷବର୍ଦ୍ଧନଙ୍କ ଇସ୍ତଫା ପ୍ରମାଣ କରୁଛି ଦେଶର କୋଭିଡ ପରିଚାଳନାଗତ ତ୍ରୁଟି'
'ହର୍ଷବର୍ଦ୍ଧନଙ୍କ ଇସ୍ତଫା ପ୍ରମାଣ କରୁଛି ଦେଶର କୋଭିଡ ପରିଚାଳନାଗତ ତ୍ରୁଟି'

ନୂଆଦିଲ୍ଲୀ: ନୂଆ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଗଠନକୁ କଟାକ୍ଷ କଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର । ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ହର୍ଷବର୍ଦ୍ଧନଙ୍କୁ ଦାୟୀ କରିବା ସହ ଢିଲା କୋଭିଡ ପରିଚାଳନା ପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡିଛି ବୋଲି ସେ କହିଛନ୍ତି ।

ଗତକାଲି(ବୁଧବାର) ମୋଦିଙ୍କ ଡ୍ରିମ ଟିମ୍ ଗଠନ ହେବା ପୂର୍ବରୁ ନିଜ ପଦରୁ ଅର୍ଥାତ ସ୍ବାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହର୍ଷବର୍ଦ୍ଧନ । ଏହାକୁ ନେଇ ଡିକେ ଶିବକୁମାର କହିଛନ୍ତି ଯେ, 'କେନ୍ଦ୍ର ସରକାର କୋଭିଡ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ପ୍ରମାଣ କରୁଛି । ସାମ୍ବାଦିକ ସମ୍ମିଳନୀରେ ଡିକେ କହିଛନ୍ତି କୋଭିଡ ପରିଚାଳନାରେ ତ୍ରୁଟି ପାଇଁ ଅନ୍ୟକେହି ନୁହେଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଦାୟୀ । ଜନସାଧାରଣଙ୍କ କଷ୍ଟ ପାଇଁ କେବଳ ସରକାର ହିଁ ଦାୟୀ ।'

ଏଥିସହ ସେ କହିଛନ୍ତି ଯେ, ଉତ୍ତର କନ୍ନଡ ଜିଲ୍ଲାରେ କୋରୋନାରେ 771 ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ 51 ହଜାର 902 ସଂକ୍ରମିତ ହୋଇଛନ୍ତି ଏବଂ ଏକାଧିକ ଲୋକେ ଘରେ ପ୍ରାଣ ହରାଇଥିବା ସରକାରୀ ତଥ୍ୟ କହୁଛି । କିନ୍ତୁ ଆମେ ମୃତକଙ୍କ ସଠିକ୍ ତଥ୍ୟ ସଂଗ୍ରହ କରୁଛୁ, ଯାହାଦ୍ବାରା ସମସ୍ତେ କୋଭିଡ ସହାୟତା ପାଇପାରିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.