ETV Bharat / bharat

ଗୁଜୁରାଟ କଂଗ୍ରେସ ନେତାଙ୍କ ରାମ ମନ୍ଦିର ବିବାଦୀୟ ବୟାନ: ଟାର୍ଗେଟ କଲେ ହାର୍ଦ୍ଦିକ ପଟେଲ

author img

By

Published : May 24, 2022, 8:43 PM IST

ଗୁଜୁରାଟ କଂଗ୍ରେସ ନେତାଙ୍କ ରାମ ମନ୍ଦିର ସମ୍ପର୍କିତ ବିବାଦୀୟ ବୟାନ ଘଟଣା । ଟ୍ବିଟ କରି ଟାର୍ଗେଟ କଲେ ହାର୍ଦ୍ଦିକ ପଟେଲ । ଅଧିକ ପଢନ୍ତୁ

ଗୁଜୁରାଟ କଂଗ୍ରେସ ନେତାଙ୍କ ରାମ ମନ୍ଦିର ବିବାଦୀୟ ବୟାନ: ଟାର୍ଗେଟ କଲେ ହାର୍ଦ୍ଦିକ ପଟେଲ
ଗୁଜୁରାଟ କଂଗ୍ରେସ ନେତାଙ୍କ ରାମ ମନ୍ଦିର ବିବାଦୀୟ ବୟାନ: ଟାର୍ଗେଟ କଲେ ହାର୍ଦ୍ଦିକ ପଟେଲ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ଯେତିକି ପାଖଉଛି, ରାଜ୍ୟ ରାଜନୀତି ମଧ୍ୟ ସେତିକି ଉଷ୍ମ ହେବାରେ ଲାଗିଛି । ତେବେ ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଭରତ ସିଂ ସୋଲଙ୍କୀଙ୍କ ଧର୍ମୀୟ ବିବାଦୀୟ ବୟାନ ପୁଣି ଥରେ ରାଜ୍ୟରେ ରାଜନୈତିକ ବୟାନବାଜୀ ଆରମ୍ଭ ହେବାକୁ ଖୋରାକ ଯୋଗାଇଛି । ଭରତ ସିଂ ରାମଶୀଳା ସମ୍ପର୍କିତ ଆପତ୍ତିଜନକ ବୟାନ ଦେବା ପରେ ତାଙ୍କୁ ପ୍ରତି ଜବାବ ଦେଇଛନ୍ତି ନିକଟ ଅତୀତରେ ଦଳ ଛାଡିଥିବା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ।

ବରିଷ୍ଠ କଂଗ୍ରେସ ନେତା ଭରତ ସିଂ ସୋଲଙ୍କୀ କହିଥିଲେ, ହିନ୍ଦୁମାନେ ଶ୍ରଦ୍ଧାପୂର୍ବକ ରାମ ମନ୍ଦିର ନର୍ମାଣ ପାଇଁ ଇଟା ପଠାଇଥିଲେ, କିନ୍ତୁ ସେହି ସଂଗୃହିତ ଇଟା ଉପରେ କୁକୁରମାନେ ପରିସ୍ରା କରୁଛନ୍ତି । ଭରତ ସିଂଙ୍କ ଏପରି ଆପତ୍ତିଜନକ ମନ୍ତବ୍ୟ ପରେ ପୂର୍ବତନ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ତୀବ୍ର ଆପତ୍ତି ଉଠାଇବା ସହ ସୋଲଙ୍କୀ ଓ କଂଗ୍ରେସ ଦଳକୁ ଟାର୍ଗେଟ କରିଛନ୍ତି ।

ହାର୍ଦ୍ଦିକ କହିଛନ୍ତି, କଂଗ୍ରେସ ହିନ୍ଦୁଙ୍କ ଧର୍ମୀୟ ଭାବନା ସହ ଖେଳୁଛି । ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ପରି ମନ୍ତବ୍ୟ କଂଗ୍ରେସ ନେତାମାନେ ବାରମ୍ବାର ଦେବାରେ ଲାଗିଛନ୍ତି । ତେବେ ଆଜି ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ଜଣେ ବରିଷ୍ଠ ନେତା ଏପରି ଏକ ଧର୍ମୀୟ ବିବାଦୀୟ ବୟାନ ଦେବା ତାହାର ଏକ ଜ୍ବଳନ୍ତ ଉଦାହରଣ ବୋଲି ହାର୍ଦ୍ଦିକ କହିଛନ୍ତି ।

ହାର୍ଦ୍ଦିକ କଂଗ୍ରେସକୁ ଏହା ମଧ୍ୟ ପଚାରିବାକୁ ଚାହିଁଛନ୍ତି, ଭଗବାନ ଶ୍ରୀରାମ କ’ଣ କଂଗ୍ରେସର ଶତ୍ରୁ କି । ହିନ୍ଦୁମାନଙ୍କୁ କ‘ଣ ପାଇଁ ଏତେ ଘୃଣା । ଶତାବ୍ଦୀ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ନେତା ମାନେ କାହିଁକି ପ୍ରଭୁ ଶ୍ରୀରାମଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବାରେ ଲାଗିଛନ୍ତି ବୋଲି ହାର୍ଦ୍ଦିକ ପ୍ରଶ୍ନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.