ETV Bharat / bharat

ଟ୍ବିଟର ହ୍ୟାଣ୍ଡେଲ ବାୟୋରୁ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ହଟାଇଲେ ହାର୍ଦ୍ଦିକ ପଟେଲ

author img

By

Published : May 2, 2022, 7:48 PM IST

ତେଜିବାରେ ଲାଗିଛି ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟି ବିବାଦ । ଦଳୀୟ କାର୍ଯ୍ୟକ୍ରମ ପୋଷ୍ଟରରୁ ଫଟୋ ବାଦ ପଡିବା ପରେ ଟ୍ବିଟର ହ୍ୟାଣ୍ଡେଲରୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପଦ ହଟାଇଲେ ହାର୍ଦ୍ଦିକ ପଟେଲ । ଜୋର ଧରିଲା ଇସ୍ତଫା ଚର୍ଚ୍ଚା । ଅଧିକ ପଢନ୍ତୁ

ଟ୍ବିଟର ହ୍ୟାଣ୍ଡେଲରୁ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ହଟାଇଲେ ହାର୍ଦ୍ଦିକ ପଟେଲ

ଗାନ୍ଧୀଗନର: ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟିରେ ଲାଗି ରହିଥିବା ବିବାଦ କ୍ରମଶଃ ତେଜିବାରେ ଲାଗିଛି । କଂଗ୍ରସ କମିଟି ଓ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳ ଆଜି ପଦାରେ ପଡିଛି । ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ‘ସତ୍ୟମେବ ଜୟତେ’ କାର୍ଯ୍ୟକ୍ରମ ପୋଷ୍ଟରରୁ ହାର୍ଦ୍ଦିକଙ୍କ ଫଟୋ ହଟାଯିବା ପରେ ଆଜି (ସୋମବାର) ନିଜ ଟ୍ବିଟର ହ୍ୟାଣ୍ଡଲର ବାୟୋରୁ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦକୁ ହାର୍ଦ୍ଦିକ ପଟେଲ ମଧ୍ୟ ହଟାଇ ଦେଇଥିବା ଦେଖିବାକୁ ମିଳିଛି ।

ଟ୍ବିଟର ହ୍ୟାଣ୍ଡେଲରୁ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ହଟାଇଲେ ହାର୍ଦ୍ଦିକ ପଟେଲଟ୍ବିଟର ହ୍ୟାଣ୍ଡେଲରୁ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ହଟାଇଲେ ହାର୍ଦ୍ଦିକ ପଟେଲ

କଂଗ୍ରେସ ଛାଡିବେ କି ହାର୍ଦ୍ଦିକ !

ତେବେ ଗତ କିଛି ଦିନ ଧରି ଲାଗିରହିଥିବା ବିବାଦକୁ ଏହି ଦୁଇ ପ୍ରମୁଖ ଘଟଣାକ୍ରମ ଭିନ୍ନ ମୋଡରେ ପହଞ୍ଚାଇଛି । ହାର୍ଦ୍ଦିକ କଂଗ୍ରେସରୁ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେବା ଆରମ୍ଭ ହେଲାଣି । ଏପରିକି ଦୁଇ ଦିନ ପୂର୍ବରୁ ଏକ ଡ୍ରଗ୍ସ ମାମଲାର କାର୍ଯ୍ୟାନୁଷ୍ଠାନ ନେଇ ସେ ଗୁଜୁରାଟର ବିଜେପି ସରକାରଙ୍କୁ ପରୋକ୍ଷ ପ୍ରଶଂସା ମଧ୍ୟ କରିଥିଲେ । ତେବେ ହାର୍ଦ୍ଦିକ ଏହି ପ୍ରଶଂସାପତ୍ରରେ କଂଗ୍ରେସ ଅଫିସିଆଲ ଲେଟରପ୍ୟାଡ କିମ୍ବା ନିଜ ସାଙ୍ଗଠନିକ ପଦବୀ ମଧ୍ୟ ଉଲ୍ଲେଖ କରିନଥିଲେ ।

ଏପରି ସ୍ଥଳେ ସିଧାସଳଖ ନିଜ ଟ୍ବିଟର ବାୟୋରୁ କାର୍ଯ୍ୟକାରୀ ସଭାପତି ପଦ ହଟାଇବା ହାର୍ଦ୍ଦିକଙ୍କ ଆଗାମୀ ନିଷ୍ପତ୍ତି ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି । ସେ ଖୁବଶୀଘ୍ର କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଆଗାମୀ ନିଷ୍ପତ୍ତି ସମ୍ପର୍କରେ ହାର୍ଦ୍ଦିକଙ୍କ ପକ୍ଷରୁ କୌଣସି ଟିପ୍ପଣୀ ମଧ୍ୟ ସାମ୍ନାକୁ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.