ETV Bharat / bharat

ପଦ୍ମ ଶିବିରରେ ହାର୍ଦ୍ଦିକ ପଟେଲ, ସମାଜ ସେବାର ସିପାହୀ ସାଜିବେ

author img

By

Published : Jun 2, 2022, 11:04 AM IST

Updated : Jun 2, 2022, 12:58 PM IST

ରାଜନୀତିରେ ସ୍ଥିରତା ନାହିଁ । କାଲି ଯିଏ ଶତ୍ରୁ ଆଜି ସିଏ ମିତ୍ର ପାଲଟିଯାଏ । ହାର୍ଦ୍ଦିକ ପଟେଲଙ୍କୁ ନେଇ ଯାହା ଅନୁମାନ କରାଯାଉଥିଲା ସତ ହେଲା । ଆଜି ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଯୁବନେତା ହାର୍ଦ୍ଦିକ ପଟେଲ (Hardik Patel join BJP today) । ଅଧିକ ପଢନ୍ତୁ

ଆଜି BJPରେ ଯୋଗ ଦେବେ ହାର୍ଦ୍ଦିକ
ଆଜି BJPରେ ଯୋଗ ଦେବେ ହାର୍ଦ୍ଦିକ

ନୂଆଦିଲ୍ଲୀ: ରାଜନୀତିରେ ସ୍ଥିରତା ନାହିଁ । କାଲି ଯିଏ ଶତ୍ରୁ ଆଜି ସିଏ ମିତ୍ର ପାଲଟିଯାଏ । ହାର୍ଦ୍ଦିକ ପଟେଲଙ୍କୁ ନେଇ ଯାହା ଅନୁମାନ କରାଯାଉଥିଲା ସତ ହେଲା । ଆଜି ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଯୁବନେତା ହାର୍ଦ୍ଦିକ ପଟେଲ (Hardik Patel join BJP today) । ଦିନେ ଯେଉଁ ଦଳକୁ ସମାଲୋଚନା କରୁଥିଲେ ଆଜି ତାକୁ ପ୍ରଶଂସାରେ ପୋତି ପକାଉଛନ୍ତି ହାର୍ଦ୍ଦିକ । ଟ୍ବିଟ କରି ଜୀବନର ଏକ ନୂଆ ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି ହାର୍ଦ୍ଦିକ ପଟେଲ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ରାଷ୍ଟ୍ରହିତ, ପ୍ରଦେଶ ହିତ, ଜନହିତ ଏବଂ ସମାଜହିତ ଭାବନା ନେଇ ଆଜିଠୁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି ହାର୍ଦ୍ଦିକ । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଜାରି ଥିବା ରାଷ୍ଟ୍ର ସେବାର ଭାଗୀରଥ କାର୍ଯ୍ୟରେ ଜଣେ ଛୋଟ ସିପାହୀ ହୋଇ କାମ କରିବି ବୋଲି କହିଛନ୍ତି ହାର୍ଦ୍ଦିକ ପଟେଲ । ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ବର ଗର୍ବ ବୋଲି କହିଛନ୍ତି ହାର୍ଦ୍ଦିକ । ଅହମ୍ମଦାବାଦରେ ଆୟୋଜିତ କାର୍ଯ୍ୟକ୍ରମରେ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗ ଦେଇଛନ୍ତି ।

  • राष्ट्रहित, प्रदेशहित, जनहित एवं समाज हित की भावनाओं के साथ आज से नए अध्याय का प्रारंभ करने जा रहा हूँ। भारत के यशस्वी प्रधानमंत्री श्री नरेन्द्र भाई मोदी जी के नेतृत्व में चल रहे राष्ट्र सेवा के भगीरथ कार्य में छोटा सा सिपाही बनकर काम करूँगा।

    — Hardik Patel (@HardikPatel_) June 2, 2022 " class="align-text-top noRightClick twitterSection" data=" ">

2019ରେ ସେ ହାତ ଧରିଥିଲେ । କଂଗ୍ରେସରେ ମିଶିବା ପରେ ବିରୋଧୀଙ୍କ ଉପରେ ବର୍ଷୁଥିଲେ ହାର୍ଦ୍ଦିକ । ସେ ପଟିଦାର ସମ୍ପଦ୍ରାୟଙ୍କ ଅଧିକାର ପାଇଁ କାମ କରୁଥିଲେ । 2015ରେ ପଟିଦାର ସଂରକ୍ଷଣ ଆନ୍ଦୋଳନରେ ଲାଇମ ଲାଇଟକୁ ଆସିଥିଲେ । କଂଗ୍ରେସରେ 3 ବର୍ଷ ରହିଲା ପରେ ହାର୍ଦ୍ଦିକ ଗତ ମଇ ୧୮ ତାରିଖରେ ପାର୍ଟିରୁ ଇସ୍ତଫା ଦେଇଥିଲେ । ନିକଟରେ ସେ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ କେବଳ ରୋଡବ୍ଳକ କରିବାରେ ଭୂମିକା ନିଭାଉଛି ବୋଲି ଚିଠିରେ ଲେଖିଥିଲେ । କଂଗ୍ରେସ ଛାଡିବା ପୂର୍ବରୁ ଏପ୍ରିଲ ମାସରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅହମ୍ମଦାବାଦ ଗସ୍ତ ବେଳେ ସେ ତାଙ୍କୁ ସାକ୍ଷାତ କରିଥିଲେ । ଏହା ପରଠୁ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ଯେଉଁଥିଲେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶେଷରେ ଆଜି ଗେରୁଆ ଦଳରେ ସାମିଲ ହୋଇଛନ୍ତି ହାର୍ଦ୍ଦିକ ପଟେଲ ।

Last Updated : Jun 2, 2022, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.