ETV Bharat / bharat

ଦଶ ଦିନରେ ଏକ କୋଟି ତ୍ରିରଙ୍ଗା ବିକ୍ରି କଲା ଭାରତୀୟ ଡାକ ବିଭାଗ

author img

By

Published : Aug 12, 2022, 11:13 AM IST

ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ୧୦ ଦିନରେ ଏକ କୋଟି ତ୍ରିରଙ୍ଗା ବିକ୍ରି କଲା ଭାରତୀୟ ଡାକ ବିଭାଗ । ଅଧିକ ପଢନ୍ତୁ

୧୦ ଦିନରେ ଏକ କୋଟି ତ୍ରିରଙ୍ଗା ବିକ୍ରି କଲା ଭାରତୀୟ ଡାକ ବିଭାଗ

ନୂଆଦିଲ୍ଲୀ: ସ୍ବାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶରେ 'ଆଜାଦି କା ଅମୃତ ମହୋତ୍ସବ' (Azadi Ka Amrit Mahotsav) ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ 'ହର ଘର ତ୍ରିରଙ୍ଗା' (Har Ghar Tiranga) ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଦେଶର ଅନେକ ସ୍ଥାନରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ଭାରତୀୟ ଡାକ ବିଭାଗ ତରଫରୁ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବିକ୍ରି ହେଉଛି ତ୍ରିରଙ୍ଗା । ଗତ ୧୦ ଦିନ ମଧ୍ୟରେ ଦେଢ ଲକ୍ଷ ଡାକଘରେ ଓ ଅନଲାଇନ ମାଧ୍ୟମରେ ଏକ କୋଟି ତ୍ରିରଙ୍ଗା ବିକ୍ରୟ ହୋଇଛି । ଏନେଇ ରାଷ୍ଟ୍ରୀୟ ଡାକ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଦେଶର ସମସ୍ତ ଡାକ ବିଭାଗରେ ତ୍ରିରଙ୍ଗା ବିକ୍ରି ହେଉଛି । ଉଭୟ ଅନଲାଇନ ଅଫଲାଇନରେ ତ୍ରିରଙ୍ଗା କିଣୁଛନ୍ତି ଦେଶର ନାଗରିକ । ଅନଲାଇନରେ ଇ-ଡାକଘର ପୋର୍ଟାଲରେ ଅନଲାଇନ ମାଧ୍ୟମରେ ଜାତୀୟ ପତାକା ଅର୍ଡର କରୁଛନ୍ତି ଜନସାଧାରଣ । ଯେଉଁମାନେ ଅନଲାଇନ ମାଧ୍ୟମରେ ତ୍ରିରଙ୍ଗା କିଣିବାକୁ ଚାହୁଁଛନ୍ତି ସେମାନେ ଅଗଷ୍ଟ ୧୨ ପୂର୍ବରୁ ଅର୍ଡର କରିବାକୁ ଡାକ ବିଭାଗ ପକ୍ଷରୁ କୁହାଯାଇଛି । ଡାକ ବିଭାଗରେ ମାତ୍ର ୨୫ ଟଙ୍କା ମୂଲ୍ୟରେ ତ୍ରିରଙ୍ଗା ବିକ୍ରି ହେଉଛି । ଏହି ପତାକା ଗୁଡିକ କୈଣସି ଦେୟ ବିନା ଘରେ ପହଞ୍ଚା ଯାଉଛି । ଏପର୍ଯ୍ୟନ୍ତ ଅନଲାଇନରେ ୧.୭୫ ଲକ୍ଷ ବିକ୍ରି ହୋଇଛି ।

ଦେଶରେ ୪.୨ ଲକ୍ଷ ଡାକ ବିଭାଗ କର୍ମଚାରୀ ସହର,ଗାଁ, ପାହାଡିଆ ଅଞ୍ଚଳ, ସୀମାଞ୍ଚଳ ଓ ଆଦିବାସୀ ସ୍ଥାନ ଗୁଡିକରେ 'ହର ଘର ତ୍ରିରଙ୍ଗା'ର ପ୍ରଚାର କରୁଛନ୍ତି । ପ୍ରଭାତ ଫେରି, ବାଇକ ରାଲି ଓ ଶୋଭାଯାତ୍ରା ମାଧ୍ୟମରେ ଦେଶରେ କୋଣ ଅନୁକୋଣରେ ଏହି ଅଭିଯାନର ବାର୍ତ୍ତା ଦିଆଯାଉଛି । ସୋସିଆଲ ମିଡିଆରେ ମଧ୍ୟ ଜାରି ରହିଛି ଏହି ଅଭିଯାନ । ପୋଷ୍ଟ ଅଫିସରୁ ଜାତୀୟ ପତାକା କ୍ରୟ ପାଇଁ15 ଅଗଷ୍ଟ 2022 ପର୍ଯ୍ୟନ୍ତ ଖୋଲା ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.