ETV Bharat / bharat

ଓସାର ହେବ ରାସ୍ତା, ପଛକୁ ଘୁଞ୍ଚିଲା ହନୁମାନ ମନ୍ଦିର

author img

By

Published : Dec 31, 2022, 8:56 PM IST

ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଭଙ୍ଗା ହେବା ପରିବର୍ତ୍ତେ ପଛକୁ ଘୁଞ୍ଚିଲା ହନୁମାନ ମନ୍ଦିର । ପ୍ରଥମ ଦିନରେ 8ଫୁଟ ପଛକୁ ଘୁଞ୍ଚାଗଲା (Hanuman temple moved back 8 feet)। ମାସେ ଲାଗିବ ସମ୍ପୂର୍ଣ୍ଣ ସ୍ଥାନାନ୍ତରଣ ପ୍ରକ୍ରିୟା । ଦେଖିବା ପାଇଁ ଲୋକଙ୍କ ଭିଡ । ଅଧିକ ପଢନ୍ତୁ

8 ଫୁଟ ପଛକୁ ହଟିଲା ହନୁମାନ ମନ୍ଦିର
8 ଫୁଟ ପଛକୁ ହଟିଲା ହନୁମାନ ମନ୍ଦିର

8 ଫୁଟ ପଛକୁ ହଟିଲା ହନୁମାନ ମନ୍ଦିର

ହାଇଦ୍ରାବାଦ: ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଭଙ୍ଗାଯିବା ପରିବର୍ତ୍ତେ 8 ଫୁଟ ପଛକୁ ଘୁଞ୍ଚାଗଲା ହନୁମାନ ମନ୍ଦିର । ଉତ୍ତର ପ୍ରଦେଶ ଶାହାଜାହାନପୁରରେ ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ କାଞ୍ଚିଆନି ଖେଡା ନିକଟରେ ଥିବା ହନୁମାନ ମନ୍ଦିରକୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି (Hanuman temple moved back 8 feet)। ମନ୍ଦିରକୁ ଭାଙ୍ଗିବା ପରିବର୍ତ୍ତେ ସ୍ବତନ୍ତ୍ର ଜ୍ଞାନକୌଶଳରେ ସୁରକ୍ଷିତ ଭାବେ ପଛକୁ ଘୁଞ୍ଚାଯାଉଛି । ଆଜି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜ୍ୟାକ୍ ସାହାଯ୍ୟରେ ମନ୍ଦିରକୁ 8ଫୁଟ ପଛକୁ ଘୁଞ୍ଚା ଯାଇଛି । ଏହି ମନ୍ଦିରକୁ ନିର୍ଦ୍ଧାରିତ ସ୍ଥାନରେ ସୁରକ୍ଷିତ ଅବସ୍ଥାପିତ କରିବା ପାଇଁ ପ୍ରାୟ ଏକ ମାସ ସମୟ ଲାଗିବା ନେଇ ଆକଳନ କରାଯାଉଛି ।

ଏହି ନୂଆ କୌଶଳରେ ହେଉଥିବା ସ୍ଥାନାନ୍ତରଣ କାର୍ଯ୍ୟକୁ ଦେଖିବା ପାଇଁ ବହୁ ସଂଖ୍ୟକ ସ୍ଥାନୀୟ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ ଏହି ମନ୍ଦିରର ଉଚ୍ଛେଦ ଜରୁରୀ ହୋଇପଡିଥଲା (Hanuman temple moved back 8 feet)। ହେଲେ ଉଚ୍ଛେଦ ପରିବର୍ତ୍ତେ ଏହାକୁ ସ୍ଥାନାନ୍ତରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା ସ୍ଥାନୀୟ ପ୍ରଶାସନ । ଏହି କାର୍ଯ୍ୟ ପାଇଁ ହରିୟାଣାର ଜୟ ଦୁର୍ଗେ ଲିଫ୍ଚିଂ ଏବଂ ସିଫ୍ଟିଂ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିଲା ।

ଉଲ୍ଲେଖନୀୟ କଥା ହେଉଛି, ଏହି ହନୁମାନ ମନ୍ଦିର ପ୍ରାୟ 15 ବର୍ଗ ମିଟର ସ୍ଥାନରେ ପ୍ରତିଷ୍ଠା ହୋଇଥିଲା । 64ଫୁଟ ଲମ୍ବ ଏବଂ 36 ଫୁଟ ପ୍ରସ୍ତ ବିଶିଷ୍ଟ ଏହି ମନ୍ଦିରରେ ପ୍ରଭୁ ହନୁମାନଙ୍କର ବିଶାଳ ପ୍ରତିମା ମଧ୍ୟ ରହିଛି । ତେବେ ଏହାକୁ ଭଙ୍ଗାଯିବା ପରିବର୍ତ୍ତେ ସୁରକ୍ଷିତ ପଛକୁ ହଟାଇବା ପ୍ରକ୍ରିୟା ଜାରି ରହିଛି । ଆଜି ଏହାକୁ 8ଫୁଟ ଫଛକୁ ସଫଳତାର ସହ ଘୁଞ୍ଚାଯାଇଛି । ଖୁବଶୀଘ୍ର ଏହା ନିର୍ଦ୍ଧାରିତ ସ୍ଥାନରେ ଅବସ୍ଥାପିତ ହେବ । ଏହାକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତରିତ ହେବା ପାଇଁ ପ୍ରାୟ 1ମାସ ସମୟ ଲାଗିବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.