ETV Bharat / bharat

Hanuman Chalisa Row: ରାଣା ଦମ୍ପତିଙ୍କୁ ମହାରାଷ୍ଟ୍ର ମନ୍ତ୍ରୀଙ୍କ ଗାଳି !

author img

By

Published : Apr 26, 2022, 3:21 PM IST

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ବିଜୟ ୱାଡେଟିୱାର ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ବାମୀଙ୍କ ଉପରେ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି । ଅଧିକ ପଢନ୍ତୁ

ରାଣା ଦମ୍ପତ୍ତିଙ୍କୁ ମହାରାଷ୍ଚ୍ର ମନ୍ତ୍ରୀଙ୍କ ଗାଳି

ମୁମ୍ବାଇ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ବିଜୟ ୱାଡେଟିୱାର ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ବାମୀଙ୍କ ଉପରେ ଅପମାନଜନକ ଶବ୍ଦ ବ୍ୟବହାର କରିଛନ୍ତି । ରାଣା ଦମ୍ପତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ହନୁମାନ ଚଲିଶା ପଢିବାକୁ ଘୋଷଣା କରିଥିଲେ । ପରେ ଗିରଫ ହୋଇଥିଲେ । ଭିଡିଓରେ ରାଣା ଦମ୍ପତ୍ତିଙ୍କ ଉପରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି ।

ଲୋକସଭା ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣା, ବାନନେରା ବିଧାୟକ ମୁମ୍ବାଇ ତଥା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ହନୁମାନ ଚଳିଶା ପଠନ ଯୋଜନା କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମନ୍ତ୍ରୀ । ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଛନ୍ତି ରାଣା ଦମ୍ପତ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ରାଣା ଦମ୍ପତି ହନୁମାନ ଚାଳିଶା ପଢ଼ିବେ ବୋଲି ଖୋଲାଖୋଲି ଧମକ ଦେଇଥିଲେ ।

ଆଇନଶୃଙ୍ଖଳା ଦୃଷ୍ଟିରୁ ମୁମ୍ବାଇ ପୋଲିସ୍‌ ରାଣା ଦମ୍ପତିଙ୍କୁ ଚୁପ ରହିବାକୁ କହିଥିଲା । ହେଲେ ସେମାନେ ବାରମ୍ବାର ଲୋକଙ୍କୁ ଉସକାଇଲା ଭଳି ବୟାନ ଦେଇଥିଲେ । ଏଥିପାଇଁ ପୋଲିସ୍‌ ସେମାନଙ୍କୁ ଗିରଫ କରିବାକୁ ଯାଇଥିଲା । ହେଲେ ଏହି ସମୟରେ ଉଭୟ ପୋଲିସ୍‌ ଅଧିକାରୀଙ୍କ ସହ ମାରପିଟ କରିଥିଲେ । ଏଥିପାଇଁ ପୋଲିସ୍‌ ଉଭୟଙ୍କ ନାଁରେ ମାମଲା ଦାଏର କରିଥିଲା ।

ଅମରାବତୀ ସାସଂଦ ନବନୀତ ରାଣା ଓ ତାଙ୍କର ସ୍ବାମୀ ତଥା ବିଧାୟକ ରବି ରାଣାଙ୍କ ଆବେଦନକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ । ଉଭୟଙ୍କ ବିରୋଧରେ ପୋଲିସ ପଞ୍ଜୀକୃତ କରିଥିବା ମାମଲା ଖାରଜ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାଣା ଦମ୍ପତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.