ETV Bharat / bharat

Gyanvapi Mosque case: ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ହେବ ସର୍ଭେ - ଜ୍ଞାନବ୍ୟାପୀ ମାମଲା

ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ ମସଜିଦ କମ୍ପ୍ଲେକ୍ସରେ ସର୍ଭେ କରିବ ଏଏସଆଇ । ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କଲେ କୋର୍ଟ । ପ୍ରତିପକ୍ଷଙ୍କୁ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ । ପୂର୍ବରୁ ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ସର୍ଭେ ପାଇଁ ମିଳିସାରିଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ

Gyanvapi Mosque case: ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ହେବ ସମ୍ପୂର୍ଣ୍ଣ ସର୍ଭେ, ଆବେଦନକୁ ଗ୍ରହଣ କଲେ କୋର୍ଟ
Gyanvapi Mosque case: ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ସମ୍ପୂର୍ଣ୍ଣ ସର୍ଭେ ଆବେଦନକୁ ଗ୍ରହଣ କଲେ କୋର୍ଟ
author img

By

Published : May 16, 2023, 7:47 PM IST

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମସଜିଦ ପରିସରରେ ମିଳିଥିବା ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ସର୍ଭେ କରିବା ପାଇଁ ନିକଟରେ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏବେ ସମ୍ପୂର୍ଣ୍ଣ କମ୍ପ୍ଲେକ୍ସର ମଧ୍ୟ ସର୍ଭେ ହେବାକୁ ଯାଉଛି । ଏନେଇ ହୋଇଥିବା ଆବେଦନକୁ ବାରାଣାସୀ ଜିଲ୍ଲା କୋର୍ଟ ଗ୍ରହଣ କରିଛନ୍ତି । ଏହି ଆବେଦନ ହିନ୍ଦୁ ପକ୍ଷକୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ଦ୍ବାରା କରାଯାଇଥିଲା । କୋର୍ଟ ଏହାକୁ ଗ୍ରହଣ କରିବା ପରେ ଖୁବଶିଘ୍ର ଏହି ବିବାଦୀୟ କମ୍ପ୍ଲେକ୍ସର ସର୍ଭେ ହେବା ନେଇ ଅନୁମାନ କରାଯାଉଛି ।

ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ବାରା ସମ୍ପୂର୍ଣ୍ଣ କମ୍ପ୍ଲେକ୍ସର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦର୍ଶାଇଥିଲା ହିନ୍ଦୁ ପକ୍ଷ । ଏହାକୁ କୋର୍ଟ ଗ୍ରହଣ କରିବା ସହ ମାମଲାର ପ୍ରତିପକ୍ଷ ଅଞ୍ଜୁମାନ ଇନ୍ତିଜାମିଆକୁ ଚଳିତ ମାସ (ମେ’) 19 ତାରିଖ ସୁଦ୍ଧା ଜବାବ ରଖିବାକୁ କହିଛନ୍ତି । ମେ’ 22 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।

ଆଜିର ଶୁଣାଣି ଓ କୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ଦେଇ ଆବେଦନକାରୀ ଆଇନଜୀବୀ ଜୈନ କହିଛନ୍ତି, ‘‘ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା ଦ୍ବାରା ଗ୍ରାଉଣ୍ଡ ପେନେଟ୍ରେଟିଂ ପ୍ରଣାଳୀ (GPR method) ବ୍ୟବହାର କରି ସମ୍ପୂର୍ଣ୍ଣ ଜ୍ଞାନବ୍ୟାପୀ କମ୍ପ୍ଲେକ୍ସର ସର୍ଭେ କରିବା ପାଇଁ ଆମେ ଅବେଦନ କରିଥିଲୁ । ଆଜି କୋର୍ଟ ତାହା ଗ୍ରହଣ କରିବା ସହ ପ୍ରତିପକ୍ଷ ଅଞ୍ଜୁମାନ ଇନ୍ତିଜାମିଆ ଓ ଉତ୍ତର ପ୍ରଦେଶ ସରକାରକୁ ମେ’ 19 ତାରିଖ ସୁଦ୍ଧା ସେମାନଙ୍କର ପ୍ରତିଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।’’

ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟ ମସଜିଦ ପରିସରରୁ ମିଳିଥିବା ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ପ୍ରଣାଳୀରେ ସର୍ଭେ କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇସାରିଛନ୍ତି । ଲକ୍ଷ୍ନୀ ଦେବୀ ଓ ଅନ୍ୟ ଆବେଦନକାରୀଙ୍କ ଦ୍ବାରା କରାଯାଇଥିବା ଏହି ମାମଲାରେ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର ମିଶ୍ର ଏହି ନିର୍ଦ୍ଦେଶ ଦେଇଥିଲେ । ତେବେ ସର୍ଭେ ସମୟରେ ଏହି ତଥାକଥିତ ଶିବଲିଙ୍ଗର ସୁରକ୍ଷାକୁ ମଧ୍ୟ ଧ୍ୟାନ ଦେବାକୁ କୋର୍ଟ ଏଏସଆଇକୁ ପରାମର୍ଶ ଦେଇଥିଲେ । ତେବେ ଶିବଲିଙ୍ଗର କାର୍ବନ ଡେଟିଂ ସର୍ଭେ ଆରମ୍ଭ ହେବାକୁ ଯାଉଥିବା ବେଳେ, ଏବେ ସମଗ୍ର କମ୍ପ୍ଲେକ୍ସର ସର୍ଭେ ମଧ୍ୟ ଆରମ୍ଭ ହେବ । ଏନେଇ 19 ତାରିଖରେ ପ୍ରତିପକ୍ଷ ଓ ଉତ୍ତର ପ୍ରଦେଶ ସରକାର ଉତ୍ତର ଦାଖଲ କରିବା ପରେ 22 ରେ ପରବର୍ତ୍ତୀ ଶୁଣାଣି ରହିଛି ।

ଆସନ୍ତା ଶୁଣାଣିରେ ସର୍ଭେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ତାରିଖ ସ୍ଥିର କରାଯାଇପାରେ କିମ୍ବା ସର୍ଭେ ଶେଷ କରି ରିପୋର୍ଟ ଦାଖଲ କରିବା ପାଇଁ ଏଏସଆଇକୁ ନିର୍ଦ୍ଦିଷ୍ଟ ସମୟ ସୀମା ଦେଇପାରନ୍ତି କୋର୍ଟ । ମିଳିଥିବା ତଥାକଥିତ ଶିବଲିଙ୍ଗ ଏବେ ତଦନ୍ତ ପରିସରରେ ଥିବା ବେଳେ ହିନ୍ଦୁ ପକ୍ଷ ସେମାନଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ମସଜିଦ କମ୍ପ୍ଲେକ୍ସରେ ପ୍ରବେଶ କରିବାକୁ ଅନୁମତି ପାଇଁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.