ETV Bharat / bharat

Guru Purnima 2021; ‘ବୁଦ୍ଧଙ୍କ ମାର୍ଗରେ ଯାଇ କଠିନ ସ୍ଥିତିର ମୁକାବିଲା କରିହେବ’

ଭିସି ଯୋଗେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ବୁଦ୍ଧଙ୍କ ମାର୍ଗରେ ଯାଇ ଆମେ କଠିନରୁ ଅତି କଠିନ ସ୍ଥିତିର ମୁକିବାଲା କରିପାରିବା । ଯାହା ଭାରତ କରି ଦେଖାଇଛି । ମହାମାରୀ ଭଳି କଠିନ ପରିସ୍ଥିତିରେ ମଧ୍ୟ ଦେଶବାସୀ ନିରାଶ ହୋଇନାହାଁନ୍ତି । ବଂର ସ୍ଥିତିର ମୁକାବିଲା କରିଛନ୍ତି । ଅଧିକ ପଢନ୍ତୁ ...

author img

By

Published : Jul 24, 2021, 11:02 AM IST

GuruPurnima2021
GuruPurnima2021

ନୂଆଦିଲ୍ଲୀ: ଆଜି (ଶନିବାର) ଆଷାଢ ପୂର୍ଣ୍ଣିମା ତଥା ଧର୍ମଚକ୍ର ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବୋଧନ ଅବସର ମୋଦି କହିଛନ୍ତି ଆଜି ଆମେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରୁଛନ୍ତି । ଆଜିର ଦିନରେ ହିଁ ଭଗବାନ ବୁଦ୍ଧ ବୁଦ୍ଧତ୍ତ୍ବ ପ୍ରାପ୍ତି ପରେ ସଂସାରକୁ ନିଜର ପ୍ରଥମ ଜ୍ଞାନ ପ୍ରଦାନ କରିଥିଲେ । ଆମର ସଂସ୍କୃତିରେ କୁହାଯାଇଛି ଯେଉଁଠି ଜ୍ଞାନ ସେଇଠି ପୂର୍ଣ୍ଣତା ରହିଛି । ତେଣୁ ଆଜିର ଏହି ପବିତ୍ର ଦିନ ଅବସରରେ ମୁଁ ସମସ୍ତ ମାନବ ଜାତିକୁ ଶୁଭକାମନା ଜଣାଉଛି କହିଥିଲେ ମୋଦି ।

ଭିସି ଯୋଗେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ବୁଦ୍ଧଙ୍କ ମାର୍ଗରେ ଯାଇ ଆମେ କଠିନରୁ ଅତି କଠିନ ସ୍ଥିତିର ମୁକାବିଲା କରିପାରିବା । ଯାହା ଭାରତ କରି ଦେଖାଇଛି । ମହାମାରୀ ଭଳି କଠିନ ପରିସ୍ଥିତିରେ ମଧ୍ୟ ଦେଶବାସୀ ନିରାଶ ହୋଇନାହାଁନ୍ତି । ବଂର ସ୍ଥିତିର ମୁକାବିଲା କରିଛନ୍ତି । ଆଜି ଆମେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରୁଛନ୍ତି । ସେହିପରି ମୋଦି କହିଛନ୍ତି ଆଜିର ଦିନରେ ହିଁ ଭଗବାନ ବୁଦ୍ଧ ବୁଦ୍ଧତ୍ତ୍ବ ପ୍ରାପ୍ତି ପରେ ସଂସାରକୁ ନିଜର ପ୍ରଥମ ଜ୍ଞାନ ପ୍ରଦାନ କରିଥିଲେ । ଆମର ସଂସ୍କୃତିରେ କୁହାଯାଇଛି ଯେଉଁଠି ଜ୍ଞାନ ସେହିଠି ପୂର୍ଣ୍ଣତା ରହିଛି ।

ସେହିଭଳି ମୋଦି କହିଛନ୍ତି ୟୁପିର ‘ସାରନାଥ’ରେ ଭଗବାନ ବୁଦ୍ଧ ଜୀବନର ସମ୍ପୂର୍ଣ୍ଣ ଜ୍ଞାନ ଏହି ଠାରେ ପ୍ରାପ୍ତି କରିଥିଲେ । ଭଗବାନ ବୁଦ୍ଧ ଦୁଃଖ ବି କହିଥିଲେ ଓ ଏହାର କାରଣ ବି କହିଥିଲେ । ଏହାସହ ଆଶ୍ବାସନ ଦେଇଥିଲେ କି ଦୁଃଖରୁ କିଭଳି ମୁକ୍ତି ମିଳିବ । ଅର୍ଥାତ ଦୁଃଖ ଉପରେ କିଭଳି ବିଜୟ ପ୍ରାପ୍ତି ହେବ ସେହି ରାସ୍ତା ମଧ୍ୟ ଦେଖାଇଥିଲୋ ବୋଲି ମୋଦି କହିଛନ୍ତି ।

କଣ ରହିଛି ଗୁରୁ ପୂର୍ଣ୍ଣିମାର ବିଶେଷତ୍ବ...

ଦେଶରେ ଆଷାଢ ପୂର୍ଣ୍ଣିମାର ବେଶ ଗୁରୁତ୍ବ ରହିଛି । ଯାହା ଆଜି (ଶନିବାର) ସାରା ଦେଶରେ ପାଳନ ହେଉଛି । ସୂଚନାଯୋଗ୍ୟଯେ ଏହି ଦିନର ଆଉ ଏକ ବିଶେଷତ୍ବ ହେଉଛି ବେଦବ୍ୟାସଙ୍କ ଜନ୍ମ ହୋଇଥିଲା । ବେଦବ୍ୟାସ ମାନବ ଜାତିକୁ ୪ଟି ବେଦର ଜ୍ଞାନ ଦେଇଥିଲେ । ଏହାସହ ପୁରାଣ ମଧ୍ୟ ରଚନା କରିଥିଲେ । ଏହି ଦିନଟି ଗୁରୁଙ୍କ ପାଇଁ ମଧ୍ୟ ସମର୍ପିତ । ଏହି ଦିନଟି ବୌଦ୍ଧଧର୍ମାବଲମ୍ବୀ ମାନଙ୍କ ପାଇଁ ମଧ୍ୟ ବେଶ ଗୁରୁତ୍ବପୂର୍ଣ୍ଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.