ଗାନ୍ଧୀନଗର: ଗୁଜୁରାଟ କୁଚ୍ଛର ସମୁଦ୍ର ସୀମା( sea border of Kutch) ନିକଟରୁ ଡ୍ରଗ୍ସ ମିଳିବାର ଅନେକ ଘଟଣା ସାମ୍ନାକୁ ଆସିଛି । ଏବେ ପୁଣି ଗୁଜୁରାଟ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଆଜି(ସୋମବାର) କୁଚ୍ଛର ଜଖାଉ ସମୁଦ୍ର ଉପକୂଳରୁ(Jakhau maritime border) 400 କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଡ୍ରଗ୍ସ ଜବତ କରାଯାଇଛି । ତେବେ ଏହି 77 କିଲୋ ହେରୋଇନ ସହିତ 6 ପାକିସ୍ତାନୀଙ୍କୁ ମଧ୍ୟ ଗିରଫ କରାଯାଇଛି ଏବଂ ଏକ ପାକିସ୍ତାନୀ ଡଙ୍ଗା ଜବତ କରାଯାଇଛି ।
ଗୁଜୁରାଟର ATS ଏବଂ କୋଷ୍ଟଗାର୍ଡର(Coast Guard) ମିଳିତ ଅପରେସନରେ 400 କୋଟିରୁ ଊର୍ଦ୍ଧ୍ବ ଡ୍ରଗ୍ସ ଏବଂ ପାକିସ୍ତାନୀ ମାଫିଆଙ୍କୁ ଗିରଫ କରାଯାଇଛି । ତେବେ ଅଲ ହୁସୈନୀ ନାମକ ଏହି ପାକିସ୍ତାନୀ ଡଙ୍ଗା ସହିତ ସମସ୍ତ ପାକିସ୍ତାନ ନାଗରିକଙ୍କୁ ଜାଖୁଆ ବନ୍ଦରକୁ ଅଣାଯାଉଛି । ଯାହା ଉପରେ ଅଧିକ ତଦନ୍ତ ପରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ