ଗାନ୍ଧୀଗନର: ଦୀପାବଳି ଅବସରେ ଗୁୁଗୁରାଟର ଭଦୋଦରାରେ ଦେଖିବାକୁ ମିଳିଛି ସାମ୍ପ୍ରଦାୟିକ ହିଂସା । ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ହିଂସାକାଣ୍ଡ ଘଟିଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଫ୍ଲାଗମାର୍ଚ୍ଚ କରୁଥିବା ବେଳେ ପୋଲିସ ଟିମ ଉପରେ ମଧ୍ୟ ପେଟ୍ରୋଲ ବୋମା ମାଡ କରିଛନ୍ତି ଦୁର୍ବୃତ୍ତ । ଏଥିରେ ଆଇପିଏସ ଅଧିକାରୀ ୟଶପାଲ ଜଗନିଆ ଅଳ୍ପରେ ବର୍ତ୍ତି ଯାଇଛନ୍ତି (A petrol bomb thrown on IPS Yashpal Jaganiya)। ଆକ୍ରମଣ ସମୟର ଭିଡିଓ କ୍ୟାମେରାରେ କଏଦ ହୋଇଛି ।
ଗତକାଲି ରାତିରେ ଏହି ଘଟଣା ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତଜନା ପ୍ରକାଶ ପାଇବା ସହ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ଏଥିରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବା ସହ ଢେଲା ପଥର ମାଡ କରିଥିଲେ । ବ୍ୟାପକ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରୁଥିବା ବେଳେ ନିକଟରେ ଥିବା ଏକ ବିଲ୍ଡିଂରୁ ପୋଲିସ ଟିମ ଉପରେ ପେଟ୍ରୋଲ ବୋମା ମାଡ କରିଥିଲେ ଦୁର୍ବୃତ୍ତ । ଏଥିରେ ଆଇପିଏସ ଅଧିକାରୀ ୟଶପାଲ ଜଗନିଆଙ୍କ ସମେତ ଅନ୍ୟ କିଛି ଅଧିକାରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ତେବେ ଏହି ହିଂସା ଘଟଣାରେ ୨୦ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେମାନଙ୍କୁ ଠାବ କରିବା ପାଇଁ ଏକାଧିକ ଟିମ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ