ETV Bharat / bharat

ଅଡୁଆରେ ଭୂପେନ୍ଦ୍ର ପଟେଲ; କ୍ୟାବିନେଟ ପରିବର୍ତ୍ତନକୁ ନେଇ କେଁ, ଘୁଞ୍ଚିଲା ଶପଥ ଗ୍ରହଣ ଉତ୍ସବ

author img

By

Published : Sep 15, 2021, 2:33 PM IST

ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିବାର ୨ ଦିନ ପରେ ଆଜି କ୍ୟାବିନେଟ ବିସ୍ତାର କରିପାରନ୍ତି । କିନ୍ତୁ କ୍ୟାବିନେଟ ପୁନର୍ଗଠନକୁ ନେଇ ଏବେ ଅଟକିଛି ମାମଲା । ଅଧିକ ପଢନ୍ତୁ...

ଭୂପେନ୍ଦ୍ର ପଟେଲ
ଭୂପେନ୍ଦ୍ର ପଟେଲ

ଗାନ୍ଧୀନଗର(ଗୁଜୁରାଟ): ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିବାର ୨ ଦିନ ପରେ ଆଜି କ୍ୟାବିନେଟ ବିସ୍ତାର କରିପାରନ୍ତି । କିନ୍ତୁ କ୍ୟାବିନେଟ ପୁନର୍ଗଠନକୁ ନେଇ ଏବେ ଅଟକିଛି ମାମଲା । କିଏ ହେବେ ଆଉଟ କିଏ ହେବେ ଇନ ତାହାକୁ ନେଇ ଏବେ ଲାଗି ରହିଛି ଟଣା ଓଟରା । କ୍ୟାବିନେଟରେ ନୂଆ ଚେହେରାଙ୍କୁ ନେଇ ଦେଖାଦେଇଛି ବିବାଦ । ଫଳରେ ଅପରାହ୍ନରେ ବିସ୍ତାରିତ ହେବାକୁ ଥିବା କ୍ୟାବିନେଟ ସଂଧ୍ୟା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

ତେବେ ବିଶ୍ବସ୍ତ ସୂତ୍ରରୁ ମିଳିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପୁରା ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ଚାହୁଁଛନ୍ତି । ଯାହାକୁ ନେଇ ଏବେ ଦଳ ମଧ୍ୟରେ ପତିଆରା ଲଢେଇ ଆରମ୍ଭ ହୋଇଯାଇଛି । ଦଳ ଚାହୁଁଛି ୯୦ ପ୍ରତିଶତ ମନ୍ତ୍ରୀଙ୍କୁ ହଟାଇ ନୂଆ ଚେହେରାଙ୍କୁ କ୍ୟାବିନେଟରେ ସାମିଲ କରିବ । କିନ୍ତୁ ରାଜ୍ୟ ଶାଖା ଏହାକୁ ଗ୍ରହଣ କରିବା ସ୍ଥିତିରେ ନାହିଁ ।

ତେବେ ମନ୍ତ୍ରୀ ପଦକୁ ନେଇ ଚାଲିଥିବା ଭିଡାଭିଡି ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ପହଞ୍ଚିଲେ ଦଳର ବିଧାୟକ ମାନେ । ମନ୍ତ୍ରୀ ପାଇଁ ଆଶାୟୀ ଥିବା ବିଧାୟକ ଇଶ୍ବର ପରମାର, ବଚୁ ଖାବଡ, ୱାସଣ ଆହୀର, ଯୋଗେଶ ପଟେଲ ପ୍ରମୁଖ ବିଜୟ ରୂପାନୀଙ୍କ ଘରେ ବୈଠକ କରୁଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଜ କ୍ୟାବିନେଟରେ ଯୁବ ଚେହେରାଙ୍କ ସହ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ପାଇଁ ଚାହୁଁଛନ୍ତି । ବରିଷ୍ଠ ନେତା ଓ ବର୍ତ୍ତମାନର ମନ୍ତ୍ରୀଙ୍କୁ ସରକାରରୁ ବାହାର କରିବା ପାଇଁ ଯୋଜନା କରିଛନ୍ତି ।

ଅନ୍ୟପଟେ ରୂପାନୀ କ୍ୟାବିନେଟରେ ଥିବା ବରିଷ୍ଠ ମନ୍ତ୍ରୀ ନୀତିନ ପଟେଲ, ଭୂପେନ୍ଦ୍ର ସିଂ ଚୁଡାସ୍ମା ସମେତ ଏକାଧିକ ବରିଷ୍ଠ ମନ୍ତ୍ରୀଙ୍କୁ ଥଇଥାନ କରିବା ଏବେ ବିଜେପି ପାଇଁ ବଡ ଆହ୍ବାନ ହୋଇଛି । ଏହାକୁ ନେଇ ଏବେ ଗାନ୍ଧୀନଗର ପୁରା ହଲଚଲ ଥିବାବେଳେ, ରାଜ୍ୟ ନେତା କେନ୍ଦ୍ରୀୟ ନେତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । କେନ୍ଦ୍ରୀୟ ନେତା ରାଜ୍ୟ ପ୍ରଭାରୀ ଥିବା ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସମେତ ୩ ଜଣ ମନ୍ତ୍ରୀଙ୍କୁ ଅହମ୍ମଦାବାଦ ପଠାଇଛନ୍ତି । ତେବେ ଯଦି ସବୁ କିଛି ଠିକଠାକ ରୁହେ ଆଜି ସଂଧ୍ୟା ସୁଦ୍ଧା ଭୂପେନ୍ଦ୍ର ପଟେଲଙ୍କ ନୂଆ କ୍ୟାବିନେଟ ଶପଥ ଗ୍ରହଣ କରିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.