ETV Bharat / bharat

Gujarat assembly Poll: ପ୍ରାର୍ଥୀ ତାଲିକା ଘୋଷଣା କଲା BJP, ଜାମନଗରରୁ ଲଢିବେ ଜାଡେଜାଙ୍କ ପତ୍ନୀ

182 ଆସନ ବିଶିଷ୍ଟ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି । ଅଧିକ ପଢନ୍ତୁ

author img

By

Published : Nov 10, 2022, 12:41 PM IST

Updated : Nov 10, 2022, 3:14 PM IST

Gujarat assembly Poll
ପ୍ରକାଶ ପାଇଲା BJPର ପ୍ରାର୍ଥୀ ତାଲିକା, ଜାମନଗରରୁ ଲଢିବେ ଜାଡେଜାଙ୍କ ପତ୍ନୀ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପାଖଉଛି ଦିନ । ଏହାରି ଭିତରେ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି । ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେପି । ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଜାମନଗରରୁ ପ୍ରାର୍ଥୀ କରିଛି ବିଜେପି । ସେହିପରି କଂଗ୍ରେସ ଛାଡି ବିଜେପିରେ ମିଶିଥିବା ହାର୍ଦ୍ଦିକ ପଟେଲଙ୍କୁ ବୀରାମଗ୍ରାମରୁ ପ୍ରାର୍ଥୀ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡିଆ ନିର୍ବାଚନ ମଣ୍ଡଳୀରୁ ଲଢିବେ ।

ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା 2019ରେ ବିଜେପିରେ ମିଶିଥିଲେ । ଆସନ୍ତା ବିଧାନସଭା ନିର୍ବାଚନରେ ଜାଡେଜାଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ କରିଛି । ଜାମନଗର ଉତ୍ତରୁ ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ଟିକେଟ ଦେଇଛି ବିଜେପି । ସେହିପରି ହାତ ଛାଡି ପଦ୍ମ ଶିବିରରେ ସାମିଲ ହୋଇଥିବା ହାର୍ଦ୍ଦିକ ପଟେଲଙ୍କୁ ବୀରାମଗ୍ରାମରୁ ପ୍ରାର୍ଥୀ କରିଛି ।

ଏହା ବି ପଢନ୍ତୁ...Coimbatore Car Blast: ତାମିଲନାଡୁର ୪୫ଟି ସ୍ଥାନରେ ରେଡ୍‌

BJP ତାଲିକାରେ ବଡ କଥା...

  • 182 ଆସନ ପାଇଁ ୧୬୦ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି । ପ୍ରଥମ ପର୍ଯ୍ୟାୟ ପାଇଁ 84 ଆଶୟୀଙ୍କ ନାମ ରହିଛି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ଘାଟଲୋଡିଆ ନିର୍ବାଚନ ମଣ୍ଡଳୀରୁ ଲଢିବେ ।
  • 38 ବିଧାୟକଙ୍କ ଟିକେଟ କାଟି ଦେଇଛି ବିଜେପି ।
  • ତାଲିକା ଉପରେ ମୋର୍ବି ଝୁଲା ପୋଲ ଘଟଣାର ପ୍ରଭାବ ଦେଖିବାକୁ ମିଳିଛି । ବିଧାୟକ ଓ ମନ୍ତ୍ରୀ ବ୍ରିଜେଶ ମେରଜାଙ୍କୁ ଟିକେଟ ଦେଇନାହିଁ । ତାଙ୍କ ସ୍ଥାନରେ ଅମୃତିଆଙ୍କୁ ଟିକେଟ ଦେଇଛି ବିଜେପି । ହାର୍ଦ୍ଦିକ ପଟେଲଙ୍କୁ ବୀରାମଗ୍ରାମରୁ ପ୍ରାର୍ଥୀ କରିଛି ବିଜେପି ।
  • 2017ରେ କଂଗ୍ରେସରୁ ନିର୍ବାଚନ ଲଢିଥିବା 7 ଆଶାୟୀଙ୍କୁ ଏଥର ଟିକେଟ ଦେଇଛି ବିଜେପି ।
  • ପ୍ରାର୍ଥୀ ତାଲିକାରେ 14 ଜଣ ମହିଳା ରହିଛନ୍ତି ।

ପ୍ରକାଶ ଥାଉ କି, ଡିସେମ୍ବର ୧ରେ ଗୁଜରାଟର ୮୯ଟି ଆସନ ପାଇଁ ଭୋଟିଂ ହେବ । ସେହିପରି ୫ ତାରିଖରେ ବାକି ୯୩ଟି ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଡିସେମ୍ବର ୮ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

Last Updated : Nov 10, 2022, 3:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.