ETV Bharat / bharat

Gujarat Assembly poll: କଂଗ୍ରେସ ଛାଡିବାର କିଛି ଘଣ୍ଟା ପରେ ପଦ୍ମ ଧରିଲେ ହିମାଂଶୁ ବ୍ୟାସ

ହାତ ଛାଡିବାର କିଛି ଘଣ୍ଟା ମଧ୍ୟରେ ପଦ୍ମ ଧରିଲେ ହିମାଂଶୁ ବ୍ୟାସ । ପୂର୍ବାହ୍ନରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା (Gujarat Congress leader Himanshu Vyas joins BJP )। ଅଧିକ ପଢନ୍ତୁ

author img

By

Published : Nov 5, 2022, 8:44 PM IST

Gujarat Assembly poll 2022: କଂଗ୍ରେସ ଛାଡିବାର କିଛି ଘଣ୍ଟା ମଧ୍ୟରେ ପଦ୍ମ ଧରିଲେ ହିମାଂଶୁ ବ୍ୟାସ

ଗାନ୍ଧୀନଗର: କଂଗ୍ରେସ ଛାଡିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପଦ୍ମ ଧରିଛନ୍ତି ଗୁଜୁରାଟ କଂଗ୍ରେସର ପୂର୍ବତନ ନେତା ହିମାଂଶୁ ବ୍ୟାସ । ପୂର୍ବାହ୍ନରେ ସେ ଦଳର ସାଧାରଣ ସମ୍ପାଦକ ଓ ପ୍ରଭାରୀ ଦାୟିତ୍ବ ସହ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ (Gujarat Congress leader Himanshu Vyas joins BJP )। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଥିଲେ । ତେବେ ଇସ୍ତଫା ଦେବାର ମାତ୍ର କିଛ ସମୟ ମଧ୍ୟରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ସେ ଇସ୍ତଫା ପରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ମାତ୍ର କିଛି ଘଣ୍ଟାରେ ତାହା ବାସ୍ତବରେ ପରିଣତ ହୋଇଛି ।

ହିମାଂଶୁ ସୁରେନ୍ଦ୍ର ନଗର ବଡବାନ ବିଧାନସଭା ଆସନରୁ ଦୁଇ ଥର କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ ସୁଦ୍ଧା ଦୁଇ ଥର ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜିତ ହୋଇଥିଲେ । ତେବେ ସେ ଇସ୍ତଫା ଦେବା ପରେ କଂଗ୍ରେସରେ ତାଙ୍କୁ ଉଚିତ ଗୁରୁତ୍ବ ମିଳୁନଥିବା ନେଇ ମଧ୍ୟ ମତ ରଖିଥିଲେ । ଚଳିତ ନିର୍ବଚନରେ ସେ ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

182 ଆସନ ବିଶିଷ୍ଟ ଗୁଜୁରାଟରେ ଡିସେମ୍ବର 1 ଓ 5 ତାରିଖ ଦୁଇ ପର୍ଯାୟରେ ମତଦାନ ହେବାକୁ ଯାଉଛି (Gujarat Assembly poll 2022)। ସେହିପରି 8 ତାରିଖରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ରାଜ୍ୟରେ ଚଳିତ ଥର 7.13 ଲକ୍ଷ ନୂତନ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ଚଳିତ ନିର୍ବାଚନ ନେଇ ଖୁବଜୋରରେ ପ୍ରଚାର ଜାରି ରହିଛି । ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଓ ବିରୋଧୀ କଂଗ୍ରେସ ମଧ୍ୟରେ ପାରମ୍ପାରିକ ଲଢେଇ ହୋଇ ଆସୁଥିବା ବେଳେ ଚଳିତ ଥର କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP) ଏହି ଲଢେଇରେ ଏଣ୍ଟ୍ରି ମାରିଛି । ଫଳରେ ଚଳିତ ଥର ରାଜ୍ୟରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.