ETV Bharat / bharat

ବିଶ୍ବର ଉଚ୍ଚତମ ସଡକ ନିର୍ମାଣ, Guinness World Records କଲା BRO

author img

By

Published : Nov 16, 2021, 9:14 PM IST

ବିଶ୍ବର ଉଚ୍ଚତମ ସଡକ ନିର୍ମାଣ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ସୀମା ସଡକ ସଂଗଠନ (BRO) ।ଅଧିକ ପଢନ୍ତୁ...

19,024 ଫୁଟ ଉପରେ ବିଶ୍ବର ଉଚ୍ଚତମ ସଡକ ନିର୍ମାଣ କରି BROର ବିଶ୍ବ ରେକଡ

ନୂଆଦିଲ୍ଲୀ: ନିଜ ଉନ୍ନତ କିର୍ତ୍ତୀମାନ ପାଇଁ ବିଶ୍ବ ରେକର୍ଡରେ ସ୍ଥାନ ପାଇଲା ଭାରତୀୟ ସେନାର ସୀମା ସଡକ ସଂଗଠନ (BRO) । ଲଦାଖରରେ 19,024 ଫୁଟ ଉଚ୍ଚତାରେ ରାସ୍ତା ନିର୍ମାଣ କରି BRO ଏହି ସଫଳତା ହାସଲ କରିଛି । BRO ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଆଜି (ମଙ୍ଗଳବାର) ଗିନିଜ ୱାର୍ଲ୍ଡ ରେକର୍ଡରୁ ଏହି କିର୍ତ୍ତୀମାନ ପାଇଁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।

ଏହାପୂର୍ବରୁ ଏହି ଦୁନିଆର ଉଚ୍ଚତମ ସଡକ ରେକର୍ଡ ବଲିଭିଆରେ ଥିଲା । ବୋଲିଭିଆର ଉତୁରୁନସୁ ଆଗ୍ନେୟଗିରି ନିକଟରେ ନର୍ମିତ ରାସ୍ତାର ସମୁଦ୍ର ପତ୍ତନଠାରୁ 18,953 ଫୁଟ ଉଚ୍ଚତାରେ ରହିଥିଲା । ତେବେ BRO ଦ୍ବାରା ଲଦାଖରେ ନିର୍ମିତ ରାସ୍ତା ଉକ୍ତ ପତନ ଠାରୁ ଆହୁରି ଉଚ୍ଚତର ବୋଲି ଦାବି ହୋଇଥିଲାବେଳେ ଏହାର ସତ୍ୟତା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କିରଥିଲେ ଏକାଧିକ ସଂସ୍ଥା ।

ତେବେ ଭିନ୍ନଭିନ୍ନ ସର୍ବେକ୍ଷଣକାରୀ ସଂସ୍ଥା ପ୍ରାୟ ୪ ମାସର ଭୌଗଳିକ ଅନୁସନ୍ଧାନ ପରେ ଏହି ଦାବିରେ ସତ୍ୟତା ଥିବା ସ୍ପଷ୍ଟ କରିବା ସହ BRO ଦ୍ବାରା ଲଦାଖରେ ନିର୍ମିତ ରାସ୍ତା ବର୍ତ୍ତମାନ ବିଶ୍ବର ସର୍ବୋଚ୍ଚ ପତନରେ ନିର୍ମିତ ରାସ୍ତା ଭାବେ ମାନ୍ୟତା ପାଇବା ବିଶ୍ବ କିର୍ତ୍ତୀମାନରେ ସ୍ଥାନ ପକ୍କା କରିଛି । ଏହି 52 କିଲୋମିଟର ଲମ୍ବା ବିଶିଷ୍ଟ ରାସ୍ତା ପୂର୍ବ ଲଦାଖର ଚୁମାର ସେକ୍ଟରର ଅନ୍ୟ ଗୁରୁତ୍ବପୂର୍ଣ୍ଣ ସହରଗୁଡ଼ିକୁ ସଂଯୋଗ କରେ । ଲେହର ଚିସୁମଲେ ଠାରୁ ଡେମୋକୋକ ପର୍ଯ୍ୟନ୍ତ ଏହି ରାସ୍ତା ଉମଲିଙ୍ଗଲା ପାସରେ ସମୁଦ୍ର ପତନ ଠାରୁ ପ୍ରାୟ 19,024 ଫୁଟ ଉଚ୍ଚତାରେ ନିର୍ମିତ ହୋଇଛି ।

BRO ଉତ୍ତର ବେସ୍ କ୍ୟାମ୍ପ ଉଚ୍ଚତା 16,900 ଫୁଟ ରହିଥିବାବେଳେ ଏବଂ ଦକ୍ଷିଣ ବେସ୍ କ୍ୟାମ୍ପର ଉଚ୍ଚତା 17,598 ଫୁଟ ଉଚ୍ଚତାରେ ରହିଛି । ପ୍ରତିକୂଳ ସ୍ଥିତିରେ ନିଜ ବେସ କ୍ୟାମ୍ପ ଠାରୁ ମଧ୍ୟ ଉଚ୍ଚରେ ରାସ୍ତା ନିର୍ମାଣରେ ସଫଳ ହେବା ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି । ଏହି ଉଚ୍ଚତାରେ ରାସ୍ତ ନିର୍ମାଣ କରିବା ଖୁବ ଆହ୍ବାନପୂର୍ଣ୍ଣ ଥିଲା । ଶୀତଦିନେ ତାପମାତ୍ରା ବିଯୁକ୍ତ 40 ଡିଗ୍ରୀ ସେଲସିୟସ ଓ ସ୍ବାଭାବିକ ମାତ୍ରା ଠାରୁ 50 ପ୍ରତିଶତ କମ ପରିମାଣର ଅମ୍ଳଯାନରେ ନିର୍ମାଣ କାର୍ଯ୍ୟ ଜାରି ରଖିବା କରିବା ସମସ୍ତଙ୍କ ପାଇଁ ଏକ ପରୀକ୍ଷା ସଦୃଶ ଥିଲା ବୋଲି କହିଛନ୍ତି BRO ମହାନିର୍ଦ୍ଦେଶକ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.