ETV Bharat / bharat

ଲାଞ୍ଚ ନେଉଥିଲା ରେଳବାଇ ପୋଲିସ ! ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ, ଯୁବକ ମୃତ - ରେଳବାଇ ପୋଲିସର ବର୍ବରତା

ପ୍ରୟାଗରାଜ ଛିବକି ଷ୍ଟେସନରେ ରେଳବାଇ ପୋଲିସର ବର୍ବରତା । ଲାଞ୍ଚକୁ ବିରୋଧ କରିବାରୁ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଦୁଇ ରେଳବାଇ ପୋଲିସ କନେଷ୍ଟବଳ (GRP constables throw passenger from train)। ଟ୍ରେନରୁ ଖସି ଯୁବକ ମୃତ । 24 ଘଣ୍ଟା ପରେ କୋହଳ ମାମଲା ରୁଜୁ କରିଛି ପୋଲିସ । ଅଧିକ ପଢନ୍ତୁ

ଲାଞ୍ଚ ନେଉଥିଲା ରେଳବାଇ ପୋଲିସ ! ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ, ଯୁବକ ମୃତ

author img

By

Published : Oct 22, 2022, 10:27 PM IST

ଲକ୍ଷ୍ନୌ: ଟ୍ରେନରେ ଟିକେଟ ଯାଞ୍ଚ ଆଳରେ ଯାତ୍ରୀଙ୍କ ଠାରୁ ଲାଞ୍ଚ ନେଉଥିଲେ ରେଳବାଇ ପୋଲିସର ଦୁଇ କନେଷ୍ଟବଳ । ଜଣେ ଯାତ୍ରୀ ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ କନେଷ୍ଟବଳ ଦୁହିଁଙ୍କ ସହ ଯାତ୍ରୀଙ୍କ ବଚସା ହେଲା । ଏଥିରେ ଉତ୍ତେଜିତ ହୋଇ ପୋଲିସ କର୍ମଚାରୀ ଦୁହେଁ ସମ୍ପୃକ୍ତ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ । ଫଳରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ପ୍ରୟାଗରାଜ ଛବକି ଷ୍ଟେସନରେ (GRP constables throw passenger from train) ।

ଏପରି ବର୍ରରତାର ଶିକାର ହୋଇ ପ୍ରାଣ ହରାଇଥିବା ଯୁବକଙ୍କ ନାମ ଅରୁଣ ଭୂୟାଁ ଓ ସେ ଝାଡଖଣ୍ଡର ବାସିନ୍ଦା ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଜଣା ପଡିବା ପରେ ଦୁଇ ପୋଲିସ କର୍ମଚାରୀଙ୍କୁ ଚିହ୍ନଟ କାରଯାଇ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉଭୟ କିନ୍ତୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି ।

ଘଟଣା ନେଇ ମିଳିଥିବା ସୂଚନା ଅନୁସାରେ, ମୁମ୍ବାଇ-ହାଓ୍ବଡା ମେଲରେ ଅରୁଣ ଓ ତାଙ୍କର ଜଣେ ବନ୍ଧୁ ଅର୍ଜୁନ ଯାତ୍ରା କରୁଥିଲେ । ଉକ୍ତ ଟ୍ରେନରେ ଏହି ଦୁଇ ରେଳବାଇ ପୋଲିସ କନେଷ୍ଟବଳ ଯାତ୍ରୀଙ୍କ ଟିକେଟ ଯାଞ୍ଚ କରିବା ଆଳରେ ଲାଞ୍ଚ ଆଦାୟ କରୁଥିଲେ । ଗୁରୁବାର ରାତିରେ ଟ୍ରେନଟି ପ୍ରୟାଗରାଜ ଛେବକି ଷ୍ଟେସନ ଅତିକ୍ରମ କରି ଆଗକୁ ବଢିବା ପରେ ରାତି ପ୍ରାୟ 9 ଟାରେ ଏହି ଦୁଇ ପୋଲିସ କନେଷ୍ଟବଳ ଅରୁଣଙ୍କ ଠାରୁ ମଧ୍ୟ ଟଙ୍କା ମାଗିଥିଲେ । ଅରୁଣ ଓ ତାଙ୍କ ବନ୍ଧୁ ଲାଞ୍ଚକୁ ବିରୋଧ କରିବା ସହ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ଦୁଇ କନେଷ୍ଟବଳ ଧକ୍କା ମାରି ଅରୁଣଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ । ଯେଉଁଥିରେ ଅରୁଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ଅର୍ଜୁନ ଅଳ୍ପକେ ବର୍ତ୍ତିଯାଇ ଏହି ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି ।

ଯୁବକଙ୍କ ମୃତ୍ୟୁର ପ୍ରାୟ 24 ଘଣ୍ଟା ପରେ, ପ୍ରୟାଗରାଜ ଜଙ୍କସନର ରେଳବାଇ ପୋଲିସ୍ ଷ୍ଟେସନରେ କାର୍ଯ୍ୟରତ ଥିବା ଉଭୟ କନଷ୍ଟେବଳଙ୍କ ବିରୋଧରେ ମାମଲା ଦାଏର ହୋଇ ତଦନ୍ତ ଆରମ୍ଭ ହୋଇଛି । ତେବେ ଏପରି ବର୍ବୋରୋଚିତ ମାମଲାରେ ପୋଲିସ ସମ୍ପୃକ୍ତ କନେଷ୍ଟବଳଙ୍କ ବିରୋଧରେ ହତ୍ୟା ମାମଲା ପରିବର୍ତ୍ତେ ଦୁର୍ନୀତି ଓ ଏସସି ଏସଟି ଆକ୍ଟ ଲଗାଇ ସେମାନଙ୍କୁ ଖସାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.