ETV Bharat / bharat

Chopper Mishap: କ୍ୟାପଟେନ ବରୁଣ ସିଂହ କିଏ ? ତେଜସକୁ ସେଭ କରିଥିଲେ, ଶୌର୍ଯ୍ୟଚକ୍ର ପାଇଥିଲେ

author img

By

Published : Dec 8, 2021, 9:08 PM IST

କ୍ରାସ ହୋଇଥିବା Mi17V5 ହେଲିକପ୍ଟର ପାଇଲଟ ଥିଲେ ଭାରତୀୟ ବାୟୁସେନାର ଶୌର୍ଯ୍ୟଚକ୍ର ବିଜେତା ଗ୍ରୃପ କ୍ୟାପଟେନ ବରୁଣ ସିଂ । ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ୱେଲିଂଟନ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

Group Capt Varun Singh The lone survivor in CDS chopper crash
Army Chopper Crashing: ଗୁରୁତର ଗ୍ରୃପ କ୍ୟାପଟେନ ବରୁଣ ସିଂହ କରୁଛନ୍ତି ସଂଗ୍ରାମ

ନୂଆଦିଲ୍ଲୀ: ହେଲିକପ୍ଟର Mi17V5 ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ଗ୍ରୃପ କ୍ୟାପଟେନ ବରୁଣ ସିଂହ । ତାମିଲନାଡୁର କୁନ୍ନୁରର ନୀଳଗିରି ଅଞ୍ଚଳରେ ସେନା ହେଲିକପ୍ଟର Mi17V5 ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଭାରତୀୟ ସେନାର ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ସେନା ଅଫିସର ଥିଲେ । ତାଙ୍କ ସହ ଏହି ହେଲିକପ୍ଟରର ପାଇଲଟ ଥିଲେ ଗ୍ରୃପ କ୍ୟାପଟେନ ବରୁଣ ସିଂ । ଏହି ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତ ଗ୍ରୃପ କ୍ୟାପଟେନ ବରୁଣ ସିଂ । ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ୱେଲିଂଟନ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି ।

  • Indian Air Force’s Group Captain Varun Singh, injured in military chopper crash, was awarded Shaurya Chakra on this year’s Independence Day for saving his LCA Tejas fighter aircraft during an aerial emergency in 2020. pic.twitter.com/BR53FlS18M

    — ANI (@ANI) December 8, 2021 " class="align-text-top noRightClick twitterSection" data=" ">

ଆଜି ନୂଆଦିଲ୍ଲୀରୁ ସିଡିଏସ ବିପିନ ରାୱତଙ୍କ ସମେତ ଅନ୍ୟ ସେନା ଅଧିକାରୀ ତାମିଲନାଡୁର ସୁଲୁର ଗସ୍ତ କରିଥିଲେ। ସେଠାରୁ ବାହାରି Mi17V5 ହେଲିକପ୍ଟର ଯୋଗ ୱେଲିଂଟନ ଅଭିମୁଖେ ଯିବାବେଳେ ବାଟରେ ନୀଳଗିରି ଅଞ୍ଚଳରେ Mi17V5 ହେଲିକପ୍ଟର କ୍ରାସ ହୋଇଥିଲା ।

କ୍ରାସ ହୋଇଥିବା Mi17V5 ହେଲିକପ୍ଟର ପାଇଲଟ ଥିଲେ ଭାରତୀୟ ବାୟୁସେନାର ଗ୍ରୃପ କ୍ୟାପଟେନ ବରୁଣ ସିଂ ତାଙ୍କୁ ଗୁରୁତର ଭାବରେ ଉଦ୍ଧାର କରାଯାଇଛି । ସେ ୨୦୨୦ ସ୍ବାଧୀନତା ଦିବସରେ ଶୌର୍ଯ୍ୟଚକ୍ର ସମ୍ମାନିତ ହୋଇଛନ୍ତି ।

ସେ ଏଲସିଏ ତେଜସ (Light combat aircraft Tejas) ଫାଇଟର ଏୟାରକ୍ରାଫ୍ଟ ଚଳାଇବାରେ ଅଭିଜ୍ଞତା ରହିଛି । ଏହା ସହ ଜରୁରୀ ଅବତରଣ ପାଇଁ ପାଇଲଟ ଦକ୍ଷତା ଏବଂ କୌଶଳ ରହିଛି । ତାଙ୍କୁ ତେଜସ ହିରୋ କୁହାଯାଏ । ମଝିଆକାଶରେ ଏକ ନିଶ୍ଚିତ ଦୁର୍ଘଟଣାରୁ ତେଜସକୁ ସଫଳତାର ସହିତ ସେଭ କରି ଲ୍ୟାଣ୍ଡିଂ କରିଥିଲେ । ଏଥିପାଇଁ ତାଙ୍କୁ ଶୌର୍ଯ୍ୟଚକ୍ର ମିଳିଥିଲା ।

Mi17V5 ହେଲିକପ୍ଟର କ୍ରାସ ଘଟଣାକୁ ନେଇ ଭାରତୀୟ ବାୟୁସେନା ଦୁଃଖ ପ୍ରକାଶ କରିଛନ୍ତି । ଦେଶ ଆଜି ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କ ହରାଇଛନ୍ତି । ଏହାସହ ତାଙ୍କ ପତ୍ନୀ ଓ ଅନ୍ୟ ସେନା ଅଧିକାରୀ ପ୍ରାଣ ହରାଇଛନ୍ତି। ଏହି ଘଟଣାକୁ ନେଇ ଦେଶର ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ସମସ୍ତ ନେତା ଦୁଃଖ ପ୍ରକାଶ କରିଛନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.