ଶ୍ରୀନଗର: ଶ୍ରୀନଗରରେ ଗ୍ରେନେଡ ମାଡ । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନଙ୍କ ଗାଡି ଉପରକୁ ଗ୍ରେନେଡ ମାଡ ହୋଇଥିବା ସୂଚନା (Grenade hurled at CRPF vehicle in Srinagar )। ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଶ୍ରୀନଗରର ଏମ.କେ ଚୌକ୍ ଠାରେ ଏହି ଘଟଣା ଘଟିଥିଲା ।
ଶ୍ରୀନଗରର ଏମ.କେ ଚୌକର ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ କେହି ଦୁର୍ବୃତ୍ତ CRPF ଗାଡି ଉପରକୁ ଗ୍ରେନେଡ ଫିଙ୍ଗିବାକୁ ଉଦ୍ୟମ କରିଥିଲା । କିନ୍ତୁ ସୌଭାଗ୍ୟବସତଃ ଗ୍ରେନେଡଟି ସ୍ଥାନୀୟ ଜଣେ ଯୁବକଙ୍କୁ ବାଜିଥିଲା । ଫଳରେ ସେ ସାମାନ୍ୟ ଆହତ ହୋଇଥିଲେ । ତେବେ କିଏ ଏପରି କାଣ୍ଡ ଘଟାଇବାକୁ ଚେଷ୍ଟା କରୁଥିଲା ସେନେଇ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ଶ୍ରୀନଗର ପୋଲିସ ତରଫରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ-Firing Incident In Rajouri: ଗୁଳିକାଣ୍ଡରେ 4 ନାଗରିକ ମୃତ, 6 ଆହତ
ସେହିପରି ଗତକାଲି ଜମ୍ମୁ କାଶ୍ମୀରର ରଜୌରୀରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା(Firing incident in Dangri area of Rajouri) । ଯେଉଁଥିରେ ୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ଗୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହା ଏକ ଆତଙ୍କୀ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ରଜୌରୀର ଦାଙ୍ଗୀରରେ ୩ଟି ଘର ଉପରେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳିକାଣ୍ଡ ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବର୍ତ୍ତମାନ ସୁଦ୍ଧା କିଏ ଏହି ଗୁଳିକାଣ୍ଡ ଘଟାଇ ଫେରାର ହୋଇଗଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।