ETV Bharat / bharat

ସବୁଜ ସୈନିକ ସହ ବାନ୍ଧନ୍ତୁ ବନ୍ଧୁ, ରୁହନ୍ତୁ ସୁସ୍ଥ - ଗଛ ଅକ୍ସିଜେନ

କୌଣସି ସଞ୍ଜୀବନି ଜଡିବୁଟିରୁ କମ ନୁହେଁ ଗଛ । ସୁସ୍ଥ ଶରୀର ପାଇଁ ରାମବାଣ ଉଦ୍ଭିଦ । ଏଥିରୁ ମିଳୁଥିବା ଅକ୍ସିଜେନ ଆମକୁ ରଖିଛି ଜୀବିତ । ଏଣୁ ଭବିଷ୍ୟକତୁ ସୁସ୍ଥ , ସୁରକ୍ଷିତ ରଖିବାକୁ ସବୁଜ ସୈନିକଙ୍କ ସହ ବନ୍ଧୁତା କରି କାଟନ୍ତୁ ଖୁସିର ଜୀବନ ..

ସବୁଜ ସୈନିକ ସହ ବାନ୍ଧନ୍ତୁ ବନ୍ଧୁ, ରୁହନ୍ତୁ ସୁସ୍ଥ

author img

By

Published : May 24, 2021, 8:48 PM IST

ଜୟପୁର: କୋରୋନା ମହାମାରୀର ଦ୍ବିତୀୟ ଲହରରେ ଘାଣ୍ଟିଦେଲାଣି ଅକ୍ସିଜେନ ସଙ୍କଟ । ପ୍ରାଣବାୟୁ ଅଭାବରୁ ଅନେକ ଲୋକ ଅଣନିଶ୍ବାସୀ ହୋଇ ହରାଉଛନ୍ତି ଜୀବନ । ତେବେ ଅକ୍ସିଜେନର ମୁଖ୍ୟ ସ୍ରୋତ ହେଉଛି ଉଦ୍ଭିଦ । ଏହାକୁ ରକ୍ଷା ଦେଇ ଆମେ ପ୍ରକୃତିକୁ କରିପାରିବା ସ୍ବଚ୍ଛ ଓ ସୁରକ୍ଷିତ । ଏଇଥିପାଇଁ ଗଛକୁ ଆମେ କହିଥାଉ ସବୁଜ ସୈନିକ ବା ଗ୍ରୀନ ସୋଲଜର । ଉତ୍ତମ ସ୍ବାସ୍ଥ୍ୟର ଜଡିବୁଟି ସାଜିଥିବା ଏହି ସବୁଜ ସୈନିକଙ୍କ ମହତ୍ବ ଖୁବ ଜାଣନ୍ତି ଏବଂ ବୁଝନ୍ତି ଆମ ପୂର୍ବ ପୀଢି । ହେଲେ କୋରୋନା କାଳ ଆମକୁ ଏହାର ଗୁରୁତ୍ବକୁ ଭଲ ଭାବେ ଶିଖାଇଛି । ଏହି ଶିକ୍ଷାକୁ ଗ୍ରହଣ କରି ଗତ ବର୍ଷ ଠାରୁ ରାଜସ୍ଥାନ ଭରତପୁରର କେନ୍ଦ୍ରୀୟ ନର୍ସରୀରେ 20 ହଜାରରୁ ଅଧିକ ଚାରା ରୋପଣ କରାଯାଇଛି । ବିଶେଷ କରି ଏଥର ଅଧିକ ଅକ୍ସିଜେନ ଓ ଛାଇ ଦେଉଥିବା ଗଛ ପ୍ରସ୍ତୁତ ଉପରେ ଫୋକସ ରହିଛି ।

ସବୁଜ ସୈନିକ ସହ ବାନ୍ଧନ୍ତୁ ବନ୍ଧୁ, ରୁହନ୍ତୁ ସୁସ୍ଥ

ଏହି ନର୍ସରୀରରେ 35 ପ୍ରଜାତିର 65 ହଜାରରୁ ଉର୍ଦ୍ଧ୍ବ ଗଛ ଲଗାଯାଇଛି । ଜୁଲାଇ ପହିଲାରୁ ଏହି ଗଛଗୁଡିକୁ ସରକାରୀ କାର୍ଯ୍ୟାଳୟ ଓ ସାଧାରଣ ଲୋକଙ୍କୁ ଶସ୍ତାରେ ଉପଲବ୍ଧ କରାଯିବ । ଏଠାରେ ପ୍ରାୟ 25 ହଜାର ଛାଇପ୍ରଦାନକାରୀ ଉଦ୍ଭିଦ ପ୍ରସ୍ତୁତ ହୋଇଛି । ଏଥର ଅଧିକ ଅମ୍ଳଜାନ ଏବଂ ଛାଇ ଯୋଗାଉଥିବା ଗଛ ଲଗାଇବା ପାଇଁ ନର୍ସରୀକୁ ଦିଆଯାଇଛି ଟାର୍ଗେଟ । ଏଥିମଧ୍ୟରେ ବର , ଅଶ୍ବସ୍ତ, କଦମ୍ବ ଆଦି ଗଛ ରହିଛି ।

କେବଳ ସବୁଜ ସୁନ୍ଦର ନୁହେଁ ଫଳଫୁଲରେ ଭରା ଗଛ ବି ଖୁନ୍ଦି ରହିଛି ନର୍ସରୀରେ । ମନ୍ଦାର ଏବଂ ଚମ୍ପା, ଚନ୍ଦାନି କିମ୍ବା ଜସ୍ମିନ, ନାଗଡନ୍, ହରଶୃଙ୍ଗର, ପିଜୁଳି ଆଦି ଉଦ୍ଭିଦ ମଧ୍ୟ ବଢିଛି । ଗତ ବର୍ଷ ପୂଜାରେ Khejri ଗଛର ବହୁତ ଡିମାଣ୍ଡ ଥିଲା । ଆଉ ଏହି ଦୃଷ୍ଟିରୁ ନର୍ସରୀରେ Khejri ଗଛକୁ ବହୁ ସଂଖ୍ୟାରେ ବଢାଯାଇଛି । ସେହିଭଳି ସହଜରେ ବଢୁଥିବା ଛାୟାପ୍ରଦାନକାରୀ ଅରଡୁ ଗଛକୁ ମଧ୍ୟ ନର୍ସରୀରେ ପ୍ରଥମ ଥର ରୋପଣ କରାଯାଉଛି ।

କୌଣସି ସଞ୍ଜୀବନି ଜଡିବୁଟିରୁ କମ ନୁହେଁ ଗଛ । ସୁସ୍ଥ ଶରୀର ପାଇଁ ରାମବାଣ ଉଦ୍ଭିଦ । ଏଥିରୁ ମିଳୁଥିବା ଅକ୍ସିଜେନ ଆମକୁ ରଖିଛି ଜୀବିତ । ହେଲେ ଯେଉଁ ତୀବ୍ର ଗତିରେ ଗଛ କଟାଯାଉଛି, ତାର ଡବଲ ଦ୍ରୁତରେ ଏହାକୁ ଯଦି ଲଗାଯିବ ନାହିଁ , ତେବେ ଭବିଷ୍ୟତରେ ଆମର ବଞ୍ଚିବା ହୋଇଥିବ କଷ୍ଟକର । ଏଣୁ ସବୁଜ ସୈନିକଙ୍କ ସହ ବନ୍ଧୁତା କରନ୍ତୁ ଆଉ ସୁସ୍ଥ ଜୀବନ କାଟନ୍ତୁ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.