ETV Bharat / bharat

ସୀମାରେ ଶାନ୍ତି ଆଶା ! ଭାରତ-ପାକିସ୍ତାନ ସେନା ମଧ୍ୟରେ ବଡ ସହମତି - ଭାରତ-ପାକିସ୍ତାନ ଅସ୍ତ୍ରବିରତୀ ଚୁକ୍ତି

ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତୀ ଉଲ୍ଲଂଘନକୁ ନେଇ ଅଭୟ ଦେଶ ମଧ୍ୟରେ ବୁଧବାର ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ନିଆଯାଇଛି ଯେ ଲାଇନ ଅଫ କଣ୍ଟ୍ରୋଲର ଉଭୟ ପାର୍ଶ୍ବରେ ଅସ୍ତ୍ରବିରତୀ କରିବାକୁ ପଡିବ । ଅଧିକ ପଢନ୍ତୁ...

ସୀମାରେ ଶାନ୍ତି ଆଶା ! ଭାରତ-ପାକିସ୍ତାନ ସେନା ମଧ୍ୟରେ ବଡ ସହମତି

author img

By

Published : Feb 25, 2021, 9:20 PM IST

ନୂଆଦିଲ୍ଲୀ: ଲଦାଖ ସୀମାରେ ସୈନ୍ୟ ପ୍ରତ୍ୟାହାର ସହିତ ସଂଘର୍ଷର ନିଆଁ କମୁଥିବା ବେଳେ ଏପଟେ ଭାରତ-ପାକିସ୍ତାନ ସୀମା ଏଲଓସିରୁ ସାମ୍ନାକୁ ଆସିଛି ବଡ ଖବର । 2003ର ଅସ୍ତ୍ରବିରତୀକୁ ସମ୍ପୂର୍ଣ୍ଣ ରୂପେ ସମ୍ମାନ କରିବାକୁ ଉଭୟ ଦେଶ ମଧ୍ୟରେ ହୋଇଛି ବଡ ସହମତି ।

ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତୀ ଉଲ୍ଲଂଘନକୁ ନେଇ ଉଭୟ ଦେଶ ମଧ୍ୟରେ ବୁଧବାର ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ନିଆଯାଇଛି ଯେ ଲାଇନ ଅଫ କଣ୍ଟ୍ରୋଲର ଉଭୟ ପାର୍ଶ୍ବ ଅସ୍ତ୍ରବିରତୀରୁ କ୍ଷାନ୍ତ ରହିବେ । ଏହି ନିଷ୍ପତ୍ତି 24-25 ଫେବୃଆରୀ ମଧ୍ୟରାତ୍ରରୁ ଲାଗୁ ହେବ ।

ବୁଧବାର ଦୁଇ ଦେଶର ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ(ଡିଜିଏମଓ)ଙ୍କ ବୈଠକ ହୋଇଥିଲା । ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ ଆଜି ଅର୍ଥାତ 24 ଓ 25 ଫେବୃଆରୀ ରାତିରୁ ସେହି ସମସ୍ତ ପୁରୁଣା ଚୁକ୍ତିକୁ ପୂନର୍ବାର କାର୍ଯ୍ୟକାରୀ କରାଯିବ ।

ଖାସ କଥା ହେଉଛି ଯେ ଦୁଇ ଦେଶ ମଧ୍ୟରେ ଏପରି ସମୟରେ ସହମତି ପ୍ରକାଶ ପାଇଁ ଯେତେବେଳେ ଏଲଓସିରେ ବୃଦ୍ଧି ପାଇଛି ଅସ୍ତ୍ରବିରତୀ ଉଲ୍ଲଂଘନ ମାମଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏବାବଦପରେ ଏକ ମିଳିତ ବୟାନ ଜାରି କରିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଦୁଇ ଦେଶ ସମସ୍ତ ଚୁକ୍ତି ଓ ଏଲଓସି ସମେତ ଅନ୍ୟ ସେକ୍ଟରରେ ବି ଅସ୍ତ୍ରବିରତୀ ନିୟମର କଡାକଡି ପାଳନ କରାଯିବ । ଏହା 24 ଓ 25 ଫେବୃଆରୀରେ ରାତିରୁ କାର୍ଯ୍ୟକାରୀ ହେବ । ଆଲୋଚନା ସମୟରେ ଉଭୟ ଦେଶର ସେନା ଏଲଓସି ସମେତ ଅନ୍ୟ ସେକ୍ଟରରେ ସ୍ଥିତିର ସମୀକ୍ଷା କରିଛନ୍ତି । ଦୁଇ ଦେଶ ମଧ୍ୟରେ ହଟଲାଇନ ଉପରେ ଆଲୋଚନା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.