ETV Bharat / bharat

ଜେଜେବାପାକୁ କୋଟିଏ ଟଙ୍କା ଦେବାକୁ ଧମକ ଦେଲା ନାତି, ବାନ୍ଧିଲା ପୋଲିସ - grandson demanded ransom from his grandfather

ଜେଜେବାପାକୁ କୋଟିଏ ଟଙ୍କା ଦେବାକୁ ଧମକ ଦେଲା ନାତି । ଫୋନ ନମ୍ବର ଟ୍ରାକ କରି ନାତିକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ଜେଜେବାପାକୁ କୋଟିଏ ଟଙ୍କା ଦେବାକୁ ଧମକ ଦେଲା ନାତି

author img

By

Published : Dec 4, 2022, 2:00 PM IST

ଚଣ୍ଡିଗଡ: ଜେଜେବାପାକୁ ଫୋନରେ ଧମକ ଦେବା ସହ କୋଟି ଟଙ୍କା ଦେବାକୁ ବାଧ୍ୟ କରିଲା ନାତି । ଏହି ଅଭିଯୋଗରେ ନାତିକୁ ବାନ୍ଧିଲା ପୋଲିସ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ପଞ୍ଜାବରୁ । ଜେଜେ ବାପା ଜଣଙ୍କ ହେଲେ ରାମ ଲାଲ ଏବଂ ସେ ଜଣେ ବ୍ୟବସାୟୀ ।

ରାମ ଲାଲଙ୍କ କହିବା ଅନୁସାରେ, "ଗତ ଶୁକ୍ରବାର ଦିନ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଏକ ଅଜଣା ନମ୍ବରରୁ ରାତି ୮.୫୦ରେ ଫୋନ ଆସିଥିଲା । ଏହାପରେ ଏକ ଯୁବକ ଲାଲଙ୍କୁ ୧କୋଟି ଟଙ୍କା ଦେବାକୁ ଧମକ ଦେଇଥିଲା । ନଚେତ ଜୀବନକୁ ମାରି ଦେବାକୁ କହିଥିଲା । ଏନେଇ ମୁଁ ଶାହପୁର କାଣ୍ଡି ଥାନାରେ ଏତଲା ଦେଇଥିଲି । "

ଏହା ମଧ୍ୟ ପଢନ୍ତୁ: PMs loot-tantra vs Congress loktantra: ତୈଳ ଦର ବୃଦ୍ଧିକୁ ନେଇ ମୋଦିଙ୍କୁ ଜବାବ ମାଗିଲେ ରାହୁଲ

ରାମଲାଲଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅଭିଯୁକ୍ତର ନମ୍ବରକୁ ଟ୍ରାକ କରି କିଛି ଘଣ୍ଟା ଭିତରେ ଅଭିଯୁକ୍ତ ନିକଟରେ ପହଞ୍ଚି ପାରିଥିଲା । ତେବେ ଯୁବକଙ୍କୁ ଗିରଫ କରିବା ପରେ ସେ ରାମ ଲାଲଙ୍କ ନାତି ବୋଲି ଜଣାପଡିଥିଲା । ଏନେଇ DSP ରାଜିନ୍ଦର ମାନହସ ସୂଚନା ଦେଇଛନ୍ତି । ତେବେ ଗିରଫ ଅଭିଯୁକ୍ତ(ନାତି)ର ନାଁରେ ଆଗରୁ ଚୋରି ମାମଲା ଦାୟର ହୋଇଥିଲା ବୋଲି ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.