ETV Bharat / bharat

Rs 75 Coin Lunch: ଏହି ଦିନ ଦେଶକୁ ମିଳିବ 75 ଟଙ୍କିଆ ମୁଦ୍ରା

ଆସନ୍ତା 28 ତାରିଖରେ ନୂଆ ସଂସଦ ଭବନ ଉଦଘାଟନୀ ଉତ୍ସବରେ 75 ଟଙ୍କିଆ ନୂଆ ମୁଦ୍ରା ଜାରି ହେବ । ଅଧିକ ପଢନ୍ତୁ

ନୂଆ ସଂସଦ ଭବନ ଉଦଘାଟନ
75 Rupee lunch in new Parliament inauguration
author img

By

Published : May 26, 2023, 11:59 AM IST

ନୂଆଦିଲ୍ଲୀ: ଜାରି ହେବ 75ଟଙ୍କିଆ ମୁଦ୍ରା । ଆସନ୍ତା 28 ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ହେବ । ଏହି ସଂସଦ ଭବନ ଉଦଘାଟନୀ ଉତ୍ସବରେ ଦେଶରେ 75ଟଙ୍କିଆ ନୂଆ ମୁଦ୍ରା ଜାରି ହେବ । ନୂଆ ମୁଦ୍ରା ଜାରି ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି । 75 ବର୍ଷ ସ୍ବାଧୀନତା ପୂର୍ତ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ଉଦଘାଟନ କରିବେ ।

  • Ministry of Finance to launch a special Rs 75 coin to commemorate the inauguration of the new Parliament building on 28th May. pic.twitter.com/NWnj3NFGai

    — ANI (@ANI) May 26, 2023 " class="align-text-top noRightClick twitterSection" data=" ">

ଜାରି ହେବାକୁ ଥିବା ନୂଆ 75 ଟଙ୍କିଆ ମୁଦ୍ରାରେ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ରହିବ । ସଂସଦ ଭବନ ଚିତ୍ର ସହ ସତ୍ୟମେବ ଜୟତେ ମଧ୍ୟ ମୁଦ୍ରାରେ ଲେଖାଥିବ । ହିନ୍ଦୀ ଏବଂ ଇଂରାଜୀରେ ଇଣ୍ଡିଆ ଲେଖାଥିବ । ମୁଦ୍ରାରେ ଟଙ୍କାର ଚିହ୍ନ ଏବଂ ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ସହ ସଂଖ୍ୟାରେ 75 ଲେଖାଥିବ । ମୁଦ୍ରାର ଅନ୍ୟ ପାଖରେ ସଂସଦ ଭବନ ଚିତ୍ର ରହିବ । ଏହା ସହ ମୁଦ୍ରାର ବାମ ପାଖରେ ହିନ୍ଦୀରେ ଓ ଡାହାଣ ପାର୍ଶ୍ବରେ ଇଂରାଜୀ ଭାଷାରେ ଭାରତ ଲେଖାଥିବ । ଏହା ସହ ହିନ୍ଦୀରେ ସଂସଦ ସଙ୍କୁଳ ଲେଖାଥିବ । ତଳ ପାର୍ଶ୍ବରେ ପାର୍ଲାମେଣ୍ଟ କମ୍ପଲେକ୍ସ ଲେଖା ରହିବ । ମୁଦ୍ରାର ଓଜନ 35 ଗ୍ରାମ ରହିବ । ଏହାର ବ୍ୟାସ 44ମିଲିମିଟର ଓ ପରିଧି 200 ରହିବ । ଏହା 4ଟି ଧାତୁରୁ ପ୍ରସ୍ତୁତ ହୋଇଛି । 50 ପ୍ରତିଶତ ରୂପା, 40 ପ୍ରତିଶତ ତମ୍ବା, 5 ପ୍ରତିଶତ ନିକେଲ ଓ 5 ପ୍ରତିଶତ ଜିଙ୍କ ରହିଛି ।

ଏହା ବି ପଢନ୍ତୁ...New Parliament Inauguration: ପୁରୁଣା ସଂସଦଠୁ କେତେ ଭିନ୍ନ ନୂଆ ସଂସଦ ? ଜାଣନ୍ତୁ ପାର୍ଥକ୍ୟ

ଏହା ବି ପଢନ୍ତୁ...New Parliament Inauguration: ସକାଳ 7.30ରୁ ଆରମ୍ଭ ହେବ ପୂଜା

ନୂଆ ସଂସଦ ଭବନ ଉଦଘାଟନକୁ ଦିନ ନିକଟତର ହେଉଛି । ଏହାରି ଭିତରେ ରାଜନୀତି ମଧ୍ୟ ସରଗରମ ରହିଛି । ଏବେ ସଂସଦ ଭବନ ଉଦଘାଟନୀ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦଘାଟନ କରିବା ନେଇ ଏକ ଜନସ୍ବାର୍ଥ ମାମଲା ସୁପ୍ରିମକୋର୍ଟରେ ଦାୟର ହୋଇଛି । ଯାହାର ଆଜି ଶୁଣାଣି ହେବ । ତେବେ ଏହି ଦେଶର ନୂତନ ସଂସଦ ଭବନରେ ମୋଟ ୧୨୭୨ଟି ସିଟ ରହିଛି । ଲୋକସଭାରେ ୮୮୮ଟି ସିଟ ଥିବାବେଳେ ରାଜ୍ୟସଭାରେ ୩୮୪ଟି ସିଟ ରହିଛି । ୨୦୨୦ ମସିହା ଡିସେମ୍ବର ୧୦ ତାରିଖ ନୂଆ ସଂସଦ ଭବନର ଶିଳାନ୍ୟାସ ହୋଇଥିଲା । ଏହାର ନିର୍ମାଣ ନେଇ ପ୍ରାୟ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.