ETV Bharat / bharat

କୋରୋନା ଦ୍ବିତୀୟ ଲହରୀ ଭୟ, ଖୁବଶୀଘ୍ର ଶିଶୁଙ୍କ ପାଇଁ ନୂଆ ଗାଇଡଲାଇନ

author img

By

Published : Jun 1, 2021, 10:13 PM IST

ଡାକ୍ତର ଭିକେ ପାଲ କହିଛନ୍ତି, ଶିଶୁଙ୍କ ମଧ୍ୟରେ ମହାମାରୀ କୋରୋନାର ପ୍ରଭାବକୁ ନେଇ ସରକାର କ୍ରମାଗତ ନଜର ରଖିଛନ୍ତି ।

କୋରୋନା ଦ୍ବିତୀୟ ଲହରୀର ଭୟ, ଖୁବ ଶିଘ୍ର ଶିଶୁଙ୍କ ଉପରେ ନୂଆ ଗାଇଡଲାଇନ

ନୂଆଦିଲ୍ଲୀ: ମହାମାରୀ କୋରୋନାର ସ୍ବରୂପ ବଦଳିଲେ ଶିଶୁଙ୍କ ଉପରେ ଏହାର ପ୍ରଭାବ ବଢିପାରେ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପାଲ । 2ରୁ 3 ପ୍ରତିଶତ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡିପାରେ । ଡାକ୍ତର ପାଲ କହିଛନ୍ତି, ଶିଶୁଙ୍କ ମଧ୍ୟରେ ମହାମାରୀ କୋରୋନାର ପ୍ରଭାବକୁ ନେଇ ସରକାର କ୍ରମାଗତ ନଜର ରଖିଛନ୍ତି ।

ଡାକ୍ତର ପାଲ କହିଛନ୍ତି, ଶିଶୁଙ୍କ ପାଇଁ ଔଷଧର ଡୋଜ ଉପରେ ବିଚାର କରୁଛି । ଏହାକୁ ନେଇ ଏକ ବିଶେଷଜ୍ଞ ଦଳ ଗଠିତ ହୋଇଛି । ନୂଆ ଗାଇଡଲାଇନ ଖୁବ ଶିଘ୍ର ଜାରି ହୋଇପାରେ । ସେ ଚେତାବନୀ ଦେଇ କହିଛନ୍ତି, ସୁସ୍ଥ ହେବାର ପାଖାପାଖି 6 ସପ୍ତାହ ପରେ ଶିଶୁଙ୍କ ଶରୀରରେ ଜ୍ବର ଭଳି ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି । ଏହାକୁ ମଲ୍ଟି ସିଷ୍ଟମ ଇଫ୍ଲେମେସନ କୁହାଯାଏ ।

ଭିକେ ପାଲ କହିଛନ୍ତି ଯେ ଶିଶୁମାନଙ୍କ ଉପରେ କୋଭିଡ ଟିକା ଟ୍ରାଏଲ ଚାଲିଛି । କୋରୋନାରେ ସଂକ୍ରମିତ ଅଧିକ ପିଲା ଲକ୍ଷଣରୁ ବଞ୍ଚିତ । ସାଧାରଣତଃ ସେମାନଙ୍କ ମଧ୍ୟରେ ସଂକ୍ରମଣ ଗମ୍ଭୀର ନୁହେଁ । ହେଲେ ଯଦି ଭୂତାଣୁ ଏହାର ରୂପ ପରିବର୍ତ୍ତନ କରେ ତେବେ ପରିସ୍ଥିତି ଭିନ୍ନ ହୋଇପାରେ ବୋଲି ଡାକ୍ତର ପାଲ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.