ETV Bharat / bharat

'ମହାମାରୀକୁ ନେଇ ସରକାର ଅଧିକ ଆତ୍ମବିଶ୍ବାସୀ ହୋଇପଡିଛନ୍ତି' - ମହାମାରୀକୁ ନେଇ ସରକାରଙ୍କ ଉପରେ ରାହୁଲଙ୍କ ମନ୍ତବ୍ୟ

କୋଭିଡ ମହାମାରୀକୁ ନେଇ କେନ୍ଦ୍ର ସରକାର ଅଧିକ ଆତ୍ମବିଶ୍ବାସୀ ହୋଇପଡିଥିବା ରାହୁଲ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Govt being overconfident about COVID, it's not over yet: Rahul
'ମହାମାରୀକୁ ନେଇ ସରକାର ଅଧିକ ଆତ୍ମବିଶ୍ବାସୀ ହୋଇପଡିଛନ୍ତି'
author img

By

Published : Feb 17, 2021, 1:17 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ସରକାର ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ସହିତ ସମସ୍ୟାକୁ ଅଣଦେଖା କରୁଛନ୍ତି ବୋଲି କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ବୁଧବାର ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ମହାମାରୀ ସମ୍ପୂର୍ଣ୍ଣ ଭାବରେ ଦେଶରୁ ଯାଇନଥିବା ବେଳେ କେନ୍ଦ୍ର ସରକାର ଏଭଳି କରୁଥିବା ସେ ଟ୍ବିଟ ମାଧ୍ୟମରେ କହିଛନ୍ତି ।

ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲରେ ମହାମାରୀର ନୂଆ ଷ୍ଟ୍ରେନ ଭାରତରେ ପ୍ରବେଶ କରିଥିବା ଖବର ପାଇବା ପରେ ରାହୁଲ ଏଭଳି ମନ୍ତବ୍ୟ ଦେଇଛନ୍ତି । ଦେଶରେ ପ୍ରଥମ କରି ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରୁ SARS-CoV-2 ଷ୍ଟ୍ରେନ ଦ୍ବାରା 4 ଜଣ ନାଗରିକ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି । ତେବେ ଏହି ଖବର ପ୍ରକାଶ ପାଇବା ପରେ ରାହୁଲ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ଭାରତ ସରକାର କୋଭିଡ-19 ମହାମାରୀକୁ ନେଇ ଅଧିକ ଆତ୍ମବିଶ୍ବାସୀ ହେଉଥିବା ବେଳେ ସମସ୍ୟାକୁ ଅଣଦେଖା କରୁଛନ୍ତି ।

ଦକ୍ଷିଣ ଆଫ୍ରିକାରୁ 2 ଜଣ ଏବଂ ଆଙ୍ଗୋଲା, ତାନଜାନିଆରୁ ଫେରିଥିବା 2 ଜଣ ଭାରତୀୟଙ୍କ ମଧ୍ୟରେ ଏହି ନୂଆ ଷ୍ଟ୍ରେନ ଦେଖାଦେଇଥିବା ICMRର ନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି । ତେବେ ଦେଶରେ 11 ହଜାର 610 ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 9 ଲକ୍ଷ 37 ହଜାର 320ରେ ପହଞ୍ଚିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା 1 କୋଟି 6 ଲକ୍ଷ 44 ହଜାର 858ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା 1 ଲକ୍ଷ 55 ହଜାର 913ରେ ପହଞ୍ଚିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 100 ଜଣଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.