ETV Bharat / bharat

Bank Closed: 2 ଦିନ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ - ବ୍ୟାଙ୍କିଙ୍ଗ ସୂଚନା

ଆଜିଠୁ 2 ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବେ ବ୍ୟାଙ୍କ କର୍ମଚାରୀ (Two-Day Nationwide Bank Workers Strike) । ବାଧାପ୍ରାପ୍ତ ହେବ ବ୍ୟାଙ୍କ କାମ । ଅଧିକ ପଢନ୍ତୁ

Bank Workers Strike: 2 ଦିନ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

author img

By

Published : Dec 16, 2021, 7:07 AM IST

ନୂଆଦିଲ୍ଲୀ: ଆଜିଠୁ 2 ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବେ ବ୍ୟାଙ୍କ କର୍ମଚାରୀ(Two-Day Nationwide Bank Workers Strike) । ଫଳରେ ଗୁରୁବାର ଓ ଶୁକ୍ରବାର ପ୍ରଭାବିତ ହେବ ବ୍ୟାଙ୍କ କାମ । କେନ୍ଦ୍ର 2021-22 ବଜେଟରେ ଦୁଇଟି ସାର୍ବଜନୀନ କ୍ଷେତ୍ରର ଋଣଦାତାଙ୍କୁ ଘରୋଇକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଛନ୍ତି ବ୍ୟାଙ୍କ ୟୁନିୟନ ।

ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍(AIBOC), ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ(AIBEA) ଏବଂ ନ୍ୟାସନାଲ ଅର୍ଗାନାଇଜେସନ୍ ଅଫ୍ ବ୍ୟାଙ୍କ ୱାର୍କର୍ସ (NOBW) ଦ୍ୱାରା ଏହି ଧର୍ମଘଟ ଡାକରା ଦିଆଯାଇଛି ।

ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟକୁ ନେଇ ସଂଘ ନିଷ୍ପତ୍ତି ନେଇଛି ବୋଲି AIBOCର ସାଧାରଣ ସମ୍ପାଦକ ସୌମ୍ୟ ଦତ୍ତ ସୂଚନା ଦେଇଛନ୍ତି । ବିଭିନ୍ନ ସରକାରୀ କ୍ଷେତ୍ର ବ୍ୟାଙ୍କ(PSBs), ପୁରୁଣା ପିଢିର ଘରୋଇ କ୍ଷେତ୍ର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକର କର୍ମଚାରୀ ଏବଂ ଅଧିକାରୀମାନେ ଏହି ଧର୍ମଘଟରେ ଅଂଶଗ୍ରହଣ କରିବେ ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କୁ ଚେକ୍ କ୍ଲିୟରାନ୍ସ ଏବଂ ପାଣ୍ଠି ସ୍ଥାନାନ୍ତର ଭଳି ବ୍ୟାଙ୍କିଙ୍ଗ କାର୍ଯ୍ୟ ଉପରେ ସମ୍ଭାବ୍ୟ ପ୍ରଭାବ ବିଷୟରେ ପୂର୍ବରୁ ଜଣାଇସାରିଥିଲା । ଏହି ଧର୍ମଘଟ ଗ୍ରାହକ ଏବଂ ନିବେଶକଙ୍କ ସ୍ୱାର୍ଥରେ ନାହିଁ ବୋଲି ଦର୍ଶାଇ SBI, କାନାରା ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କ ସେମାନଙ୍କ କର୍ମଚାରୀଙ୍କୁ ଧର୍ମଘଟ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ।

SBI ଏକ ଟୁଇଟ୍‌ରେ କହିଛି ଯେ, ଜାରି ରହିଥିବା ମହାମାରୀ ପରିସ୍ଥିତିକୁ ବିଚାରକୁ ନେଇ ଷ୍ଟ୍ରାଇକ୍ କରିବା ହିତାଧିକାରୀଙ୍କ ପାଇଁ ବଡ ଅସୁବିଧା ହେବ । ଗତକାଲି(ବୁଧବାର) ଅତିରିକ୍ତ ମୁଖ୍ୟ ଶ୍ରମ କମିଶନରଙ୍କ ସହ ସମନ୍ୱୟ ବୈଠକ ପରେ UFBU ଦ୍ବାରା ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.