ଶ୍ରୀନଗର: ଜମ୍ମୁ କାଶ୍ମୀରରେ ବଢୁଥିବା ସଂକ୍ରମଣକୁ ଦେଖି ଜାମ୍ମୁ କାଶ୍ମୀରରେ ଆଜି ରାତି ଠାରୁ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କୋରୋନା କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି (ଶନିବାର) ରାତି 8ଟା ଠାରୁ ଏପ୍ରିଲ୍ 26 ସକାଳ ପର୍ଯ୍ୟନ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ କୋରୋନା କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ରାଜ୍ୟପାଳ ମନୋଜ ସିହ୍ନା । ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ଏହି କୋରୋନା କର୍ଫ୍ୟୁ ସମୟରେ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ କେବଳ ଜରୁରୀ ଏବଂ ଜରୁରୀକାଳୀନ ସେବାକୁ ଅନୁମତି ମିଳିଥିବା ବେଳେ ସମସ୍ତ ବଜାର ଏବଂ ବାଣିଜ୍ୟିକ ଅନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 24 ଏପ୍ରିଲ୍ (ଶନିବାର) ରାତି 8 ରୁ ଏପ୍ରିଲ୍ 26 (ସୋମବାର) ସକାଳ 6 ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କୋରୋନା କର୍ଫ୍ୟୁ ପାଳନ କରାଯିବ | ଅନୁମତିପ୍ରାପ୍ତ ଜରୁରୀ ଏବଂ ଜରୁରୀକାଳୀନ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଓ ବାଣିଜ୍ୟିକ ଅନୁଷ୍ଠାନ ବନ୍ଦ ରହିବ ବୋଲି ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ