ETV Bharat / bharat

ଦିଦିଙ୍କୁ ରାଜ୍ୟପାଳ ଧନଖରଙ୍କ ଶୁଭେଚ୍ଛା, କାଲି ସରକାର ଗଠନ ପାଇଁ ନିମନ୍ତ୍ରଣ

ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଧନଖର । ଅଧିକ ପଢନ୍ତୁ...

ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଧନକର,ଆସନ୍ତାକାଲି ସରକାର ଗଠନ ପାଇଁ ନିମନ୍ତ୍ରଣ

author img

By

Published : May 2, 2021, 9:20 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନରେ ବିପୁଳ ବିଜୟ ଆଡକୁ ଅଗ୍ରହର ହେଉଛି ଟିଏମସି । ମମତା ବାନାର୍ଜୀଙ୍କ ଟିଏମସି ସରକାର କରିବା ନେଇ ଚିତ୍ର ମଧ୍ୟ ସ୍ପଷ୍ଟ ହୋଇଛି । ଏପଟେ ଦଳର ବିପୁଳ ବହୁମତ ପାଇଁ ମମତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ବ୍ୟକ୍ତି ବିଶେଷ । ସେହି କ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ଧନଖର କହିଛନ୍ତି ଆସନ୍ତାକାଲି (ସୋମବାର) ସକାଳ 7 ଟାରେ ସଂଖ୍ୟା ଗରିଷ୍ଠ ଦଳର ନେତା ଭାବେ ମମତାଙ୍କୁ ରାଜଭବନକୁ ନିମନ୍ତ୍ରଣ କରାଯିବ । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଅନୁସାରେ ନିର୍ବାଚନ ଫଳାଫଳ ପରେ ଏକକ ବହୁମତ ପାଇଥିବା ଦଳକୁ ସରକାର ଗଠନ କରିବାର ନିମନ୍ତ୍ରଣ ଦେବାର ପରମ୍ପରା ରହିଛି ।

ତେବେ ସବୁଠୁ ଅଧିକ ଆସନ ପାଇଥିବା ଦଳ ଭାବେ ତୃଣମୂଳ କଂଗ୍ରସକୁ ସରକାର ଗଠନ କରିବାକୁ ମମତାଙ୍କୁ ନିମନ୍ତ୍ରଣ କରିବେ ରାଜ୍ୟପାଳ ଧନଖର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.