ETV Bharat / bharat

Up Violence: ଯୋଗୀଙ୍କ କଠୋର ବୟାନ, ଖୋଜିଖୋଜି ଦୋଷୀଙ୍କ ମୁଖା ଖୋଲିବେ ସରକାର

author img

By

Published : Oct 3, 2021, 10:48 PM IST

ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ୮ ମୃତ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଠୋର ବୟାନ ଦେଇଛନ୍ତି । ଖୋଜି ଖୋଜି ଦୋଷୀଙ୍କ ମୁଖା ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଅଧିକ ପଢନ୍ତୁ...

Up Violence: ଯୋଗୀଙ୍କ କଠୋର ବୟାନ, ଖୋଜିଖୋଜି ଦୋଷୀଙ୍କ ମୁଖା ଖୋଲିବେ ସରକାର
Up Violence: ଯୋଗୀଙ୍କ କଠୋର ବୟାନ, ଖୋଜିଖୋଜି ଦୋଷୀଙ୍କ ମୁଖା ଖୋଲିବେ ସରକାର

ଲକ୍ଷ୍ନୌ: ଉଗ୍ର ରୂପ ଧାରଣ କରୁଛି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣା । ବର୍ତ୍ତମାନ ସୁଦ୍ଧା ହିଂସା ମାମଲାରେ ୮ ଜଣ ପ୍ରାଣ ହରାଇସାରିଲେଣି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଠୋର ବୟାନ ଦେଇଛନ୍ତି । ଖୋଜି ଖୋଜି ଦୋଷୀଙ୍କ ମୁଖା ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।

ଲକ୍ଷ୍ମୀପୁରରେ ଘଟିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ସରକାର ଏହି ଘଟଣାର କାରଣର ଗଭୀରକୁ ଯାଇ ସମ୍ପୃକ୍ତ ଦୋଷୀଙ୍କ ମୁଖା ଖୋଲିବେ । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯୋଗୀ । ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ସମୟରେ କାର୍‌ ଦୁର୍ଘଟଣାକୁ ନେଇ ତେଜିବାକୁ ଲାଗିଛି ଉତ୍ତେଜନା । ପ୍ରଦର୍ଶନକାରୀ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାର୍‌ ଚଢିଯିବା ଘଟଣାରେ ହିଂସା ଉଗ୍ରରୂପ ନେଇଛି । ହିଂସାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ ।

ଏପଟେ ହିଂସା ଘଟଣା ପରେ ସକ୍ରିୟ ହୋଇଯାଇଛନ୍ତି ବିରୋଧୀ । ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଯଦି ସ୍ଥିତି ନିୟନ୍ତ୍ରଣାଧିନ ନହୁଏ, ତେବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ପାଲଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.