ETV Bharat / bharat

UP Phone Tapping Politics: ଅଖିଳେଶଙ୍କ ଫୋନ ଟ୍ୟାପ୍‌ ଅଭିଯୋଗକୁ କାଉଣ୍ଟର କଲେ ଯୋଗୀ

author img

By

Published : Dec 20, 2021, 10:34 AM IST

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଅଣିଲେ ଅଖିଳେଶ ଯାଦବ । ଆମ ଦଳର ନେତାଙ୍କ ଫୋନ ଟ୍ୟାପ୍‌ (phone tapping) କରାଯାଉଛି ଏବଂ ଏହାର ରେକଡିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦିନ ସନ୍ଧ୍ୟାରେ ଶୁଣୁଥିବା କହିଲେ ଅଖିଳେଶ । ଅଧିକ ପଢନ୍ତୁ

ୟୁପି ସରକାର ଆମ ଫୋନ ଟ୍ୟାପ କରୁଛନ୍ତି, ଏହାକୁ ସନ୍ଧ୍ୟାରେ ଶୁଣୁଛନ୍ତି: ଅଖିଳେଶ ଯାଦବ

ଲକ୍ଷ୍ନୌ: ପାଖେଇ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ (UP assembly election 2022) । ସମୟ ଯେତିକି ଯେତିକି ପାଖଉଛି ଦଳ ଦଳ ମଧ୍ୟରେ ଆରମ୍ଭ ହେଲାଣି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଗତକାଲି(ରବିବାର) ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ଆମ ଦଳର ନେତାଙ୍କ ଫୋନ ଟ୍ୟାପିଂ (phone tapping) କରାଯାଉଛି ଏବଂ ଏହାର ରେକଡିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିଦିନ ସନ୍ଧ୍ୟାରେ ଶୁଣୁଛନ୍ତି । ଏଥିସହ ଆମ କାର୍ଯ୍ୟାଳୟର ସମସ୍ତ ଫୋନ ନମ୍ବର ମଧ୍ୟ ଟ୍ୟାପ୍‌ କରାଯାଇଛି । ଅଖିଳେଶଙ୍କ ଏପରି ଅଭିଯୋଗ ପରେ ପାଲଟା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ୟୁପିରେ ଫୋନ୍ ଟ୍ୟାପ୍ ଅଭିଯୋଗରେ, ଅଖିଳେଶଙ୍କ ଚାରିଜଣ ସହଯୋଗଙ୍କୁ ଆୟକର ବିଭାଗ ତଲାସି କରିବାର ଗୋଟିଏ ଦିନ ପରେ ଏଭଳି ଅଭିଯୋଗ ଆସିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି କ୍ଷମତାରେ ଥିଲେ ମଧ୍ୟ କଂଗ୍ରେସ ଦ୍ବାରା ଦିଆଯାଇଥିବା ସ୍କ୍ରିପ୍ଟ ଉପରେ କାମ ଆରମ୍ଭ କରିଛି । ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପିର ରଣନୀତି ଆହୁରି ତୀବ୍ର ହେବ ବୋଲି କହିଛନ୍ତି ଅଖିଳେଶ । ଆୟକର ବିଭାଗ ମୋର ସହଯୋଗୀଙ୍କୁ ତଲାସି କରିଛି ବର୍ତ୍ତମାନ ED ଓ CBI ମଧ୍ୟ ଆସିବା ବୋଲି ସେ କହିଛନ୍ତି ।

ବିଜେପି ଚଳିତବର୍ଷ ଆରମ୍ଭରୁ ପଶ୍ଚିମବଙ୍ଗ ନିର୍ବାଚନରେ ମଧ୍ୟ ସମାନ ଢଙ୍ଗ ଆପଣାଇଥିଲା ଏବଂ ଏହାର ଫଳାଫଳ କଣ ହେଲା ଏହା ସମସ୍ତଙ୍କ ସାମ୍ନାକୁ ମଧ୍ୟ ଆସିଲା। ଯେଉଁ ଅଧିକାରୀ ମାନେ ଏହି ଚାଲ ଚଲାଉଛନ୍ତି ସେ ଅବଗତ ଅଛନ୍ତି ଏବଂ କ୍ଷମତାକୁ ଆସିବା ପରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଅଖିଳେଶ।

ସୂଚନା ଥାଉକି, ଆୟକର ବିଭାଗ ଶନିବାର ଅଖିଳେଶଙ୍କ ବ୍ୟକ୍ତିଗତ ସଚିବ ଗଜେନ୍ଦ୍ର ଯାଦବ, ମୁଖପାତ୍ର ରାଜୀବ ରାୟ, ଦଳର ନେତା ମନୋଜ ଯାଦବ ଏବଂ ଜଣେ ବନ୍ଧୁ ତଥା ବ୍ୟବସାୟୀ ରାହୁଲ ଭାସିନଙ୍କ ସମେତ ସମାଜବାଦି ପାର୍ଟି ନେତାଙ୍କ ଘରେ ଚଢାଉ କରିଥିଲା ।

ତେବେ ଅଖିଳେଶଙ୍କ ଅଭିଯୋଗ ପରେ ପାଲଟା କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ କହିଛନ୍ତି, ଅଖିଳେଶ କ୍ଷମତାରେ ଥିବା ସମୟରେ ହୋଇପାରେ କିଛି ଭୁଲ୍‌ କରିଛନ୍ତି । ସେଥିପାଇଁ ଅନ୍ୟମାନଙ୍କୁ ଦୋଷ ଦେଉଛନ୍ତି । ଯୋଗୀଙ୍କ ଏପରି ପାଲଟା ଜବାବ ପରେ ୟୁପି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.