ETV Bharat / bharat

ସରକାର କରୁଛନ୍ତି ହ୍ବାଟ୍ସଆପ କଲ ରେକର୍ଡ ! ଜାଣନ୍ତୁ ଭାଇରାଲ ମେସେଜର ସତ... - ହ୍ବାଟ୍ସଆପ କଲ ରେକର୍ଡ

ସୋସିଆଲ ମିଡିଆ କମ୍ପାନୀରେ ନୂଆ ଆଇଟି ନିୟମକୁ ନେଇ ଫେସବୁକ ହ୍ବାଟ୍ସଆପ ଓ ଟ୍ବିଟରରେ ଭିନ୍ନ ଭିନ୍ନ ମିଥ୍ୟା ତଥା ଗୁଜବ ମେସେଜ ଭାଇରାଲ ହେବାରେ ଲାଗିଛି । ଜାଣନ୍ତୁ କଣ ରହିଛି ଭାଇରାଲ ମେସେଜର ସତ୍ୟତା ? ଅଧିକ ପଢନ୍ତୁ...

ସରକାର କରୁଛନ୍ତି ହ୍ବାଟ୍ସଆପ କଲ ରେକର୍ଡ ! ଜାଣନ୍ତୁ ଭାଇରାଲ ମେସେଜର ସତ...

author img

By

Published : May 27, 2021, 3:52 PM IST

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀରେ ନୂଆ ଆଇଟି ନିୟମକୁ ନେଇ ଫେସବୁକ ହ୍ବାଟ୍ସଆପ ଓ ଟ୍ବିଟରରେ ଭିନ୍ନ ଭିନ୍ନ ମିଥ୍ୟା ତଥା ଗୁଜବ ମେସେଜ ଭାଇରାଲ ହେବାରେ ଲାଗିଛି । ଗୋଟିଏ ମେସେଜରେ ଦାବି କରାଯାଇଛି ଯେ ନୂଆ ଆଇଟି ନିୟମ ଲାଗୁ ହେବା ପରେ ୟୁଜର୍ସଙ୍କ ସମସ୍ତ ହ୍ବାଟ୍ସଆପ କଲ ରେକର୍ଡ ହେବ ଓ ସମସ୍ତ ପ୍ରକାରର ଗତିବିଧି ଉପରେ ନଜର ରଖାଯିବ ।

କେବଳ ହ୍ବାଟ୍ସଆପ ବାବଦରେ ନୁହେଁ, ଫେସବୁକକୁ ନେଇ ମଧ୍ୟ ଦାବି କରାଯାଇଛି ଯେ କମ୍ପାନୀର ନୂଆ ଟିକ୍‌ ସିଷ୍ଟମ ଲାଗୁ କରାଯାଇଛି । ଦୁଇଟି ବ୍ଲୁ ଟିକ ଓ ଗୋଟିଏ ରେଡ୍‌ ଟିକ୍‌ର ଅର୍ଥ ହେବା ଯେ ସରକାର କାର୍ଯ୍ୟାନୁଷ୍ଠାନ ନେଇପାରେ । ସେହିପରି 3ଟି ରେଡ୍‌ ଟିକ୍‌ର ଅର୍ଥ ହେବ ଯେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଦେଇଛି ।

ୟୁଜର୍ସଙ୍କ ଅବଗତି ପାଇଁ ଜଣାଇ ସଠିକ ତଥ୍ୟ ଜଣାଇଦିଆଯାଉଛି ଯେ ଏ ସମସ୍ତ ଦାବି ମିଛ । ନୂଆ ଆଇଟି ନିୟମରେ ଏଭଳି କୌଣସି ତଥ୍ୟ ନାହିଁ ।

ନୂଆ ଆଇଟି ନିୟମାବଳୀ ମେ 26ରୁ କାର୍ଯ୍ୟକାରୀ ହୋଇଛି । ଏହାକୁ 25 ଫେବୃଆରୀରେ ଘୋଷଣା କରାଯାଇଥିଲା । ହେଲେ ସୋସିଆଲ ମିଡିଆ କମ୍ପାନୀଗୁଡିକ ଏହାକୁ କାର୍ଯ୍ୟକାରୀ କରିନାହାଁନ୍ତି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ସେମାନଙ୍କ ପ୍ଲାଟଫର୍ମରେ ଏକ ପୋଷ୍ଟ ପାଇଁ ଗ୍ରହଣ କରାଯାଇଥିବା ଅଭିଯୋଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ।

ଏହା ଅଧୀନରେ କମ୍ପାନୀଗୁଡିକୁ ତିନିଜଣ ଅଧିକାରୀ ନିଯୁକ୍ତ କରିବାକୁ ପଡିବ। ଏହି ଅଧିକାରୀମାନେ କେବଳ ଭାରତୀୟ ହୋଇଥିବା ଆବଶ୍ୟକ | ସୋସିଆଲ ମିଡିଆ ୱେବସାଇଟ ଏବଂ ଆପ୍‌ରେ ସେମାନଙ୍କର ଯୋଗାଯୋଗ ନମ୍ବର ରହିବା ବାଧ୍ୟତାମୂଳକ ଅଟେ | ଯାହାଫଳରେ ୟୁଜର୍ସ ଅଭିଯୋଗ କରିପାରିବେ । କେବଳ ଏତିକି ନୁହେଁ, ଏହି ଅଧିକାରୀଙ୍କ ପାଇଁ ଅଭିଯୋଗର ଅପଡେଟ ଦେବା ପାଇଁ 15 ଦିନର ସମୟସୀମା ମଧ୍ୟ ସ୍ଥିର କରାଯାଇଛି। ଏଥିସହ କର୍ମଚାରୀମାନଙ୍କୁ ଏହି ସମ୍ପୂର୍ଣ୍ଣ ସିଷ୍ଟମ ଉପରେ ନଜର ରଖିବାକୁ କୁହାଯାଇଛି।

ସେପଟେ ହ୍ବା୍ଟ୍ସଆପ କେନ୍ଦ୍ର ସରକାରଙ୍କ ସୋସିଆଲ ମିଡିଆ ଗାଇଡଲାଇନ ବିରୋଧରେ କୋର୍ଟରେ ପହଞ୍ଚିଛି । ହ୍ବାଟ୍ସଆପର କହିବାନୁଯାୟୀ, ଏହାର ପ୍ଲାଟଫର୍ମରେ କୌଣସି ମେସେଜ ଟ୍ରେସ କରାଯାଇପାରିବ ନାହିଁ ।

ସରକାରଙ୍କ ଗାଇଡଲାଇନ ଏହା କହୁଛି ଯେ ଆବଶ୍ୟକ ପଡିଲେ ହ୍ବାଟ୍ସଆପକୁ ମେସେଜର ଅରିଜିନ କହିବାକୁ ପଡିବ । ଅର୍ଥାତ ମେସେଜ ଷ୍ଟ୍ରେସ କରିବାକୁ ପଡିବ । ହେଲେ ହ୍ବାଟ୍ସଆପ ୟୁଜର୍ସଙ୍କ ମେସେଜ ଟ୍ରେସ କରିବାକୁ ସ୍ପଷ୍ଟ ମନାକରିଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.