ETV Bharat / bharat

ହରିୟାଣାରେ କୃଷକ ଆନ୍ଦୋଳନ ଶେଷ, ସୂର୍ଯ୍ୟମୁଖୀ ଫସଲରେ MSP ବଢାଇବାକୁ ସରକାର ରାଜି

author img

By

Published : Jun 13, 2023, 10:00 PM IST

ହରିୟାଣାରେ ଶେଷ ହେଲା କୃଷକ ଆନ୍ଦୋଳନ । ସୂର୍ଯ୍ୟମୁଖୀ ଫସଲରେ MSP ଦେବାକୁ ସରକାର ରାଜି । ସଂଧ୍ୟାରେ ଆଲୋଚନା ଶେଷ ହେବା ପରେ ଆନ୍ଦୋଳନ ସମାପ୍ତ କଲେ ଚାଷୀ । ଅଧିକ ପଢନ୍ତୁ

ହରିୟାଣାରେ ଶେଷ ହେଲା କୃଷକ ଆନ୍ଦୋଳନ, ସୂର୍ଯ୍ୟମୁଖୀ ଫସଲରେ MSP ଦେବାକୁ ସରକାର ରାଜି

ନୂଆଦିଲ୍ଲୀ/ଚଣ୍ଡିଗଡ: ହରିୟାଣାରେ ସୂର୍ଯ୍ୟମୁଖୀ ଫସଲରେ ଏମଏସପି ବୃଦ୍ଧି ଦାବିରେ ଜାରି ରହିଥିବା କୃଷକ ଆନ୍ଦୋଳନ ଶେଷ ହୋଇଛି । ସରକାର ଏମଏସପି ମୂଲ୍ୟ ବୃଦ୍ଧି କରିବା ପାଇଁ ସହମତି ପ୍ରକାଶ କରିବା ପରେ ଚାଷୀମାନେ ଆନ୍ଦୋଳନ ଶେଷ କରିଛନ୍ତି । ଆଜି (ମଙ୍ଗଳବାର) ସନ୍ଧ୍ୟାରେ ସରକାରଙ୍କ ସହ ଚାଷୀ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛି ଚାଷୀ ସଂଗଠନ ।

  • #WATCH | Farmers in Haryana's Kurukshetra end their protest and start celebrations after Government agrees to fulfil their demands.

    Farmers were protesting over their demand for Minimum Support Price (MSP) on sunflower seeds. pic.twitter.com/FWKopOjj27

    — ANI (@ANI) June 13, 2023 c" class="align-text-top noRightClick twitterSection" data=" c"> c

ସରକାରଙ୍କ ସହ ଆଲୋଚନା ପରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି, ‘‘ସରକାର ଆମର ଦାବି ଗ୍ରହଣ କରିଛନ୍ତି । ଆଲୋଚନା ସଫଳ ହେବା ପରେ ଜାରି ରହିଥିିବା ଧର୍ମଘଟକୁ ବନ୍ଦ କରାଯିବାକୁ ଆମେ ସ୍ଥିର କରିଛୁ । ଆମ ଦାବି ଅନୁସାରେ ଚାଷୀଙ୍କ ବିରୋଧରେ ପୂର୍ବରୁ ପଞ୍ଜୀକୃତ ହୋଇଥିବା ମାମଲା ମଧ୍ୟ ପ୍ରତ୍ୟାହାର କରାଯିବ । ଏନେଇ ସରକାର ଆମକୁ ପ୍ରତିଶୃତି ଦେବା ପରେ ଆମେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ଗ୍ରହଣ କରୁଛୁ ।’’

ଚାଷୀଙ୍କ ଦାବି କ’ଣ ଥିଲା ?

ହରିୟାଣାର କୃଷକମାନେ ସୂର୍ଯ୍ୟମୁଖୀ ଫସଲ କ୍ରୟରେ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବା ଦାବିରେ ଚଣ୍ଡିଗଡ ଦିଲ୍ଲୀ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ଅନ୍ୟାନ୍ୟ ପଡୋଶୀ ରାଜ୍ୟର କୃଷକ ନେତାମାନେ ଏହି ମହାପଞ୍ଚାୟତରେ ଏକାଠି ହୋଇଥିଲେ । ସରକାର ସେମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ସେମାନେ ଧାରଣା ପ୍ରତ୍ୟାହାର କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏବେ ରାଜ୍ୟରେ ସୂର୍ଯ୍ୟମୁଖୀ ଫସଲ କ୍ବିଣ୍ଟାଲ ପିଚ୍ଛା 1,000 ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ । ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା 6,400 ଟଙ୍କା ଏମଏସପିରେ ସୂର୍ଯ୍ୟମୁଖୀ କିଣିବାକୁ ସେମାନେ ଦାବି କରୁଛନ୍ତି । ଆଜି ସଂଧ୍ୟାରେ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଛନ୍ତି ।

ବର୍ଷ 2021 ରେ ସରକାର ଆଣିଥିବା ବିବାଦୀୟ କୃଷି ଆଇନକୁ ଜୋରଦାର ବିରୋଧ କରାଯାଇଥିଲା । ହରିୟାଣା ଓ ପଞ୍ଜାବରେ ଏହି ଆନ୍ଦୋଳନର ସର୍ବାଧିକ ପ୍ରଭାବ ପଡିଥିଲା । ପ୍ରାୟ 1 ବର୍ଷ ଧରି ଏହି ଆନ୍ଦୋଳନ ଜାରି ରହିଥିଲା । ଆରମ୍ଭରୁ ଆଇନ ପ୍ରତ୍ୟାହାର ନେଇ ଦାବି ହୋଇଥିଲେ ସୁଦ୍ଧା ସରକାରଙ୍କ ସହ ଚାଷୀ ସଂଗଠନ ସହ ଏକାଧିକ ପର୍ଯ୍ୟାୟରେ ମଧ୍ୟ କୌଣସି ସୁଫଳ ମଧ୍ୟ ମିଳନଥିଲା । ହେଲେ ପରେ ଚାଷୀ ସଂଗଠନ ସେମାନଙ୍କ ଆନ୍ଦୋଳନ ସମାପ୍ତ କରିବା ସହ ସରକାର ମଧ୍ୟ ଏହି ଆଇନକୁ ପ୍ରତ୍ୟାହାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.