ETV Bharat / bharat

ରୋଗ ପ୍ରତିରୋଧକ ଶକ୍ତି ବଢାଉଛି କୋଭିସିଲ୍ଡ-କୋଭାକ୍ସିନ - ରୋଗ ପ୍ରତିରୋଧକ ଶକ୍ତି

ଭାରତର 2 ସ୍ବଦେଶୀ ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଉଭୟ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କ୍ଷେତ୍ରରେ ଅଧିକ ଫଳପ୍ରଦ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ରୋଗ ପ୍ରତିରୋଧକ ଶକ୍ତି ବଢାଉଛି କୋଭିସିଲ୍ଡ-କୋଭାକ୍ସିନ

author img

By

Published : Jun 7, 2021, 7:56 AM IST

ନୂଆଦିଲ୍ଲୀ: ଭାରତର 2 ସ୍ବଦେଶୀ ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ଷେତ୍ରରେ ଫଳପ୍ରଦ ବୋଲି ଏକ ଗବେଷଣାରୁ ଜଣାପଡିଛି । ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରାୟ 95 ପ୍ରତିଶତ ଏହି ଟିକା ନେବା ଦ୍ବାରା ବୃଦ୍ଧି ହେଉଛି । ଟିକା ନେବା ପରେ କୌଣସି ମାରାତ୍ମକ ରୋଗ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନାକୁ ଏହି ଟିକା ରୋକୁଥିବା ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ।

ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଟିକା ଭାରତ ବାୟୋଟେକ ଟିକା କୋଭାକ୍ସିନ ଅପେକ୍ଷା ଶରୀରରେ ଅଧିକ ଆଣ୍ଟିବଡି ତିଆରି କରୁଛି । Pan-india 515 ଜଣ ଟିକା ନେଇସାରିଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ଗବେଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରୁ 425 ଜଣ କୋଭିସିଲ୍ଡ ଟିକା ନେଇଥିବା ବେଳେ 90 ଜଣ କୋଭିକ୍ସିନ ନେଇଛନ୍ତି । ଗବେଷଣାରେ ପ୍ରାୟ 13 ରାଜ୍ୟର ସ୍ବାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଛି । ଏହି ଗବେଷଣାରେ ସାମିଲ ହୋଇଥିବା ସ୍ବାସ୍ଥ୍ୟକର୍ମୀମାନେ ଦ୍ବିତୀୟ ଡୋଜ ଟିକା ନେବାର 21ରୁ 36 ଦିନ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କ୍ଷେତ୍ରରେ ପ୍ରାୟ 95 ପ୍ରତିଶତ ଫଳପ୍ରଦ ହୋଇଛି ବୋଲି ଜଣାପଡିଛି ।

କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି 98 ପ୍ରତିଶତ ଫଳପ୍ରଦ ହୋଇଥିବା ବେଳେ କୋଭାକ୍ସିନ 80 ପ୍ରତିଶତ ଫଳପ୍ରଦ ହେଉଛି । କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଆଣ୍ଟିବଡିର ଉତ୍ପାଦନର କ୍ଷମତା 115AU/ml ରହିଥବା ବେଳେ କୋଭାକ୍ସିନ 51AU/ ml ଆଣ୍ଟିବଡି ସୃଷ୍ଟି ହେଉଛି । କିନ୍ତୁ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଥବା ବ୍ୟକ୍ତିଙ୍କ ଶରୀରରେ ଯୁବବର୍ଗଙ୍କ ଅପେକ୍ଷା କମ ଆଣ୍ଟିବଡି ଉତ୍ପାଦ ହେଉଛି । କୋଭିଡ ମହାମାରୀରେ ସଂକ୍ରମିତ ହୋଇସାରିଥିବା ବ୍ୟକ୍ତି ଗୋଟିଏ ଡୋଜ ଟିକା ନେବା ପରେ ସେମାନଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଥିବା ବେଳେ କୋଭିଡ ହୋଇନଥିବା ବ୍ୟକ୍ତିଙ୍କ ଶରୀରରେ 2ଟି ଡୋଜ ଟିକା ନେବା ପରେ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି ବୋଲି ମୁଖ୍ୟ ଗବେଷକ ଡକ୍ଟର ଅୱାଧେଶ କୁମାର ସିଂ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.