ETV Bharat / bharat

ନ୍ୟାୟର ଦେବତା ହେଉଛନ୍ତି Golu Devta: କୋର୍ଟ ଫି ସହିତ ଷ୍ଟାମ୍ପ ପେପରରେ ଭକ୍ତ ଜଣାଏ ଅଭିଯୋଗ

author img

By

Published : Jun 1, 2022, 3:46 PM IST

ନ୍ୟାୟର ଦେବତା ଚିତାଇ ଗୋଲୁ ଦେବତା (temple is known as the god of justice) । ଅଧିକ ପଢନ୍ତୁ

ନ୍ୟାୟର ଦେବତା ହେଉଛନ୍ତି Golu Devta; କୋର୍ଟ ଫି ସହିତ ଷ୍ଟାମ୍ପ ପେପରରେ ଭକ୍ତ ଜଣାଏ ଅଭିଯୋଗ

ଡେରାଡୁନ: ଉତ୍ତରାଖଣ୍ତର ଅଲମୋରା(Almora) ନିକଟରେ ରହିଛି ଚିତାଇ ଗୋଲୁ ଦେବତାଙ୍କ ମନ୍ଦିର (Chitai Golu Devta Temple) । ଚିତାଇ ଗୋଲୁ ଦେବତାଙ୍କ ଠାରୁ ଲୋକେ ନ୍ୟାୟ ପାଇବା ପାଇଁ ଆସିଥାନ୍ତି । କଥାଟି ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଆଉ ଏ କଥା ଆମେ କହୁନୁ ଏଠାକୁ ଆସୁଥିବା ଭକ୍ତମାନେ ହିଁ କୁହନ୍ତି । ଚିତାଇ ଗୋଲୁ ଦେବତାଙ୍କୁ ଲୋକେ ନ୍ୟାୟର ଦେବତା (temple is known as the god of justice) ବୋଲି ମାନିଥାନ୍ତି ।

ତେବେ ଗୋଲୁ ଦେବତାଙ୍କୁ ପାଖକୁ ଦେଶ ବିଦେଶରୁ ବହୁ ଭକ୍ତ ନ୍ୟାୟ ଧାଇଁ ଆସନ୍ତି । କୁହାଯାଏ ଯେ, ଗୋଲୁ ଦେବତା ଭୈରବଙ୍କର ଏକ ରୂପ । ଗୋଲୁ ଦେବତାର ଅବତାରରେ ଏଠାରେ ଶିବ ରୂପରେ ପୂଜା ପାଉଛନ୍ତି । ତେବେ, ମନ୍ଦିରକୁ ଯେଉଁ ଭକ୍ତମାନେ ନିଜର ସମସ୍ୟା ନେଇ ଆସି ଥାନ୍ତି । ସେମାନଙ୍କ ମନସ୍କାମନା ପୂରଣ ହେଲେ ଭଗବାନଙ୍କୁ ଘଣ୍ଟି ପ୍ରଦାନ କରିଥାନ୍ତି ।

ଗୋଲୁ ଦେବତା ନ୍ୟାୟର ଦେବତା ଭାବରେ ବେଶ ଜଣାଶୁଣା । ବିଶ୍ବାସ କରାଯାଏ ଯେ ଯେଉଁମାନେ ଅଦାଲତରୁ ନ୍ୟାୟ ନ ପାଇ ନିରାଶ ହୁଅନ୍ତି । ସେମାନେ ଗୋଲୁ ଦେବତାଙ୍କ ଦରବାରରେ ନ୍ୟାଇ ପାଇଥାନ୍ତି । ନ୍ୟାୟ ପାଇଁ ନିବେଦନ କରିବାର ଏକ ନିଆରା ପରମ୍ପରା ମଧ୍ୟ ରହିଛି । ଲୋକମାନେ ଏକ ଲିଖିତ ଆବେଦନ ନିଜ ସମସ୍ୟା ଲେଖି ମନ୍ଦିର ପରିସରରେ ଟାଙ୍ଗି ଦିଅନ୍ତି । ଏପରିକି ଆଉ କେତେକ ଭକ୍ତ କୋର୍ଟ ଫି ସହିତ ଷ୍ଟାମ୍ପ ପେପରରେ ଲେଖି ନିଜର ସମସ୍ୟା ଏଠାରେ ଭଗବାନଙ୍କୁ ଜଣାଇଥାନ୍ତି । ପରେ ପଣ୍ତିତ ସେହି ଅଭିଯୋଗ ପତ୍ରକୁ ପଢି ଭଗବାନଙ୍କୁ ଶୁଣାଇଥାନ୍ତି । ଯାହା ଅନ୍ୟ କେଉଁଠାରେ ଦେଖିବାକୁ ମିଳେନି । ପରେ ଭକ୍ତର ସମସ୍ୟା ଦୂର ହୋଇଗଲେ ସେମାନେ ଏଠାକୁ ଆସି ମନ୍ଦିରରେ ଭଗବାନ ଅର୍ଥାତ ଗୋଲୁ ଦେବତାଙ୍କୁ ଘଣ୍ଟି ଦେଇଥାନ୍ତି। କୁହାଯାଏ ଯେ ଏହି ମନ୍ଦିର ଦ୍ବାଦଶ ଶତାବ୍ଦୀରେ ଚାନ୍ଦ ରାଜବଂଶର ଜଣେ ସେନାପତିଙ୍କ ଦ୍ବାରା ନିର୍ମିତ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.