ETV Bharat / bharat

ବସରେ ଖୁଲମଖୁଲା ସୁନା ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ

author img

By ETV Bharat Odisha Team

Published : Aug 27, 2023, 1:20 PM IST

ଯୁବକଙ୍କ ଠାରୁ ପ୍ରାୟ 5.8 କିଗ୍ରାର ସୁନା ଜବତ । ବେଆଇନ ଭାବରେ ଚାଲାଣ ବେଳେ ଜବତ କଲା ପୋଲିସ । ଅଧିକ ପଢ଼ନ୍ତୁ

ସୁନା ତସ୍କରୀ
ସୁନା ତସ୍କରୀ

ପାଟନା: ବାରମ୍ବାର ବେଆଇନ ସୁନା ଚାଲାଣ ଖବର ସାମ୍ନାକୁ ଆସୁଛି । ପ୍ରାୟତଃ ବିମାନ ଯୋଗେ ସୁନା ଚୋରା ଚାଲାଣ ଖବର ଶୁଣିବାକୁ ମିଳିଥାଏ । କିନ୍ତୁ ଏଥର ଖୁଲମଖୁଲା ବସରେ ସୁନା ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ 5.8 କିଗ୍ରା ସୁନା ଜବତ କରିଛି ପୋଲିସ । ତେବେ ବିହାରରୁ ଏଭଳି ଏକ ସୁନା ତସ୍କରୀ ମାମଲା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ବିହାରର ପୂର୍ଣ୍ଣିଆ ପୋଲିସ ଦାଲକୋଲା ଚେକ୍‌ ପୋଷ୍ଟ ଠାରେ ଗାଡି଼ ଚେକିଂ କରୁଥିଲା । ଏହି ସମୟରେ ସିଲିଗୁଡା଼ରୁ ଆସୁଥିବା ଏକ ବସକୁ ଅଟକାଇ ଥିଲେ ପୋଲିସ । ତେବେ ବସରେ ଥିବା ଯାତ୍ରୀମାନଙ୍କୁ ଯାଞ୍ଚ କରିବା ସମୟରେ ଜଣେ ଯୁବକକୁ ସନ୍ଦେହ କରିଥିଲା ପୋଲିସ । ଏହାପରେ ଯୁବକ ଜଣକୁ ଯାଞ୍ଚ କରିବା ବେଳେ ତାଙ୍କ ଠାରୁ ବିପୁଳ ପରିମାଣରେ ସୁନା ବିସ୍କୁଟ ଧରାପଡ଼ିଥିଲା । ଯୁବକ ଜଣଙ୍କ ନିଜ ପେଟରେ ସୁନା ବିସ୍କୁଟ ବାନ୍ଧି ବସରେ ଯାଉଥିଲେ । ଯୁବକଙ୍କ ଠାରୁ ପ୍ରାୟ 5.8 କିଗ୍ରାର ସୁନା ଜବତ କରାଯାଇଛି । ଏହି ସୁନାର ଆନୁମାନିକ ବଜାର ମୂଲ୍ୟ ପାଖାପାଖି 3 କୋଟି 56 ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ହାଇଦ୍ରାବାଦ ଏୟାରପୋର୍ଟରୁ 8 କେଜି ସୁନା ଜବତ, 4 ଗିରଫ

ତେବେ ଯୁବକ ଜଣଙ୍କ ମହାରାଷ୍ଟ୍ର ସୋଲାପୁରର ସୋମନାଥ ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି । ସେ ନିଜକୁ କୋରିୟର କର୍ମଚାରୀ ବୋଲି ପରିଚୟ ଦେଇଥିଲା । ଯୁବକ ଜଣଙ୍କ କହିବା ଅନୁସାରେ, ସେ ଏହି ସୁନା ବିସ୍କୁଟ ନେଇ ବିହାରର ପାଟନାରେ ଡେଲିଭରି କରିଥାନ୍ତା । ଏହାପରେ ସେଗୁଡ଼ିକ ଅନ୍ୟ ଜଣେ ବ୍ୟକ୍ତି ଦ୍ବାରା ପାଟନାରୁ ମହାରାଷ୍ଟ୍ରକୁ ଯାଇଥାନ୍ତା । ତେବେ ସୁନା ବିସ୍କୁଟ କେଉଁଠାରୁ ଆସିଥିଲା ଏବଂ ଏହା କେଉଁଠିକି ଯାଉଥିଲା ତାକୁ ନେଇ ଖୋଳତାଡ଼ କରୁଛି ପୂର୍ଣ୍ଣିଆ ପୋଲିସ । ତେବେ ପୋଲିସ ହାତରେ ଧରା ପଡ଼ିଥିବା ଏହି ଯୁବକଠାରୁ ଅଧିକ ତଥ୍ୟ ଜାଣିବା ପାଇଁ ତାକୁ ପଚରାଉଚରା କରାଯାଉଛି । ତେବେ ଏହି ଘଟଣା ସାମ୍ନାକୁ ପରେ ପୋଲିସକୁ ଏକ ବଡ଼ ସଫଳତା ମିଳିଥିବା ଚର୍ଚ୍ଚା ହେଉଛି।

ପୂର୍ବରୁ ହାଇଦ୍ରାବାଦ ରାଜୀବ ଗାନ୍ଧୀ ବିମାନବନ୍ଦରରୁ ମଧ୍ୟ ଜଣେ ଯାତ୍ରୀଙ୍କ ଠାରୁ 2 କିଗ୍ରା ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ବଜାର ମୂଲ୍ୟ ପାଖାପାଖି 1 କୋଟି 21 ଲକ୍ଷ 34 ହଜାର ଟଙ୍କା ଥିଲା । ଅନ୍ୟପକ୍ଷେ ସେହି ସମାନ ବିମାନରେ ଆସିଥିବା ଅନ୍ୟ ଜଣେ ଯାତ୍ରୀଙ୍କ ଠାରୁ ମଧ୍ୟ 1.78 କିଗ୍ରା ସୁନା ଜବତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.