ଚଣ୍ଡିଗଡ: ବିଜେପି ନେତ୍ରୀ ସୋନାଲୀ ଫୋଗାଟଙ୍କ ଘରୁ ଚୋରି । ସୋନାଲୀଙ୍କ ଘରୁ 10 ଲକ୍ଷ ଟଙ୍କା ସହିତ ସୁନାଗହଣା ଓ ଗୋଟିଏ ଲାଇସେନ୍ସ ଥିବା ବନ୍ଧୁକ ଚୋରି ହୋଇଯାଇଛି । ତେବେ ସୋନାଲୀଙ୍କ ହରିୟାଣା ସ୍ଥିତ ବାସଭବନରେ ଚୋରି ହୋଇଥିବା ଜଣାପଡିଛି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।
ବିଜେପି ନେତ୍ରୀଙ୍କ ଅଭିଯୋଗ କ୍ରମେ ସେ ଚଣ୍ଡିଗଡରେ ଥିବା ବେଳେ କେହି ତାଙ୍କ ଘରୁ ସୁନାଗହଣା ଓ ଟଙ୍କା ଚୋରି କରିନେଇଛି । ଘରେ ସିସିଟିଭି କ୍ୟାମେରା ଥିବା ସତ୍ତ୍ବେ ଚୋର ଡିଜିଟାଲ ଭିଡିଓ ରେକର୍ଡ ଫୁଟେଜକୁ ମଧ୍ୟ ନିଜ ସାଥିରେ ନେଇ ଫେରାର ହୋଇଯାଇଛି । ତେବେ ଘଟଣାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଫୋଗାଟ ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ ସେ ଫେବୃଆରୀ 9ରେ ନିଜ ଘରେ ତାଲା ପକାଇ ଚଣ୍ଡିଗଡ ଯାଇଥିଲେ । 15 ଫେବୃଆରୀରେ ହିସାର ଫେରିବା ପରେ ତାଙ୍କ ଘର ତାଲା ଭଙ୍ଗା ଯାଇଥିବା ସେ କହିଛନ୍ତି । ତେବେ ଘରୁ ସୁନା, ଚାନ୍ଦି, ଅନ୍ୟାନ୍ୟ ସୁନାଗହଣା ଓ ଗୋଟିଏ .22 ଲାଇସେନ୍ସ ଥିବା ପିସ୍ତଲ ଘରୁ ଚୋରି ହୋଇଥିବା ପୋଘଟ ନିଜ ଅଭିଯୋଗରେ କହିଛନ୍ତି ।