ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଐତିହାସିକ ରାଜପଥର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର (GoI to rename New Delhi historic Rajpath)। ଏହାର ନାମ ରାଜପଥ ପରିବର୍ତ୍ତେ କର୍ତ୍ତବ୍ୟ ପଥ 'Kartavya Path' ରଖାଯିବ । ଚଳିତ ମାସ 7 ତାରିଖରେ ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ନୂଆଦିଲ୍ଲୀ ମହାନଗର ପରିଷଦ (NDMC) ଦ୍ବାରା ହେବାକୁ ଯାଉଛି । ଉକ୍ତ ବୈଠକରେ ଏହି ପୁନଃନାମିତ ପ୍ରସ୍ତାବ ନେଇ ଆଲୋଚନା ହେବ ।
-
Government of India to rename New Delhi's historic Rajpath & Central Vista lawns as 'Kartavya Path': Sources pic.twitter.com/9wgi7j6fx8
— ANI (@ANI) September 5, 2022 " class="align-text-top noRightClick twitterSection" data="
">Government of India to rename New Delhi's historic Rajpath & Central Vista lawns as 'Kartavya Path': Sources pic.twitter.com/9wgi7j6fx8
— ANI (@ANI) September 5, 2022Government of India to rename New Delhi's historic Rajpath & Central Vista lawns as 'Kartavya Path': Sources pic.twitter.com/9wgi7j6fx8
— ANI (@ANI) September 5, 2022
ଭାରତୀୟ ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ବାଧୀନ ଭାରତର ସାର୍ବଭୌମତ୍ବ ଓ ଗାରିମାର ପ୍ରତୀକ ରହିଆସିଛି ଏହି ରାଜପଥ । ଏହାର ନାମକରଣ ବ୍ରିଟିଶ ଅମଳରୁ ହୋଇଆସିଛି । ପ୍ରଥମେ ଏହି ରାଜମାର୍ଗର ନାମ ବ୍ରିଟିଶରମାନେ କିଙ୍ଗ୍ସ-ଓ୍ବେ ରଖିଥିଲେ । ପରେ ଏହାର ପୁନଃନାମକରଣ କରାଯାଇ ରାଜପଥ ରଖାଯାଇଥିଲା । ତେବେ ଏବେ ନୂଆ ନିଷ୍ପତ୍ତି ଅନୁସାରେ ଏହି ରାଜପଥର ଇଣ୍ଡିଆ ଗେଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଏହାର ନାମ ପରିବର୍ତ୍ତନ କରାଯାଇ କର୍ତ୍ତବ୍ୟ ପଥ ଭାବେ ନାମିତ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଏନଡିଏ ସରକାର ଶାସନକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଆବସ ଥିବା ମାର୍ଗର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ପୂର୍ବରୁ ଏହା 7-ଆରସିଆର (7 ରେସ କୋର୍ସ ରୋଡ) ନାମରେ ନାମିତ ଥିବା ବେଳେ ଏହାକୁ ଲୋକ କଲ୍ୟାଣ ମାର୍ଗ (Lok Kalyan Marg) ନାମରେ ପୁନଃନାମିତ କରାଯାଇଥିଲା । ରାଜପଥ ଓ ଏହାର ନିକଟବର୍ତ୍ତୀ ସ୍ଥାନରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଯୁଦ୍ଧକଳୀନ ଭିତ୍ତିରେ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହି ପ୍ରକଳ୍ପ ଅଧୀନରେ ନୂଆ ସଂସଦ ଭବନ ସହ ରାଜପଥର ଉନ୍ନତିକରଣ ସମେତ ଅନ୍ୟ କିଛି ପ୍ରକଳ୍ପ ମଧ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ