ETV Bharat / bharat

ସରପ୍ଲସ ପାୱାର ପୋର୍ଟାଲ ଉନ୍ମୋଚିତ, ହାଇ ପ୍ରାଇସ ଡେ ଆହେଡ ମାର୍କେଟ ଶୁଭାରମ୍ଭ

author img

By

Published : Mar 10, 2023, 8:26 PM IST

ଚଳିତ ବର୍ଷ ଗତବର୍ଷ ତୁଳନାରେ ଚାହିଦା ବହୁତ ଅଧିକ ହେବ। ତେଣୁ ଗ୍ୟାସ ଭିତ୍ତିକ କାରଖାନାଣ୍ଟ ଏବଂ ଆମଦାନୀ ହୋଇଥିବା କୋଇଲା ଭିତ୍ତିକ କାରଖାନା ର୍ନିଦ୍ଧାରିତ ହେବା ଆବଶ୍ୟକ । ସେହି କାରଣରୁ ଅନ୍ୟ ପ୍ରଣାଳୀ ପାଇଁ ଏକ ପୃଥକ କ୍ଷେତ୍ର ସ୍ଥିରୀକୃତ ହୋଇଛି ଯେଉଁଠାରେ ଶକ୍ତି ଉତ୍ପାଦନ ମୂଲ୍ୟ ଗ୍ୟାସ ଆମଦାନୀ ହୋଇଥିବା କୋଇଲା ଆରଇ ପ୍ଲସ ଷ୍ଟୋରେଜ ଠାରୁ ୧୨ ଟଙ୍କା ଅତିକ୍ରମ କରିପାରେ । ଅଧିକ ପଢନ୍ତୁ

ହାଇ ପ୍ରାଇସ ଡେ ଆହେଡ ମାର୍କେଟ ଶୁଭାରମ୍ଭ
ହାଇ ପ୍ରାଇସ ଡେ ଆହେଡ ମାର୍କେଟ ଶୁଭାରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହାଇ ପ୍ରାଇସ ଡେ ଆହେଡ ମାର୍କେଟ ଓ ସରପ୍ଲସ ପାୱାର ପୋର୍ଟାଲ (ପିୟୁଏସଏଚପି) ର ଶୁଭାରମ୍ଭ କରିଛନ୍ତି । ଏହା ସର୍ବୋଚ୍ଚ ଚାହିଦା ସମୟରେ ଶକ୍ତିର ଅଧିକ ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ଏକ ବଡ ପଦକ୍ଷେପ ।

ଗତ ବର୍ଷ ଶକ୍ତି ମନ୍ତ୍ରଣାଳୟ ସ୍ଥିତି ଅନୁଧ୍ୟାନ ପରେ କିଛି ଦିନ ବିଦ୍ୟୁତ ବିନିମୟରେ ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ବିନିମୟ ମୂଲ୍ୟ ୧୨ ଟଙ୍କା ସୀମାରେ ରଖିବାକୁ ସିଇଆରସିକୁ ନିର୍ଦ୍ଦେଶ ଦେଇଥିଲେ । ଯେଭଳି ବିନିୟମ ଦରର ସର୍ବାଧିକ ସୀମା ଧାର୍ଯ୍ୟ ହୋଇପାରିବ । 01 ଏପ୍ରିଲ 2022 ରୁ ଡେ ଆହେଡ ମାର୍କେଟ ଏବଂ ରିଅଲ ଟାଇମ ମାର୍କେଟ ଏବଂ ମେ’ 2022 ରୁ ସମସ୍ତ କ୍ଷେତ୍ରରେ ଏହି ସୀମା ଲାଗୁ କରାଯାଇଥିଲା । କାରଣ ଆନ୍ତର୍ଜାତୀୟ ବଜାରରେ ଗ୍ୟାସର ମୂଲ୍ୟ ଅଧିକ ଥିବାରୁ; ଗ୍ୟାସ ବ୍ୟବହାର କରି ଉତ୍ପାଦିତ ହେଉଥିବା ବିଦ୍ୟୁତ ମହଙ୍ଗା ଥିଲା । ୟୁନିଟ ପିଛା ୧୨ ଟଙ୍କାରୁ ଅଧିକ ଏବଂ ଏହି ଦରରେ ବଜାରରେ ବିକ୍ରି ହୋଇପାରିବ ନାହିଁ । ସେହିଭଳି, ଆମଦାନୀ ହୋଇଥିବା କୋଇଲା ଭିତ୍ତିକ କାରଖାନା ଏବଂ ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀରେ ଗଚ୍ଛିତ ନବୀକରଣ ଯୋଗ୍ୟ ଶକ୍ତି ବ୍ୟବହାର ହୋଇପାରିବ ନାହିଁ। କାରଣ ସେମାନଙ୍କର ଉତ୍ପାଦନ ମୂଲ୍ୟ ଅଧିକ ଥିଲା ।

ଏହାବି ପଢନ୍ତୁ- କେରଳରେ ଲାଗୁହେବ ନର୍ଥଇଷ୍ଟ୍ ମଡେଲ୍: ପୂର୍ବୋତ୍ତର ବିଜୟ ପରେ କେରଳ ଦଖଲ ଲକ୍ଷ୍ୟରେ ବିଜେପି

ଚଳିତ ବର୍ଷ ଗତବର୍ଷ ତୁଳନାରେ ଚାହିଦା ବହୁତ ଅଧିକ ହେବ। ତେଣୁ ଗ୍ୟାସ ଭିତ୍ତିକ କାରଖାନାଣ୍ଟ ଏବଂ ଆମଦାନୀ ହୋଇଥିବା କୋଇଲା ଭିତ୍ତିକ କାରଖାନା ର୍ନିଦ୍ଧାରିତ ହେବା ଆବଶ୍ୟକ । ସେହି କାରଣରୁ ଅନ୍ୟ ପ୍ରଣାଳୀ ପାଇଁ ଏକ ପୃଥକ କ୍ଷେତ୍ର ସ୍ଥିରୀକୃତ ହୋଇଛି ଯେଉଁଠାରେ ଶକ୍ତି ଉତ୍ପାଦନ ମୂଲ୍ୟ ଗ୍ୟାସ ଆମଦାନୀ ହୋଇଥିବା କୋଇଲା ଆରଇ ପ୍ଲସ ଷ୍ଟୋରେଜ ଠାରୁ ୧୨ ଟଙ୍କା ଅତିକ୍ରମ କରିପାରେ ।

ଏହି ଅବସରରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ କହିଛନ୍ତି ଯେ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ଉପଲବ୍ଧ ଶକ୍ତି କ୍ଷମତାକୁ ବ୍ୟବହାର କରାଯିବା ନିଶ୍ଚିତ କରିବାକୁ ଏଚପି-ଡିଏଏମ ସାମଗ୍ରିକ ରଣନୀତିର ଏକ ଅଂଶ । ମନ୍ତ୍ରୀ କହିଛନ୍ତି ଯେ ଅତ୍ୟଧିକ ଦର ଆଦାୟ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ କେବଳ ଯାହାର ଉତ୍ପାଦନ କ୍ଷମତା ପ୍ରତି ୟୁନିଟ ପାଇଁ ୧୨ ଟଙ୍କାରୁ ଅଧିକ ହେବ ତାହାକୁ ଏଚପି-ଡିଏଏମରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ । ଯଦି ଉତ୍ପାଦନର ମୂଲ୍ୟ ୧୨ ଟଙ୍କାରୁ କମ, ଉତ୍ପାଦକମାନଙ୍କୁ ବିଦ୍ୟୁତ ବିନିମୟର ଇଣ୍ଟିଗ୍ରେଟେଡ ଡେ ଆହେଡ ମାର୍କେଟ (ଆଇ-ଡିଏଏମ) ରେ କେବଳ ସିଲିଂ ମୂଲ୍ୟ ୧୨ ଟଙ୍କା ସହିତ ଶକ୍ତି ପ୍ରଦାନ କରିବାକୁ ପଡିବ ।

ସେ ସିଇଏ ଓ ଗ୍ରୀଡ କଣ୍ଟ୍ରୋଲରଙ୍କୁ ଏଚପି-ଡିଏଏମରେ ମୂଲ୍ୟ ଯୁକ୍ତିଯୁକ୍ତ ବୋଲି ନିଶ୍ଚିତ କରିବାକୁ ଏବଂ କୌଣସି ବିଦ୍ୟୁତ ଉତ୍ପାଦକ ଅତ୍ୟଧିକ ମୂଲ୍ୟ ଆଦାୟ ନକରିବାକୁ ନିଶ୍ଚିତ ପଦକ୍ଷେପ ନେବାକୁ କହିଥିଲେ । ଯାହା ଉତ୍ପାଦନ ମୂଲ୍ୟଠାରୁ ଅଧିକ ଅଟେ । ସିଂହ ଆହୁରି ମଧ୍ୟ କହିଛନ୍ତି ଯେ କେତେକ ବିକଶିତ ଦେଶରେ ଏହି ମାମଲା ତୁଳନାରେ ଭାରତ ଏକ ସ୍ଥିର ଶକ୍ତି ବଜାର ଥିଲା ଯେଉଁଠାରେ ଗତ ବର୍ଷ ଉତ୍ପାଦନ ମୂଲ୍ୟ ତୁଳନାରେ ବିଦ୍ୟୁତ ଦରର ପରିସ୍ଥିତି ଅଧିକ ଦେଖାଯାଇଥିଲା ।

ସରପ୍ଲସ ପାୱାର ପୋର୍ଟାଲ ହେଉଛି ଏହାର ଏକ ପ୍ରକାର ପଦକ୍ଷେପ। ଯାହା ଶକ୍ତି ମନ୍ତ୍ରଣାଳୟ ଏବଂ ନିୟାମକଙ୍କ ଚତୁରତାକୁ ଦର୍ଶାଇଥାଏ । ବିଦ୍ୟୁତ ଯୋଗାଣ ପାଇଁ ବିତରଣ କମ୍ପାନୀଗୁଡିକ ଦୀର୍ଘକାଳୀନ ଭିତ୍ତିରେ ପିପିଏ ଗୁଡ଼ିକ ସହିତ ଅନୁବନ୍ଧିତ ଅଛନ୍ତି । ବିଦ୍ୟୁତ ଦର ର୍ନିଦ୍ଧାରଣ ନକଲେ ମଧ୍ୟ ସେମାନଙ୍କୁ ର୍ନିଦ୍ଦିଷ୍ଟ ଦେୟ ଦେବାକୁ ପଡିବ । ବର୍ତ୍ତମାନ ଡିସକମ ଗୁଡିକ ପୋର୍ଟାଲରେ ବ୍ଲକ ସମୟ ଦିନ ମାସରେ ସେମାନଙ୍କର ଅତିରିକ୍ତ ଶକ୍ତି ସୂଚାଇବାକୁ ସମର୍ଥ ହେବେ । ସେହି ଡିସକମ ଗୁଡିକ ଯେଉଁମାନେ ବିଦ୍ୟୁତ ଆବଶ୍ୟକ କରନ୍ତି ସେମାନେ ଅତିରିକ୍ତ ବିଦ୍ୟୁତ ପାଇବାକୁ ସକ୍ଷମ ହେବେ । ନିୟନ୍ତ୍ରକଙ୍କ ଦ୍ୱାରା ସ୍ଥିର ହୋଇଥିବା ନୂତନ କ୍ରେତା ଉଭୟ ଭେରିଏବଲ ଚାର୍ଜ (ଭିସି) ଏବଂ ସ୍ଥିର ମୂଲ୍ୟ (ଏଫସି) ଦେବେ । ଥରେ ବିଦ୍ୟୁତ ପୁନଃନ୍ୟସ୍ତ ହୋଇଗଲେ, ମୂଳ ହିତାଧିକାରୀଙ୍କର ସମଗ୍ର ଏଫସି ଦାୟିତ୍ୱ ନୂତନ ହିତାଧିକାରୀଙ୍କ ନିକଟକୁ ସ୍ଥାନାନ୍ତରିତ ହେବାରେ କୌଣସି ଅଧିକାର ରହିବ ନାହିଁ ।

ଏହି ଅବସରରେ ଶକ୍ତି ଏବଂ ଭାରୀ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କୃଷ୍ଣ ପାଲ ଗୁଜ୍ଜର, ଶକ୍ତି ମନ୍ତ୍ରଣାଳୟର ସଚିବ ଆଲୋକ କୁମାର, ସିଇଏର ଅଧ୍ୟକ୍ଷ ଘନଶ୍ୟାମ ପ୍ରସାଦ, ଆଇଇଏକ୍ସର ସିଏମଡି ଏସ ଏନଗୋଏଲ, ଗ୍ରିଡ ଇଣ୍ଡିଆର ସିଏମଡି ଏସଆର ନରସିଂହନଙ୍କ ସମେତ ଶକ୍ତି ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.